ଦ୍ରୌପଦୀ ଚରିତ୍ରରେ ନଜର ଆସିବେ ଦୀପିକା ପାଦୁକୋନ
1 min read
ଦୀପିକା ପାଦୁକୋନ ନିଜ ଫିଲ୍ମ କ୍ୟାରିୟରରେ ଅନେକ ଚରିତ୍ରରେ ଅଭିନୟ କରି ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଆଉ ଏବେ ଦୀପିକା ମହାଭାରତର ଦ୍ରୌପଦୀ ଚରିତ୍ରରେ ବଡ ପରଦାରେ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ମହାଭାରତର ପୌରାଣିକ କାହାଣୀକୁ ପୁଣିଥରେ ବଡ ପରଦାରେ ଚିତ୍ରିତ କରାଯିବ । ଯେଉଁଥିରେ ବଲିଉଡର କୁଇନ୍ ଦୀପିକା ପାଦୁକୋନ ନଜର ଆସିବେ । ସବୁଠୁ ବଡ କଥା ହେଉଛିକି ଏଥର ମହାଭାରତର କାହାଣୀକୁ ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ଚିତ୍ରିତ କରାଯିବ । ')}