ପ୍ରଥମ ଥର ପାଇଁ ଭାରତରୁ ଲଣ୍ଡନକୁ ରପ୍ତାନୀ ହେଲା ସବୁଠୁ ରାଗ ଲଙ୍କା, ପ୍ରଧାନମନ୍ତ୍ରୀ କହିଲେ ଏମିତି କଥା

1 min read

ଲଣ୍ଡନରେ ପହଁଚିଲା ସବୁଠୁ ରାଗ ଲାଗୁଥିବା ଲଙ୍କା । ନାଗାଲାଣ୍ଡର କିଙ୍ଗ୍ ଚିଲି ବା ଭୁତ ଜାଲୋକିଆ ନାମରେ ପରିଚିତ ଏହି ଲଙ୍କାକୁ ପ୍ରଥମ ଥର ପାଇଁ ଲଣ୍ଡନ ରପ୍ତାନୀ କରାଯାଇଛି । ଏହାକୁ ବିଶ୍ୱର ସବୁଠାରୁ ରାଗ ଲଙ୍କା କୁହାଯାଏ ।

ବାଣିଜ୍ୟ ମନ୍ତ୍ରାଳୟ ବୁଧବାର ଏହି ସୂଚନା ଦେଇଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାଜା ଲଙ୍କା ନାଗାଲାଣ୍ଡରୁ ବୁଧବାର ଲଣ୍ଡନରେ ପହଁଚିଛି । ଗୌହାଟୀ ହୋଇ ଏହି ପ୍ରଥମ ଥର ଲଣ୍ଡନ ଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ଖୁସି ଜାହିର କରିଛନ୍ତି । ସେ ଲେଖିଛନ୍ତି ଯେ, ଚମତ୍କାର ଖବର । ଯେଉଁ ଲୋକମାନେ ଏହି ଲଙ୍କା ଖାଇଛନ୍ତି କେବଳ ସେମାନେ ହିଁ ଏହାର ରାଗ ବାବଦରେ ଜାଣିଛନ୍ତି ।

ଏହି ଲଙ୍କାକୁ ସ୍କବାଇଲ୍ ହିଟ୍ ୟୁନିଟ୍ ଆଧାରରେ ବିଶ୍ୱର ସବୁଠାରୁ ରାଗ ଲଙ୍କା ବୋଲି ମନେ କରାଯାଏ । ଲଣ୍ଡନ ପଠାଯାଇଥିବା ଲଙ୍କା ନାଗାଲାଣ୍ଡର ପାରେନ୍ ଜିଲ୍ଲାରୁ ଅଣାଯାଇଛି । ଏହି ଲଙ୍କାକୁ ୨୦୦୮ରେ ଜିଆଇ ଟ୍ୟାଗ୍ ମିଳିସାରିଛି ।

ତେବେ ଏହି ଲଙ୍କା ବହୁତ ଶୀଘ୍ର ଖରାପ ହୋଇଯାଏ । ତେଣୁ ଏହାକୁ ରପ୍ତାନୀ କରିବା ଏକ ଚ୍ୟାଲେଞ୍ଜ ଥିଲା । କିଙ୍ଗ୍ ଚିଲ୍ଲି ବା ରାଜା ଲଙ୍କା ସୋଲାନାସିଏ ପ୍ରଜାତିର ଅଟେ । ଏହାପୂର୍ବରୁ ଆସାମରୁ ଲଣ୍ଡନକୁ ଲେମ୍ବୁ ରପ୍ତାନୀ କରାଯାଇଛି । ଏପରିକି ଆମେରିକାକୁ ନାଲି ଚାଉଳ ମଧ୍ୟ ରପ୍ତାନୀ କରିଛି ଭାରତ ।

Leave a Reply