ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ

1 min read

ନୂଆଦିଲ୍ଲୀ: ରୂପ ବଦଳାଇଛି କରୋନା । ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଥର କରୋନା ରୂପ ବଦଳାଇଲାଣି । ନୂଆ ଭ୍ୟାରିଆଣ୍ଟର ଲକ୍ଷଣ ଓ ଭୟାବହତା କେତେ ହେବ, ଜଣାପଡ଼ିନାହିଁ । ସେ ନେଇ ପରୀକ୍ଷା ଚାଲିଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ କରୋନା ରୋଗୀ ଅଛନ୍ତି। ଆଗକୁ ସଂକ୍ରମଣ ବଢ଼ିପାରେ, କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ, ଲକ୍ଷଣ କ’ଣ, ତା’ର ତଥ୍ୟ ଆସିନାହିଁ ।

ଆଗାମୀ ୩୦ରୁ ୪୦ ଦିନ ସତର୍କ ରହିବା ଆବଶ୍ୟକ । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ମେଡିକାଲ୍ କଲେଜରେ ୨୦ଟି ଲେଖାଏଁ ବେଡ୍ ରହିଛି। ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ବେଡ୍ ମହଜୁଦ ଅଛି। ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲାର ସମସ୍ତ ଅର୍ବାନ ପି.ଏଚ. ସି ଏବଂ ସି. ଏଚ. ସି ରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିନାହିଁ। ରାଜ୍ୟରେ ଟିକାକରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ଟିକାକରଣ ଆରମ୍ଭ ହେବ।