କଂଗ୍ରେସର ପିଛା ଛାଡୁନି ଅନ୍ତର୍ବିବାଦ: ନିରଞ୍ଜନଙ୍କୁ ହଟାଇବା ନେଇ ଦିଲ୍ଲୀରେ ହେବ ଦାବି

1 min read

ଭୁବନେଶ୍ୱର: କଂଗ୍ରେସର ପିଛା ଛାଡୁନି ଅନ୍ତର୍ବିବାଦ । କାମ ଦେଲାନି ସମର୍ଥକଙ୍କ ମେଳି କି ପ୍ରଭାରୀଙ୍କ ଚେତାବନୀ । ଦିଲ୍ଲୀ ଯିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ । ଏହା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ସେମାନେ ଭେଟିଥିଲେ । ୧୫ ଜଣ ବିରୋଧୀ ଦିଲ୍ଲୀ ଯାଉଛନ୍ତି । ବିଭିନ୍ନ ନେତାଙ୍କ ସହ ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବା ନେଇ ଆଲୋଚନା ହେବ । ସୋନିଆ ଗାନ୍ଧିଙ୍କୁ ମଧ୍ୟ ଭେଟି ପିସିସି ସଭାପତି ପରିବର୍ତ୍ତନ ନେଇ ଦାବି କରିବେ ବୋଲି କଂଗ୍ରେସ ନେତା ବିଶ୍ୱଜିତ୍‌ ଦାସ କହିଛନ୍ତି । ଅନ୍ୟପଟେ ଦଳର କିଛି ନେତାଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ।

ନିରଞ୍ଜନ ପଟ୍ଟନାୟକଙ୍କୁ ମାନିବାକୁ ସେ ପରାମର୍ଶ ଦେଇଛନ୍ତି । ହାଇକମାଣ୍ଡ ଯାହାକୁ ଏହି ଆସନରେ ବସାଇବେ, ତାଙ୍କୁ ମାନିବେ ବୋଲି କହିଛନ୍ତି ସୁର । ଦଳର ଏଭଳି ସ୍ଥିତିରେ ବିଦ୍ରୋହ ନକରି ମିଳିମିଶି କାମ କରିବାକୁ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି । ଦଳରେ ବିଶୃଙ୍ଖଳା କରୁଥିବା ନେତାଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି ସପ୍ତଗିରି ।

ତେବେ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ କିଛି ନୂଆ କଥା ନୁହେଁ । ଯେବେ ବି ସଭାପତି ପରିବର୍ତ୍ତନ ହୁଏ, ପୁଣି ଏକ ବିରୋଧୀ ଗୋଷ୍ଠି ଜନ୍ମ ନିଏ । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ବେଳେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ')}

Leave a Reply