ବାତ୍ୟା ତାଉତେର ତାଣ୍ଡବ : ମୁମ୍ବାଇ ତଟରୁ ୧୪ ମୃତଦେହ ଉଦ୍ଧାର, ଗୁଜୁରାଟରେ ୩୪ ମୃତ

1 min read

ମୁମ୍ବାଇ/ଅହମ୍ମଦାବାଦ: ବାତ୍ୟା ତାଉତେ କାରଣରୁ ମୁମ୍ବାଇରେ ୧୪ ଜଣଙ୍କ ଜୀବନ ଯାଇଛି । ଆରବ ସାଗରରୁ ଏହି ୧୪ ଜଣଙ୍କ ଶବ ଉଦ୍ଧାର ହୋଇଛି । ବାତ୍ୟା ସମୟରେ ଏକ ନୌକା ପି-୩୫୦ ଡୁବିଯାଇଥିଲା । ସବୁ ମୃତକ ଏଥିରେ ସବାର ଥିଲେ । ଏହି ନୌକାରେ ମୋଟ ୨୭୩ ଜଣ ସବାର ଥିଲେ । ସେମାନଙ୍କ ମଧ୍ୟରୁ ୭୮ ଜଣ ନିଖୋଜ ଥିଲେ । ନିଖୋଜଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବାକି ଲୋକଙ୍କ ତଲାସ ଅଭିଯାନ ଏବେ ମଧ୍ୟ ଜାରି ରହିଛି । ଅନ୍ୟପକ୍ଷରେ ଗୁଜୁରାଟରେ ତୋଫାନ କାରଣରୁ ମୃତକଙ୍କ ସଂଖ୍ୟା ୩୩ରେ ପହଂଚିଛି ।

ନୌସେନା ପକ୍ଷରୁ ବୁଧବାର ଦିନ ଜାରି ବୟାନରେ କୁହାଯାଇଛି ଯେ, ଖରାପ ପାଗ ବିରୋଧରେ ଲଢେଇ କରି ନୌସନିକ ପି-୩୫୦ରେ ସବାର ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟ ଦୁଇଟି ନୌକା ଓ ଅଏଲ ରିଗରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ନୌକା ବାତ୍ୟା ତାଉତେ ଗୁଜୁରାଟ ଉପକୂଳରେ ମାଡ ହେବାର କେଇ ଘଣ୍ଟା ପୂର୍ବରୁ ମୁମ୍ବାଇ ପାଖରେ ଆରବ ସାଗରରେ ଫସି ଯାଇଥିଲା । ଆଇଏନଏସ କୋଚ୍ଚି ଓ ଆଇଏନଏସ କୋଲକାତା ନୌକାରେ ସବାର ଥିବା ବ୍ୟକ୍ତିଙ୍କୁ ନେଇ ମୁମ୍ବାଇ ବନ୍ଦରକୁ ଫେରୁଛି । ଅନ୍ୟପକ୍ଷରେ ଆଇଏନଏସ ତେଗ୍, ଆଇଏନସ ବେତବା, ଆଇଏନଏସ ବ୍ୟାସ, ପି୮୧ ବିମାନ ଓ ହେଲିକପ୍ଟରଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି ।

Leave a Reply