ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ F-35 କିଣିବାକୁ ଭାରତକୁ ଅଫର୍ ଦେଲା ଆମେରିକା
1 min read
ନନ୍ଦିଘୋଷ ବ୍ୟୁରୋ : ବିଶ୍ଵର ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ F-35 କିଣିବାକୁ ଭାରତକୁ ଅଫର୍ ଦେଇଛି ଆମେରିକା। ମୋଦିଙ୍କ ଆମେରିକା ଗସ୍ତ ବେଳେ ଟ୍ରମ୍ପ ଏହି ଅଫର୍ ଦେଇଛନ୍ତି। ଯଦି ଡିଲ୍ ସଫଳ ହୁଏ, ଏହା ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହେବ। କାରଣ F-35 ହେଉଛି ଅତ୍ୟାଧୁନିକ ଯୁଦ୍ଧ ବିମାନ।
F-35 ଯୁଦ୍ଧ ବିମାନ ହେଉଛି ସୁପର୍ ସୋନିକ୍ ପଞ୍ଚମ ଜେନେରେସନ ଷ୍ଟିଲଥ ଫାଇଟର୍ ପ୍ଲେନ୍ ଯାହାକୁ ରାଡାର ମଧ୍ୟ ଧରିପାରେ ନାହିଁ। ସୁପର୍ ସୋନିକ୍ ଅର୍ଥ ହେଲା ଶବ୍ଦଠାରୁ ମଧ୍ୟ ଏହା ଅଧିକ ବେଗରେ ଗତି କରେ। ଶତ୍ରୁ ପକ୍ଷ ଉପରେ ଏମିତି ଆକ୍ରମଣ କରେ, ଯେ କେହି ବର୍ତ୍ତିବା ମୁସ୍କିଲ। କିନ୍ତୁ ତାକୁ କେହି ଧରି ପାରିବେ ନାହିଁ। ଏଥିରେ ଲାଗିଛି ଆଡଭାନସ ଇଲେକଟ୍ରୋନିକ ଅସ୍ତ୍ରଶସ୍ତ୍ର, ଅତ୍ୟନ୍ତ ଦକ୍ଷ ସେନସର୍। ବହୁ ଦୂରରୁ ଶତ୍ରୁ ପକ୍ଷର ବିମାନ ଓ ଟାର୍ଗେଟକୁ ଏହା ଲକ୍ଷ୍ୟଭେଦ କରିପାରିବ। ଏହି କାରଣରୁ F-35 ବିମାନ ଯଦି ଭାରତ କିଣେ, ତେବେ ବାୟୁସେନାର ଶକ୍ତି ବହୁଗୁଣିତ ହେବ। କିନ୍ତୁ ଏହାର ଦାମ୍ ବହୁତ। ଏଣ୍ଟ୍ରି ଭର୍ସନର ଗୋଟିଏ F-35 ର ମୂଲ୍ୟ ୮ କୋଟି ଡଲାର। ଅର୍ଥାତ୍ ପ୍ରାୟ ୬୮୦ କୋଟି ଟଙ୍କା। ପ୍ରିମିୟମ ସେଗମେଣ୍ଟରେ ଏହାର ଦାମ୍ ପ୍ରାୟ ହଜାରେ କୋଟି ଟଙ୍କା। ଦାମ୍ ସହିତ ମେଣ୍ଟାନାନ୍ସ ମଧ୍ୟ ବହୁତ। ଏକ ଘଣ୍ଟା ଉଡ଼ିଲେ ଖର୍ଚ୍ଚ ହୋଇଥାଏ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ।
ଅଷ୍ଟ୍ରେଲିଆ, ବ୍ରିଟେନ, ଇଟାଲି, ନରୱେକୁ ମଧ୍ୟ ଏହି ବିମାନ ଆଗରୁ ଦେଇଛି ଆମେରିକା। ଜାପାନ, ଦକ୍ଷିଣ କୋରିଆ ଓ ଇସ୍ରାଏଲ ମଧ୍ୟ ଏହି ବିମାନ କିଣିବାକୁ ଅର୍ଡର ଦେଇଥିବା ଜଣାପଡ଼ିଛି। ଯଦି ଭାରତ ଏହି F 35 ବିମାନ କିଣେ, ତେବେ ନାଟୋ ସଦସ୍ୟ ନ ହୋଇ ମଧ୍ୟ ଏହି ବିମାନ ହାସଲ କରିବାରେ ପ୍ରଥମ ଦେଶ ହେବ ଭାରତ।