spot_img

Latest Posts

ସରିଗଲା ସଂଗ୍ରାମ, ଚାଲିଗଲେ ସ୍ୱାଧୀନତା ସଂଗ୍ରାମୀ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପରଲୋକ । ସ୍ୱର୍ଗତ ଭବାନୀ ପଟ୍ଟନାୟକ ଓଡ଼ିଶାକୁ ପାର୍ଲାମେଣ୍ଟର ଉଚ୍ଚସଦନରେ ଏକାଧିକ ଥର ପ୍ରତିନିଧିତ୍ୱ କରିଥିଲେ । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସ୍ୱର୍ଗତ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୯୯ ବର୍ଷ ହୋଇଥିଲା ।

Freedom fighter Bhawani Charan Patnaik hospitalised in BBSR

କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭବାନୀ ପଟ୍ଟନାୟକ ।୧୯୬୧,୧୯୬୬ ଏବଂ ୧୯୭୮ରେ ରାଜ୍ୟ ସଭାକୁ ଯାଇଛନ୍ତି । ସେ ୧୯୨୨ ମସିହା ମାର୍ଚ୍ଚ ୧୧ରେ ପୁରୀ ଜିଲା ଅନ୍ଧିଆରେ ଜନ୍ମଗ୍ରହଣ କରିଥିଲେ । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବାରୁ ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁର ଦୁଇଦିନ ପୂର୍ବେ ନିଜର ଅଙ୍ଗଦାନ ନେଇ ଘୋଷଣା କରିଥିଲେ ସ୍ୱର୍ଗତ ଭବାନୀ ଚରଣ ।

ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ମହାନ ଗାନ୍ଧିବାଦୀ ଭାବେ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଭବାନୀ ଚରଣଙ୍କ ଦେହାନ୍ତ ତାଙ୍କୁ ମର୍ମହାତ କରିଥିବା ପ୍ରକାଶ କରିଛନ୍ତି । ସେ ଖୁବ୍ କମ୍‌ ବୟସରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇଥିବା ଉଲ୍ଲେଖ କରିଛନ୍ତି । 

 

Latest Posts

Don't Miss