ଯୁବକଙ୍କୁ ଫସାଇବା ପାଇଁ ଏମିତି ଉପାୟ ଆପଣାଇଛନ୍ତି ବାର..

1 min read

ନୂଆାଦିଲ୍ଲୀ: ଯୁଗ ଆଗେଇବା ସହ ଟେକ୍ନୋଲୋଜି ମଧ୍ୟ ଆଗଉଛି । ତେବେ ଦିନକୁ ଦିନ ସାଇବର ସ୍କାମ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବାର ମାଲିକମାନେ ଯୁବ ପିଢ଼ୀଙ୍କୁ ଠକିବା ପାଇଁ ଏକ ନୂଆ ଉପାୟ ଆପଣାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଜଣେ ସାମ୍ବାଦିକ ଏଭଳି ସ୍କାମର ଶିକାର ହେବା ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅବିବାହିତ ଥିବା ସାମ୍ବାଦିକ ଜଣକ ଡେଟିଂ ଆପ ବମ୍ବଲରେ ଜଣେ ଯୁବତୀଙ୍କ କଥା ହୋଇଥିଲେ । ତେବେ ଯୁବତୀ ଜଣକ ତାଙ୍କୁ ଦେଖା କରିବା ପାଇଁ ଏକ ବାର ତଥା ରେଷ୍ଟୁରାଣ୍ଟକୁ ଡକାଇଥିଲେ । ରାଜଗୌରୀ ଗାର୍ଡେନର ଏକ ରେଷ୍ଟୁରାଣ୍ଟକୁ ସେମାନେ ଯାଇଥିବାବେଳେ ୧୫ ହଜାରରୁ ଅଧିକ ଟଙ୍କାର ବିଲ୍ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ସେ ଯୁବତୀଙ୍କ ସହ କଥାବାର୍ତ୍ତା ହୋଇପାରିନଥିଲେ । କିମ୍ବା ସେ ନମ୍ବରରେ ଆଉ କଲ ଲାଗିନଥିଲା । ଯାହାକୁ ନେଇ ସେ କିପରିଭାବେ ଠକାମିର ଶିକାର ହୋଇଛନ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଯୁବତୀ ଜଣକ ତାଙ୍କ ବାରକୁ ନେଇଥିବାବେଳେ କିଛି ଡିଙ୍କସ ମଗାଇଥିଲେ । ଏହାସହ ସେ ନିଦ୍ଧିଷ୍ଟ ବାର ତଥା ରେଷ୍ଟୁରାଣ୍ଟକୁ ଯିବା ପାଇଁ ପୂର୍ବରୁ ହିଁ କହିଥିଲେ । ଆଉ ସେଠାକୁ ଯିବା ପରେ ସେ କିଛି ଡ୍ରିଙ୍କସ ମଗାଇଥିଲେ । ଯାହାର ଦାମ ରହିଥିଲା ୧୫ ହଜାର ୮୮୬ ଟଙ୍କା । ମାତ୍ର ଏହା ମଗାଇ ସାରିବା ପରେ ଭାଇଙ୍କ ସହ ବାହାରକୁ ଯିବାକୁ କହି ସେ ସେଠାରୁ କୁଆଡ଼େ ଚାଲି ଯାଇଥିଲେ । ଏହାପରେ ତାଙ୍କ ସହ ଯେତେ କଣ୍ଟାଣ୍ଟ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ପରେ ସେ ଅନ୍ୟମାନଙ୍କ ସହ ଏକଥାକୁ କହିଥିଲେ । ସାମ୍ବାଦିକଙ୍କ ଭଳି ବହୁ ଯୁବକ ମଧ୍ୟ ଏଭଳି ଶିକାର ହୋଇଥିବା କହିଥିଲେ । ପରେ ସେ ଜାଣିବାକୁ ପାଇଥିଲେ କି, ବାର ମାଲିକମାନେ ଯୁବକଙ୍କୁ ଫସାଇବା ପାଇଁ ଏଭଳି ନୂଆ ଉପାୟ ଆପଣାଇଛନ୍ତି । ଏହାସହ ନିଜର ସୋସିଆଲ ମିଡିଆରେ ମଧ୍ୟ ନିଜର ଦୁଃଖକୁ ପ୍ରକାଶ କରିବା ସହ ଅନ୍ୟମାନେ କିଭଳି ଏହାର ଶିକାର ନହେବେ ସେ ସମ୍ପର୍କରେ ଲେଖିଛନ୍ତି ।