ଭାଜପାରେ ଭଜି ଯୋଗଦେବା ନେଇ ହେଉଥିଲା ଚର୍ଚ୍ଚା, ଏବେ ଆପ୍ ଟିକେଟରୁ ଯିବେ ରାଜ୍ୟସଭା

1 min read

ନନ୍ଦିଘୋଷ ବ୍ୟୁରେ: ରାଜ୍ୟସଭା ଯିବେ କ୍ରିକେଟର ହରଭଜନ ସିଂ  । ପଞ୍ଜାବ ପଲିଟିକ୍ସରେ ଆବିର୍ଭାବ ହେବେ ପରିଚିତ କ୍ରିକେଟର  । ଆମ ଆଦମୀ ପାର୍ଟି ଟିକେଟରେ ଭଜି ରାଜ୍ୟସଭା ଯିବାନେଇ ଦଳ ଘୋଷଣା କରିଛି  । ତେବେ ପଞ୍ଜାବ ନିର୍ବାଚନ ପୂର୍ବରୁ ରାଜନୀତିରେ ହରଭଜନ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା  । କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ହରଭଜନଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ  । ପରବର୍ତ୍ତୀ ସମୟରେ ଭଜି ଭଜପାରେ ଯୋଗଦେବା ନେଇ ମଧ୍ୟ ଜୋରସୋର ଚର୍ଚ୍ଚା ହେଉଥିଲା  । ହେଲେ ଅଶାନ୍ତ ହରଭଜନ ନିର୍ବାଚନ ସମୟରେ ଶାନ୍ତ ରହିଥିଲେ  । ପଞ୍ଜାବରେ ଆପ ସରକାର ଗଢିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଶୁଭେଛା ଜଣାଇଥିଲେ  ।

ପଞ୍ଜାବରେ ଆମ ଆଦମୀ ପାର୍ଟିର ବୃହତ ବିଜୟ ପରେ ରାଜ୍ୟସଭାକୁ ପାଞ୍ଚ ସଦସ୍ୟ ପଠାଇବାର ସୁଯୋଗ ପାଇଛି ଦଳ  । ଆଜି ଦଳର ହାଇକମାଣ୍ଡ ତଥା ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅନୁମୋଦନ  କ୍ରମେ ପାଞ୍ଚ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି  । ଏହି ତାଲିକାରେ କ୍ରିକେଟର ହରଭଜନ ସିଂ, ଦିଲ୍ଲୀରୁ ବିଧାୟକ ହୋଇଥିବା ରାଘବ ଚଢା, ଆଇଆଇଟି ଦିଲ୍ଲୀର ଆସୋସିଏଟ ପ୍ରଫେସର ସନ୍ଦୀପ ପାଠକ, LPU ପ୍ରତିଷ୍ଠାତା ତଥା ଚାନ୍ସଲର ଅଶୋକ ମିତ୍ତଲ ଏବଂ ବିଶିଷ୍ଟ ଶିଳ୍ପବୀତ ସଞ୍ଜୀବ ଆରୋରାଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ପ୍ରକାଶ ପାଇଛି  ।

ପଞ୍ଜାବରେ ପ୍ରଥମ ଥର ପାଇଁ ସରକାର ଗଢିଛି ଆପ୍  । ନିର୍ବାଚନରେ ୯୨ ଆସନରେ ବାଜିବାତ ହେବା ସହ ସଂଖ୍ୟାଗରିଷ୍ଠ ଜଦଳ ଭାବେ ଉଭା ହୋଇଥିଲା ଆମ ଆଦମୀ ପାର୍ଟି  । ଏହି ସଂଖ୍ୟା ଅନୁଯାୟୀ ପଞ୍ଜାବରୁ ପାଞ୍ଚ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇବା ନିମନ୍ତେ ଦଳ ବିବେଚିତ ହୋଇଛି  । ଦଳର ହାଇକମାଣ୍ଡ ପାଞ୍ଚ ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ଅନୁମୋଦନ କରିଛନ୍ତି  । ଏଥିରେ ରହିଛନ୍ତି ବିଶିଷ୍ଟ କ୍ରିକେଟର ହରଭଜନ ସିଂ, ସେହିପରି ରାଘବ ଚଢା ଦିଲ୍ଲୀ ରାଜିନ୍ଦର ନଗରରୁ ବିଧାୟକ ରହିଛନ୍ତି  । ରାଘବ ପଞ୍ଜାବ ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ପଞ୍ଜାବରେ ଆମ ଆଦମୀ ପାର୍ଟିର ପ୍ରଭାବୀ ସଫଳତା ପଛରେ ମଧ୍ୟ ରାଘବ ଚଢାଙ୍କ ରହିଥିଲା ବିପୁଳ ଅବଦାନ  ।