ସମସ୍ତଙ୍କ ଆଗରେ ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ବ୍ୟକ୍ତି

1 min read
French President Emmanuel Macron was slapped across the face by a man

ପାରିସ୍: ଭିଡ଼ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାଡ଼ । କଡ଼ା ସୁରକ୍ଷା ସତ୍ତ୍ୱେ କେହି ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା କଣ ସମ୍ଭବ ? ହଁ ସମ୍ଭବ, ଏମିତି ହିଁ ହୋଇଛି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭିଡ଼ ଭିତରେ ଆକ୍ରମଣ ହୋଇଛି । ଇମାନୁଏଲଙ୍କୁ ଶକ୍ତ ଚାପୁଡ଼ା ମାରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି ।

ଦକ୍ଷିଣପୂର୍ବ ଫ୍ରାନ୍ସର ଡ୍ରୋମରେ ରାଷ୍ଟ୍ରପତି ଇମାନୁଏଲ୍ ଲୋକଙ୍କ ସହ କଥା ହେଉଥିବା ବେଳେ ଭିଡ଼ ଭିତରୁ ଜଣେ ଚାପୁଡ଼ା ମାରିଥିଲେ । ଏହାପରେ ସୁରକ୍ଷାକର୍ମୀ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଇମାନୁଏଲ୍ ମାକ୍ରୋନ୍ ଡ୍ରୋମ୍ ଗସ୍ତରେ ଯାଇ ରେସ୍ତୋରାଁ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ବେଳେ ଏହି ଘଟଣା ଘଟିଛି । ଫ୍ରାନ୍ସର ବିଏଫଏମ୍ ଟିଭି ମଧ୍ୟ ଏଭଳି ଘଟିଥିବା କହିଛି ।

ଇମାନୁଏଲଙ୍କୁ ଚାପୁଡ଼ା ମାଡ଼ର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଇମାନୁଏଲ୍ ଲୋକଙ୍କ ସହ ମିଶିବା ବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ହାତକୁ ପ୍ରଥମେ ଧରୁଛନ୍ତି ଓ ଚାପୁଡ଼ା ମାରୁଥିବା ଭିଡିଓରେ ଦେଖାଯାଉଛି । ସୁରକ୍ଷାକର୍ମୀ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ କବଜାକୁ ନେଇଛନ୍ତି ।

Leave a Reply