ପ୍ରେମରେ ତିନୋଟି ମନ୍ଦିର ମିଳିଗଲେ ଆଉ କିଛି ଦରକାର ନାହିଁ,ଜ୍ଞାନବାପୀ ଓ ମଥୁରା ଇଦଦଗାହକୁ ନେଇ କିଏ କହିଲେ ଏମିତି ?

ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ଭିଡ଼ ଜମୁଛି । ନିକଟରେ ଜ୍ଞାନବାପୀ ମାମଲାରେ ମଧ୍ୟ ହିନ୍ଦୁ ପକ୍ଷଙ୍କ ବିଜୟ ହୋଇଛି । ଏବେ ଜ୍ଞାନବାପୀ ଓ ମଥୁରା ଇଦଦଗାହକୁ ନେଇ ଗରମାଗରମ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏଭଳି ଏକ ସମୟରେ ରାମ ଜନ୍ମୋଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ କହିଛନ୍ତି କି ଏହି ତିନୋଟି ମନ୍ଦିର ମିଳିଗଲେ ଆଉ କିଛି ଦରକାର ନାହିଁ । ଆମେ ସବୁକିଛି ଭୁଲିଯିବୁ । ତେବେ ଏହି ତିନି ମନ୍ଦିର ହେଲା ରାମ ଜନ୍ମଭୂମି, ଜ୍ଞାନବାପୀ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମି । ସେ ପ୍ରେସମିଟରେ କହିଛନ୍ତି କି, ଏହି ତିନି ମନ୍ଦିର ଆମକୁ ମିଳିଗଲେ ଆଉ କୌଣସି ମନ୍ଦିରର ଦରକାର ନାହିଁ । ଏହାସହ ସେ କହିଛନ୍ତି କି, ଆମେ ଭବିଷ୍ୟତକୁ ନେଇ ବଞ୍ଚିବାକୁ ପଡ଼ିବ । ଏଣୁ ଅତୀତକୁ ଭୁଲି ଦେଶର ଭବିଷ୍ୟତ ଭଲ ହେବା ଆବଶ୍ୟକ ।

ତିନୋଟି ଯାକ ମନ୍ଦିର ନିର୍ମାଣ ହେବାର ସ୍ଥାନ ଭିନ୍ନ ରହିଥିବାରୁ ଲୋକଙ୍କ ବୁଝାମଣା ମଧ୍ୟ ଭିନ୍ନ ରହିଛି । ଏଣୁ କୌଣସି ପ୍ରକାର ଅଶାନ୍ତି ନହୋଇ ଶାନ୍ତିରେ ପ୍ରତିଷ୍ଠା ହେଲେ ଭଲ ହେବ । ଜ୍ଞାନବାପୀ ମାମଲାରେ ବିବାଦ ଲାଗି ରହିଥିବାବେଳେ ହିନ୍ଦିପକ୍ଷଙ୍କ ବିଜୟ ହୋଇଛି । ଏଠାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ଦାବି କରିଛନ୍ତି । ଏହା ଉପରେ ମସଜିଦ ନିର୍ମାଣ କରାଯାଇଥିବା ଦାବି କରାଯାଉଛି । ତେବେ ହିନ୍ଦୁପକ୍ଷଙ୍କ ବିଜୟ ହେବା ପରେ ଏବେ ବିପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।