ରାଜଧାନୀରୁ କୋକେନ୍ ଜବତ ମାମଲା, ୨୦୨୩ ହକି ବିଶ୍ୱକପକୁ ଟାର୍ଗେଟ କରିଥିଲା ମାଫିଆ

1 min read

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ କୋକେନ୍ ଜବତ ମାମଲା । ଏହି ଘଟଣା ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପକୁ ଟାର୍ଗେଟ୍ କରିଥିଲା ମାଫିଆ । ବିଶ୍ୱକପ ପୂର୍ବରୁ ମାଷ୍ଟରମାଇଣ୍ଡ ରବି ମାର୍କେଟ ପ୍ରସ୍ତୁତ କରିଥିଲା । ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ପାଇଁ କରିଥିଲା ଯୋଜନା । ବିଦେଶୀ ଦର୍ଶକ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ କରାଯାଇଥାନ୍ତା ଯୋଗାଯୋଗ । ରବିର ବିଗ୍ ବସ୍ ଦିଲ୍ଲୀର ତୁର୍କମାନ ଗେଟରେ ରହୁଛି । ସେଠାରୁ ଓଡ଼ିଶାକୁ ସପ୍ଲାଏ ହେଉଚି କୋକେନ୍ । ୨୦୧୦ରେ କମନୱେଲଥ ଗେମ୍‌ ସମୟରେ କୋକେନ୍ ବ୍ୟବସାୟ ଆରମ୍ଭ କରିଥିଲା ରବି ।

ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ । ରବି ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିଲା । ରବିଠାରୁ ଜବତ ହୋଇଛି ସାଉଥ ଆଫ୍ରିକା ନୋଟ୍‌ । ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ କୋକେନର ଡିମାଣ୍ଡ ଖୁବ୍ ରହୁଛି । କୋକେନ୍ କେଜି ପିଛା ୩ କୋଟିରୁ ୭ କୋଟିରେ ବିକ୍ରି କରୁଥିଲା ରବି । ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି STF । ପଚରାଉଚୁରା ବେଳେ ଖୋଲିବ ଭୁବନେଶ୍ୱର କୋକେନ୍ କାରବାର ଲିଙ୍କ ।