ବ୍ରିଟିସ ରାଜ ପରିବାରକୁ ଆସିଲା ରାଜକନ୍ୟା

1 min read

ଲସଆଞ୍ଜେଲସ୍: ବ୍ରିଟିସ ରାଜ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି ଜଣେ କନ୍ୟା ସନ୍ତାନ। ଜୁନ୍ ୪ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ମେଘନ ମାର୍କେଲ । କ୍ୱିନ୍ ଏଲିଜାବେଥ୍ ଓ ପ୍ରିନ୍ସେସ ଡାଏନାଙ୍କ ନାମ ଅନୁସାରେ ଝିଅର ନାଁ ଲିଲିବେଟ୍ ଡାଏନା ରଖାଯାଇଛି।

ଝିଅ ଜନ୍ମ ନେଇ ବ୍ରିଟେନର ଡ୍ୟୁକ୍ ପ୍ରିନ୍ସ ହ୍ୟାରୀଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। କାଲିଫର୍ନିଆର ସେଣ୍ଟା ବାରବରା ହସ୍ପିଟାଲରେ ମେଘନ ଝିଅକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ହ୍ୟାରୀ ଓ ମେଘନଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଶିଶୁକନ୍ୟାର ଜନ୍ମ ନେଇ ଘୋଷଣା କରାଯାଇଥିଲେ ବି ଏ ଯାଏଁ କୌଣସି ଫଟୋ ଜାରି କରାଯାଇନାହିଁ । ଗତ କିଛିଦିନ ହେବ ରାଜପରିବାର ସହ ହ୍ୟାରୀ ଓ ମେଘନଙ୍କ ସମ୍ପର୍କ ଭଲ ନଥିବା ବେଳେ ମେଘନ ଏକ ସାକ୍ଷାତକାରରେ ରାଜପରିବାରକୁ ନେଇ କେତେକ ବୟାନ ଦେଇଥିଲେ । ଯାହା ପରେ ସାହି ପରିବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଥିଲା।

Leave a Reply