ତାଜା ଖବର କଟକ: ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ୍ ସତ୍ୟଜିତ୍ ମହାନ୍ତି November 21, 2019
ତାଜା ଖବର ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଧିରେ ଧିରେ ତିନି ଦଳ ମଧ୍ୟରେ ବଢ଼ୁଛି ସହମତି । CWC ବୈଠକରେ ଶିବସେନାକୁ ସମର୍ଥନ ନେଇ ଗ୍ରୀନ୍ ସିଗନାଲ୍ ସୂଚନା । ଆସନ୍ତାକାଲି ୩ ଦଳର ମୁମ୍ବାଇରେ ବଡ଼ ବୈଠକ । November 21, 2019
ତାଜା ଖବର ପାରାଦୀପ: ଅଠରବାଙ୍କୀ ଟର୍ମିନାଲ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ । November 21, 2019
ତାଜା ଖବର ଭୁବନେଶ୍ୱର : ୩ଟି ଅନୁଷ୍ଠାନ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବୁଝାମଣାପତ୍ର ସ୍ଵାକ୍ଷରିତ । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ଵାକ୍ଷରିତ ହେଲା ବୁଝାମଣାପତ୍ର । ସହରାଞ୍ଚଳରେ ଅନଲାଇନରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଇ-ଗଭ୍ ଫାଉଣ୍ଡେସନ ସହିତ ବୁଝାମଣା । November 21, 2019
ତାଜା ଖବର କେନ୍ଦୁଝର: ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣା । ଜେଲ ୱାର୍ଡର ରମେଶ କବି ନିଲମ୍ବିତ । ୨ ମୁଖ୍ୟ ୱାର୍ଡର ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ ଜେଲ ଓ ଗୁମାନ ଜାମୁଡ଼ାଙ୍କୁ କରଞ୍ଚିଆ ବଦଳି କଲେ ସମ୍ବଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ । November 21, 2019
ତାଜା ଖବର ଭୁବନେଶ୍ୱର : ସହରାଞ୍ଚଳରେ ନିଜସ୍ୱ ଆୟବୃଦ୍ଧି, ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ ପାଇଁ ଜନଗ୍ରହ ସହିତ ବୁଝାମଣା ସ୍ଵାକ୍ଷର ।ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ନିମନ୍ତେ ଭାରତୀୟ ଐତିହ୍ୟ ସହର ନେଟୱର୍କ ଫାଉଣ୍ଡେସନ ସହିତ ବୁଝାମଣାପତ୍ର । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । November 21, 2019
ତାଜା ଖବର ଢେଙ୍କାନାଳ: ମାଈ ହାତୀର ମୃତଦେହ ଠାବ । ପରଜଙ୍ଗ ଥାନା ବସନ୍ତପଡ଼ା ପାଳଆମ୍ବ ନିକଟ ଧାନ କ୍ଷେତରୁ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ହାତୀର ବୟସ ପ୍ରାୟ ୧୨ ବର୍ଷ ଅନୁମାନ । November 21, 2019
ତାଜା ଖବର ଭୁବନେଶ୍ୱର : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ବୈଠକ । ଶରଦ ପାଓ୍ୱାରଙ୍କ ବାସଭବନରେ ହୋଇଥିବା ବୈଠକରେ ଯୋଗଦେଲେ ଜୟରାମ ରମେଶ, ଅହମ୍ମଦ ପଟେଲ ଓ ମଲ୍ଲିକାର୍ଜୁନ ଖଡଗେ । ଶିବସେନାକୁ ସମର୍ଥନ ପ୍ରସଙ୍ଗରେ ଆଲୋଚନା। November 21, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ କୃଷିଫାର୍ମର ସ୍ଥିତି ନେଇ ଗୃହରେ ଆଲୋଚନା। ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ୬୩ଟି କୃଷି ଫାର୍ମ ଅଛି, ସେଥିରୁ ୪ଟି ପୁନରୁଦ୍ଧାର ଅବସ୍ଥାରେ ନାହିଁ । ୮୫ଟି ଉଦ୍ୟାନ କୃଷି ଫାର୍ମ ଅଛି ସେଥିରୁ ୫ଟି ପୁନରୁଦ୍ଧାର ସ୍ଥିତିରେ ନାହିଁ । ଲାଭଦାୟକ ନଥିବାରୁ ଅଚଳ ଫାର୍ମ ପୁନରୁଦ୍ଧାର କରାଯାଉନି । November 20, 2019
ତାଜା ଖବର ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ୍ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉତ୍ତର ଲୋଡ଼ିଲେ ସୁପ୍ରିମକୋର୍ଟ। ଆଇଏନଏକ୍ସ ମିଡିଆ ଡିଲ୍ ପ୍ରସଙ୍ଗରେ ଜେଲରେ ଥିବା ଚିଦାମ୍ବରମଙ୍କ ଜାମିନ୍ ହାଇକୋର୍ଟରେ ଅଗ୍ରହ୍ୟ ହେବା ପରେ ସୁପ୍ରିମକୋର୍ଟରେ ସେ ଆବେଦନ କରିଛନ୍ତି । November 20, 2019