ରାଜଧାନୀରେ ଭୂମିକମ୍ପର ଭ୍ରମ, ପ୍ରବଳ ବର୍ଷାରେ ମାଟି ତଳକୁ ଧସିଲା ଘର

ଭୁବନେଶ୍ୱର: ରାଜଧାନୀକୁ ବର୍ଷା କରିଛି ବେହାଲ  । ଏମିତି ବର୍ଷା ହୋଇଛି ଯେ ବହୁତଳ କୋଠା ମଧ୍ୟ ଦବିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି  । ପ୍ରବଳ ବର୍ଷା ଯୋଗୁ ଧସୁଛି ଘର । ଡୁମୁଡୁମାରେ ଘର କାନ୍ଥ ଫାଟି ତଳକୁ ଧସୁଥିବା ଦେଖିବାକୁ ମିଳିଛି । ସେପଟେ ଘରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ସ୍ଥାନୀୟ ଲୋକେ । ବର୍ଷା ବେଳେ ଘର ଧସୁଥିବା ଦେଖି ଘରେ ଥିବା ଲୋକେ ଭୂମିକମ୍ପ ବୋଲି ଅନୁମାନ କରିଥିଲେ  ।

ମିଳିଥିବା ସୂଚନା ମୁତାବକ ଖଣ୍ଡଗିରି ଡୁମୁଡୁମା ନିକଟସ୍ଥ ରଘୁନାଥ ନଗରରେ ଘଟିଛି ଏମିତି କିଛି ଘଟଣା । ପ୍ରବଳ ବର୍ଷା ଯୋଗୁଁ ଘର ମାଟିକୁ ଧସେଇ ପଶିବା ପରେ ଭଡାରେ ରହୁଥିବା ଲୋକେ ଏଣେତେଣେ ଚିତ୍କାର କରି ଦୌଡ଼ିବା ଆରମ୍ଭ କରିଥିଲେ । ପରେ ଘର ମାଲିକ ଶିବ ନାୟକ ଖବର ପାଇ ସେଠାରେ ପହଁଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିନିଷପତ୍ର ବାହାରକୁ ବାହାର କରିଥିଲେ ।

ଅନ୍ୟପଟେ ଏହି ଘଟଣା ସମ୍ବନ୍ଧରେ ପୋଲିସ ସୂଚନା ପାଇବେ ମାତ୍ରେ ତୁରନ୍ତ ଘଟଣାସ୍ଥଳରେ  ପହଁଚିଥିଲା  । ପରେ ଉକ୍ତ ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିବା ଜଣାପଡିଛି । ଘର ଟି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ସେଠାକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି ।

Leave a Reply