ଜଳବାୟୁ ପରିବର୍ତ୍ତନ ପାଇଁ ୨୦୫୦ ସୁଧା ଦେଶରେ ୨୫ ଗୁଣ ଅଧିକ ବଢିବ ଗରମ

1 min read

ନୂଆଦିଲ୍ଲୀ: ଆଗାମୀ ଦୁଇରୁ ଚାରି ଦଶନ୍ଧି ମଧ୍ୟରେ ଭାରତରେ ଏତେ ଉତ୍ତାପ ହେବ ଯେ ଏଠାରେ ରହିବା କଷ୍ଟକର ହୋଇଯିବ । ଏହା ଆମେ କହୁ ନାହୁଁ । ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟରେ ଏହା କୁହାଯାଇଛି । ଇଂଲଣ୍ଡରେ ଗ୍ଲାସଗୋରେ ହେଉଥିବା ଜଳବାୟୁ ପରିର୍ତ୍ତନ ସମ୍ମିଳନୀ ପୂର୍ବରୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି କି ଆଗାମୀ ୨୫ ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ରୁ ୨୦୬୫ ମଧ୍ୟରେ ଭାରତ ପ୍ରବଳ ଉତ୍ତାପର ସମ୍ମୁଖୀନ ହୋଇପାରେ । ଏହି ରିପୋର୍ଟରେ କୁହାଯାଇଛି କି ଯଦି କାର୍ବନ ନିର୍ଗମନରେ ଏହି ହାର ରୁହେ ତେବେ ଭାରତକୁ ଏପରି ସ୍ଥିତି ଦେଖିବାକୁ ପଡ଼ିପାରେ ।

ଜି-୨୦ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଥିଲା । ତେବେ ଜଳବାୟୁକୁ ନେଇ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବିଶ୍ବନେତା ଏହି ସଭାରେ ଭାଗନେଇଥିଲେ । ଏହି ରିପୋର୍ଟ ଉପରେ ଇଟାଲିର Inter governmental Panel on Climate Change କହିଛି ଯେ ଜଳବାୟୁ ପରିବର୍ତ୍ତନ ଜି-୨୦ ସହ ବିଶ୍ବର ସମସ୍ତ ଦେଶ ଉପରେ ପ୍ରଭାବ ପଡ଼ିବ । ୪୦ ଜଣ ବୈଜ୍ଞାନିକଙ୍କ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ଏହି ଦେଶଗୁଡିକରେ ଉତ୍ତାପ ତରଙ୍ଗ ଯୋଗୁଁ ମୃତ୍ୟୁ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଏହିସମୟ ମଧ୍ୟରେ ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କାନାଡା ଅଞ୍ଚଳରେ ଦେଢ଼ ଗୁଣରୁ ଅଧିକ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତର ବୃଦ୍ଧି ସହ ସ୍ବଚ୍ଛ ଜଳର ଉପଲବ୍ଧତା ଉପରେ ପ୍ରଭାବ ପକାଇଛି । ଜି-୨୦ ଦେଶରେ ଏମିତି କିଛି ଦିଗ ନାହିଁ ଯାହା ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହୋଇନାହିଁ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ବ୍ୟବସ୍ଥା କରାନଯାଏ ତେବେ ଆସନ୍ତା ୩୦ ବର୍ଷ ମଧ୍ୟରେ ବିଶ୍ବର ସମସ୍ତ ପ୍ରମୁଖ ଅର୍ଥନୀତି ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣରୁ ମରୁଡି, ଉତ୍ତାପ ବୃଦ୍ଧି ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇବ । ଯାହାଫଳରେ ଖାଦ୍ୟଶସ୍ୟ ଯୋଗାଣ ପ୍ରଭାବିତ ହେବା ସହ ପର୍ଯ୍ୟଟନ ମଧ୍ୟ ବାଧାପ୍ରାପ୍ତ ହେବ । ଦୁନିଆର କୌଣସି ଦେଶ ଏଥିରୁ ବର୍ତ୍ତି ପାରିବେ ନାହିଁ । ଯଦି ଭାରତ କଥା କହିବା ତାହାଲେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡ଼ିବ । କାହିଁକି ଭାରତର ଭୌଗଳିକ ସ୍ଥିତି ବହୁତ ଅଲଗା । ଗୋଟିଏ ପାର୍ଶ୍ବରେ ଏହାର ଉପକୂଳ ୭୫୦୦ କିଲୋମିଟର ଥିବାବେଳେ ଗୋଟିଏ ପାର୍ଶ୍ବରେ ରହିଛି ବିଶାଳ ହିମାଳୟ । ଭାରତର ୫୪ ପ୍ରତିଶତ ଅଞ୍ଚଳରେ ବହୁତ ଗରମ ଅନୁଭବ ହୁଏ । ଆଉ ଏବେ ଯଦି ଜଳବାୟୁ ପରିବର୍ତ୍ତନ ଉପରେ କୌଣସି ଠୋସ୍ ପଦକ୍ଷେପ ନ ନିଆଯାଏ ତେବେ ଏହା ଭାରତ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ।

Leave a Reply