ଜନନୀ ଏକ୍ସପ୍ରେସ୍‌ରେ କରୁଥିଲେ ଛେଳି ଚୋରି, ଜାଣନ୍ତୁ ପୁରା ଘଟଣା…

Crime News: Goat thief Captured by Villagers

ପଟ୍ଟାମୁଣ୍ଡାଇ: କୁହାଯାଏ ଚୋରି ବିଦ୍ୟା ନେଇ ଆଣି ଥୋଇ ଯାଣିଲେ ଭଲ । ଚୋରି କରି ଧରା ପଡ଼ିଲେ ସବୁ ପରିଶ୍ରମ ବୃଥା । ଚୋରି କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଆପଣାଇଥାଏ ଚୋର । ହେଲେ ଚୋରି କରିବା ପାଇଁ ଆମ୍ବଲାନ୍ସ ବ୍ୟବହାର କରିବା ଘଟଣା ବିରଳ । ତାହା ପୁଣି ଛେଳି ଚୋରି କରିବା ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ବ୍ୟବହାର ।

Ambulance

ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ । ତିନି ଜଣ ଦୁର୍ବୃତ୍ତ ଏକ ଜନନୀ ଏକ୍ସପ୍ରେସ୍‌ ବା ୧୦୨ ଆମ୍ବୁଲାନ୍ସ ଧରି ପଟ୍ଟାମୁଣ୍ଡାଇର ଏକ ଗାଁରେ ପହଞ୍ଚିଥିଲେ । ଆଉ ସେଠାରୁ ଛେଳି ଚୋରି କରି ଆମ୍ବୁଲାନ୍ସ ଗାଡ଼ିରେ ଭର୍ତ୍ତି କରିଥିଲେ । ହେଲେ ଚୋର ମାନଙ୍କ ଦୁର୍ଭାଗ୍ୟ, ଛେଳି ଚୋରି କରିବା ବେଳେ କିଛି ଗାଁ ଲୋକ ଏହାକୁ ଦେଖି ଦେଇଥିଲେ ।
Pattamundai Cheli Choraଜନନୀ ଏକ୍ସପ୍ରେସ୍‌ରେ ଛେଳି ଚୋରି କରି ଫେରାର ହେଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରିନେଇଥିଲେ । ତେବେ ଗାଁ ଲୋକଙ୍କ ହାତରୁ ଖସି ଦୁଇ ଜଣ ଚୋର ଫେରାର ହୋଇଯାଇଥିବା ବେଳେ ଜଣେ ଧରା ପଡ଼ିଯାଇଥିଲା । ଉକ୍ତ ଚୋରଟି ସେହି ପାଖ ଗାଁର ବୋଲି ଜଣାପଡ଼ିଛି । ଆଉ ଆମ୍ବୁଲାନ୍ସଟି ନିକଟସ୍ଥ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ରହିଛି ।

Leave a Reply