ଭିଜିଲାନ୍ସ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଦୁର୍ନୀତି ଦୂର ପାଇଁ ଭିଜିଲାନ୍ସ ଅଫିସରମାନଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ରାଜ୍ୟ ସ୍ତରୀୟ ଉତ୍ସବରେ ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଦୁର୍ନୀତି ଦୂର କ୍ଷେତ୍ରରେ ଭିଜିଲାନ୍ସ ବିଭାଗର ପ୍ରଥମ ଭୂମିକା ଥିବାରୁ କମର୍ଚାରୀମାନେ ନିଷ୍ଠାର ସହ କତ୍ତର୍ବ୍ୟ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ବୈଷିୟକ ଜ୍ଞାନକୌଶଳ ପ୍ରୟୋଗ ନେଇ ଭିଜଲାନ୍ସ କମର୍ଚାରୀମାନଙ୍କୁ ତାଲିମ୍ ଦିଆଯିବ । ଏ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଥିମ୍‌ ରହିଛି ‘ସେଚ୍ଚାଟତା- ଏକ ଜୀବନ ଶୈଳୀ’ ।

ଏହି ଅବସରରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନକୁ ଓଡ଼ିଶାର ଶ୍ରେଷ୍ଠ ଡିଭିଜନ ଭାବେ ଟ୍ରଫି ପ୍ରଦାନ କରିଥିଲେ । ସମ୍ବଲପୁର ଓ କଟକର ଦୁଇ ଜଣ ତଦନ୍ତକାରୀ ଅଫିସର ଓ ଭୁବନେଶ୍ୱରର ହେମନ୍ତ କୁମାର ସ୍ୱାଇଁଙ୍କୁ ପିପି ଟ୍ରଫି ପ୍ରଦାନ କରାଯାଇଥିଲା । ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ')}

Leave a Reply