ଦିନେଶଙ୍କ ପରିବାର ମାଗୁଥିଲେ ୩କୋଟି ଟଙ୍କା ଯୌତୁକ: କେ. ଦୀପିକା

ଭୁବନେଶ୍ୱର: ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ବ୍ରହ୍ମପୁରର କେ. ଦୀପିକା। ଆସନ୍ତାକାଲି ତାଙ୍କ ମାମଲାର ଶୁଣାଣି ହେବ । ଦୀପିକା ଗଣମାଧ୍ୟମ ଆଗରେ  କହିଛନ୍ତି ଯେ, କିଭଳି ଥିଲା ଦିନେଶ ଓ ତାଙ୍କର କାହାଣୀ । କିଭଳି ବିବାହର ପ୍ରତିଶୃତି ଦେଇ ଅଧା ରାସ୍ତାରେ ହାତ ଛାଡିଦେଇଛନ୍ତି ଦିନେଶ ।

ବାହାଘର ପାଇଁ ଦିନେଶଙ୍କ ପରିବାର ଚାହୁଁଥିଲେ ୩ କୋଟି ଟଙ୍କା ଓ ୧୦ ତୋଳା ସୁନା। ଏସବୁ ନହେବାରୁ ପରିବାର ଚାପ ପକାଇ ଦିନେଶକୁ ମୋ ସହ ମିଶାଇବାକୁ ଦେଲେନି ବୋଲି କହିଛନ୍ତି ଦୀପିକା । ନ୍ୟାୟ ପାଇବା ପାଇଁ ତାଙ୍କ ଘର ଦୂଆରେ ଧାରଣା ଦେଇଛି । ତଥାପି ସେମାନେ ମୋତେ ହଇରାଣ ହରକତ କରୁଛନ୍ତି ବୋଲି କହିଛନ୍ତି ଦୀପିକା ।

ସୂଚନାଯୋଗ୍ୟ;  ବ୍ରହ୍ମପୁର ଏସପିଙ୍କ ଜରିଆରେ ଦିନେଶଙ୍କୁ ମଧ୍ୟ ହାଜର ପାଇଁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ଶୁଣାଣି ହେବ । ତା’ପୂର୍ବରୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତି ବେହେରାଙ୍କୁ ଭେଟି କିପରି ତାଙ୍କୁ ନ୍ୟାୟ ମିଳିବ ସେନେଇ ଆଲୋଚନା କରିଛନ୍ତି କେ. ଦୀପିକା। ପୂର୍ବରୁ କମିଶନଙ୍କ ନିକଟରେ ଦୀପିକା ହାଜର ହୋଇଥିଲେ । କିନ୍ତୁ ଦିନେଶ ହାଜର ହୋଇନଥିଲେ । ନିଜର ଅଧିକାର ପାଇଁ ଦିନେଶଙ୍କ ବାପାମାଆଙ୍କ ଘର ଆଗରେ ଦୀପିକା  ଧାରଣା ଦେଇଛନ୍ତି।