ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଲଢ଼େଇ ଜାରି ରହିବ : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କେନ୍ଦ୍ର ସରକାର ସବୁବେଳେ ଓଡ଼ିଶା ପ୍ରତି ଅବହେଳା କରି ଆସୁଛନ୍ତି । ଓଡ଼ିଶାର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ଶୁଣୁନାହିଁ । ଚାଉଳରେ ଓଡ଼ିଶା ବଳକା ରାଜ୍ୟ। ୬ଟି ରାଜ୍ୟକୁ ଓଡ଼ିଶା ୨୪ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଦେଉଛି । କିନ୍ତୁ ସେ ବାବଦ ପ୍ରାପ୍ୟ କେନ୍ଦ୍ର ଦେଉନାହିଁ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଦାବିକୁ କେନ୍ଦ୍ର ଉପେକ୍ଷା କରୁଛି।

ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇବାରେ ବି ଓଡ଼ିଶାକୁ ଅବହେଳା କରୁଛି କେନ୍ଦ୍ର । କୋଇଲା କ୍ଷେତ୍ରରେ ମଧ୍ୟ କିଛି କରାଯାଉନାହିଁ । ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଅବହେଳା ମଧ୍ୟ କିଛି କମ୍ ନୁହେଁ। ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଲଢ଼େଇ ଜାରି ରହିଛି ଓ ରହିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ରାଜ୍ୟରେ ବର୍ଷା କ୍ଷୟକ୍ଷତି ସମ୍ପର୍କରେ ସେ କହିଛନ୍ତି, ରିପୋର୍ଟ ମଗା ଯାଇଛି । କୃଷି ବିଭାଗକୁ ଏସଆରସି ରିପୋର୍ଟ ଦେବେ।