ଖାର୍କିବରେ କୌଣସି ବି ଭାରତୀୟ ପଣବନ୍ଦୀ ନାହାଁନ୍ତି

କିଭ୍: ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଖାର୍କିବରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ପଣବନ୍ଦୀ ଥିବା କହିଥିଲା ଋଷ । ଏବେ ଏହା ଉପରେ ଜବାବ ରଖିଛି ଭାରତ । ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଥିଲେ ଯେ, ୟୁକ୍ରେନ ସୀମା ଛାଡି ବେଲଗୋରୋଡ ଯାଉଥିବା ବେଳେ, ଅନେକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ କର୍ତ୍ତୃପକ୍ଷ ବଳପୂର୍ବକ ପଣବନ୍ଦୀ କରି ନେଇଛନ୍ତି ।

Russia Ukraine War One Indian Student Dead In Kharkiv

ତେବେ ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ୟୁକ୍ରେନରେ ଭାରତ ଛାତ୍ରଛାତ୍ରୀଙ୍କି ପଣବନ୍ଦୀ କରାଯାଇଥିବା କୌଣସି ସୂଚନା ମିଳିନାହିଁ । ସେ କହିଛନ୍ତି ଯେ ଭାରତୀୟଙ୍କୁ ପଠାଇବା ପାଇଁ ୟ୍ରୁକ୍ରେନ କର୍ତ୍ତୃପକ୍ଷଙ୍କ ଠାରୁ ଯଥେଷ୍ଟ ସାହାଯ୍ୟ ମିଳୁଛି । ଯୁଦ୍ଧଗ୍ରସ୍ତ ଦେଶରେ ଥିବା ଭାରତୀୟଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି । ଏବଂ କୌଣସି ବି ବିଦ୍ୟାର୍ଥୀଙ୍କ ବିଷୟରେ ପଣବନ୍ଦୀ ହେବାର ଭଳି କୌଣସି ସୂଚନା ନାହିଁ । ଆମେ ୟୁକ୍ରେନ ଅଧିକାରୀଙ୍କୁ ବିଶେଷ ଟ୍ରେନର ବ୍ୟବସ୍ଥା କରିବାକୁ କହିଛୁ, ଯେମିତି କି ବିଦ୍ୟାର୍ଥୀମାନଙ୍କୁ ଖାର୍କିବରୁ ଦେଶର ପଶ୍ଚିମ ସୀମାରେ ଥିବା ଦେଶକୁ ନିଆଯାଇପାରିବ ।

ଏହାପୂର୍ବରୁ ଋଷ ସେନା ପ୍ରବକ୍ତା କହିଥିଲା ଯେ, ୟୁକ୍ରେନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କରି ରଖିଛି  । ଏବଂ ଋଷ ସେନା ସେମାନଙ୍କୁ ସୁରକ୍ଷିତ ଦେଶକୁ ଫେରିବାକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି । ସେମାନେ ଋଷର ବିମାନ କିମ୍ବା ଭାରତ ବିମାନ ସାହାଯ୍ୟରେ ଛାତ୍ରଛାତ୍ରୀ ଭାରତକୁ ଆଣିବେ ।

Ukraine Banned 18 To 60 Years Old Male To Leave Country During War

ଋଷର ଏହି ଦାବିର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ବର୍ତ୍ତାଳପ କରିଥିଲେ ଏବଂ ପୂର୍ବ ୟୁକ୍ରେନର ଖାର୍କିବର ପରିସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । ତେବେ ଖାର୍କିବରେ ଏକ ହଜାରରୁ ଅଧିକ ଭାରତୀୟ ଫସିଥିବା କୁହାଯାଉଥିଲା ।

Leave a Reply