ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ସାବଧାନ୍ !

1 min read

ବ୍ୟୁରୋ ରିପୋର୍ଟ : ସାଧାରଣ ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମ ହେବା ଓ ରକ୍ତସ୍ରାବ ହେବା ଏକ ସାଧାରଣ କଥା ଅଟେ। କିନ୍ତୁ ମାସିକ ଧର୍ମରେ ଅଧିକ ରକ୍ତସ୍ରାବ ହେବା ଚିନ୍ତିର କାରଣ ହୋଇଥାଏ । ଏହି ସମୟରେ ଯୁବତୀମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହାକୁ ଅଣଦେଖା କରିବା ଅନୁଚିତ୍ ହୋଇଥାଏ । ଅନେକ ଲୋକ ଏହାକୁ ସାଧାରଣ ବୋଲି ଭାବିଥାନ୍ତି । କିନ୍ତୁ ଏହାକୁ ସାଧାରଣ ଭାବେ ନେବା ଉଚିତ୍ ନୁହେଁ ବୋଲି  ସ୍ୱାସ୍ଥ୍ୟବିଶେଷଜ୍ଞମାନେ କହିଛନ୍ତି । ପ୍ରଯୋଜନ ପ୍ରଣାଳୀ ବ୍ୟତୀତ ଏମିତି ଅନେକ କାରଣ ଅଛି ଯେଉଁ କାରଣରୁ ମହିଳାଙ୍କର ରକ୍ତସ୍ରାବ ଅଧିକ ହୋଇଥାଏ । ଯଦି ରକ୍ତସ୍ରାବ ଅଧିକ ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍।

ପିରିୟଡ୍ସର ଅବଧି ଚକ୍ର ଆରମ୍ଭ ହେବାର ଏକ ନିର୍ଦ୍ଧିଷ୍ଟ ବୟସ ଯଥା, ୧୨, ୧୩ କିମ୍ବା ୧୪ ବର୍ଷ ରହିଥାଏ । ସେହିପରି ପିରିୟଡ୍ସ ଅବଧି ଶେଷ ହେବାର ଏକ ବୟସ ଯଥା, ୪୦,୪୫ ଓ ୫୦ ବର୍ଷ ହୋଇଥାଏ । ସେହି ସମୟରେ ଯୁବତୀ ବା ମହିଳାଙ୍କ ମଧ୍ୟରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଯେମିତିକି ହରମୋନ୍ ଇନବାଲାନ୍ସ ବା ଅସୁନ୍ତଳନତା କାରଣରୁ ଅଧିକ ଋତୁସ୍ରାବ ହୋଇଥାଏ । ଚିନ୍ତା ଲାଗି ରହିବା ଯୋଗୁଁ ପିରିୟଡ୍ସ ସାଇକେଲକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ହରମୋନ୍ ଅସୁନ୍ତଳନତା ଦେଖାଯାଇଥାଏ । ଏହାଛଡା ପଲିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ (PCOS) ପ୍ରସବ ସମୟରେ ଏହି ସମସ୍ୟା ଅଧିକ ଦେଖାଯାଏ ବୋଲି କୁହାଯାଏ । ଏହାଦ୍ୱାରା ଅନେକ ରୋଗ ମଧ୍ୟ ହେବାର ସମ୍ଭାବନା ରହିଛି ।

ଅଧିକ ପରିମାଣରେ ଋତୁସ୍ରାବ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହାସହ ଖାଦ୍ୟର ଧ୍ୟାନ ରଖିବା ଆବଶ୍ୟକ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସମୟ ସମୟରେ ସାନିଟାରୀ ନାପକିନ୍ ବଦଳାଇବା ଜରୁରୀ ହୋଇଥାଏ । ଋତୁସ୍ରାବ ସମୟରେ ସ୍ୱଚ୍ଛତାର ଯତ୍ନ ନେବା ସହ ପ୍ରତି ୩ରୁ ୪ ଘଣ୍ଟାରେ ନାପକିନ୍ ପରିବର୍ତ୍ତନ କରିବା ଉଚିତ।  ଉଷୁମ ପାଣି ସହିତ ନିୟମିତ ସ୍ନାନ କରନ୍ତୁ । ଯଦି ଅତ୍ୟଧିକ ରକ୍ତସ୍ରାବ ହୁଏ, ତେବେ ଆପଣ ସନ୍ଧ୍ୟାରେ ମଧ୍ୟ ସ୍ନାନ କରିପାରିବେ । ଏହି ସମୟରେ ସବୁଜ ପନିପରିବା, କଦଳୀ, ବନ୍ଧାକୋବି, କିୱି, ଧନିଆ ପତ୍ର, ଡାର୍କ ଚକୋଲେଟ୍ ଖାଇବା ଉଚିତ୍ ।  ଚା, କଫି, ବାହର ଖାଦ୍ୟ, ଖଟା ଜିନିଷ ଇତ୍ୟାଦିରୁ ଦୂରେଇ ରୁହନ୍ତୁ । ଯଦିଓ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ଅଛି, ନିଶ୍ଚିତ ଭାବରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।