ଆହୁରି ସୁନ୍ଦର ଦିଶିବ ମା‘ ସାରଳାଙ୍କ ମନ୍ଦିର, ଚାଲିଛି ଉଚ୍ଛେଦ କାର୍ଯ୍ୟ

1 min read

ଆହୁରି ସୁନ୍ଦର ଦିଶିବ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସାରଳାଙ୍କ ମନ୍ଦିର। ମନ୍ଦିରର ଚତୁରପାର୍ଶ୍ବ ଉନ୍ନତି ନିମନ୍ତେ ଆରମ୍ଭ ହୋଇଛି ଉଚ୍ଛେଦକାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସମ୍ମୁଖରେ ଥିବା ପୋଲିସ ଫାଣ୍ଡି, ଅଫିସ ଓ ସାମ୍ନା ଦୋକାନକୁ ସ୍ଥାନାନ୍ତର କରାଯାଇଛି । ମନ୍ଦିରଠାରୁ ୪୦ ମିଟର ଦୂରରେ ରହିବ ସାମ୍ନା ବେଢା । ୧୨ ମିଟର ଚଉଡ଼ାର ରାସ୍ତା ନିର୍ମାଣ କରାଯିବା ସହିତ ମାର୍କେଟ କମ୍ପ୍ଲେକ୍ସ, ଚନ୍ଦନ ପୋଖରୀର ଉନ୍ନତିକରଣ କରାଯିବ।

ତେବେ ଭକ୍ତ ଓ ସେବାୟତଙ୍କ ବିଶ୍ରାମ ଗୃହ, ମନ୍ଦିରର ଅଫିସ, ରୋଷ ଘର, ଷ୍ଟୋର ରୁମ ଓ ମନ୍ଦିରର ପ୍ରବେଶ ପଥ ଗେଟ ନିର୍ମାଣ କରାଯିବ। ଏହାସହ ସାଇକେଲ ଷ୍ଟାଣ୍ଡ ଓ ଆଲୋକୀକରଣ କରାଯିବାର ବ୍ୟବସ୍ଥା ରହିଛି। ସୌନ୍ଦର୍ଯ୍ୟକରଣ ନେଇ ଏପ୍ରିଲ ୨୬ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ଗସ୍ତ କରି ଜିଲ୍ଲାପାଳ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ।