ମହିଳା କମିଶନରେ ଆଜି ହେବ ଦୀପିକା ଓ ଦିନେଶ ମାମଲାର ଶୁଣାଣି

ଭୁବନେଶ୍ୱର: ମହିଳା କମିଶନଙ୍କ ନିକଟରେ ଆଜି ହେବ ବ୍ରହ୍ମପୁରର ଚର୍ଚ୍ଚିତ ଦୀପିକା ଓ ଦିନେଶ ମାମଲାର ଶୁଣାଣି । ପୂର୍ବରୁ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖି ସାରିଛନ୍ତି । ଆଜି ଦିନେଶଙ୍କୁ ହାଜର ହେବା ନେଇ କମିଶନଙ୍କ ପକ୍ଷରୁ ବ୍ରହ୍ମପୁର ଏସପିଙ୍କୁ ନୋଟିସ ଜାରି ହୋଇଥିଲା । ଏହାକୁ ଆଧାର କରି ଆଜି ଦିନେଶ ନିଜ ଓକିଲଙ୍କ ସହ କମିଶନଙ୍କ ନିକଟରେ ହାଜର ହେବାର ସମ୍ଭାବନା ରହିଛି ।

ସେପଟେ ମାମଲା ଅଦାଲତରେ ମଧ୍ୟ ବିଚାରାଧୀନ ରହିଛି । ପତ୍ନୀର ମାନ୍ୟତା ଓ ପୁଅକୁ ପିତାର ପରିଚୟ ପ୍ରଦାନ ଦାବିରେ ଦିନେଶଙ୍କ ଘର ସମ୍ମୁଖରେ ଦୀପିକାଙ୍କ ଧାରଣା ୭୩ ଦିନରେ ପହଞ୍ଚିଛି । ଉଭୟ ଦୀପିକା ଓ ଦିନେଶଙ୍କ ପରିବାର ନିଜ ନିଜ ଜିଦରେ ଅଟଳ ଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।