ତାଜା ଖବର ଭୁବନେଶ୍ୱର : ବଡ଼ଦିନ ଓ ନୂଆବର୍ଷ ପାଇଁ ଆତସବାଜି ଫୁଠାଇବା ଉପରେ କଟକଣା ଜାରି କଲେ ରାଜ୍ୟ ମାନବାଧିକାର କମିଶନ୍। ରାତି ୧୧.୫୫ରୁ ରାତି ୧୨.୩୦ ମଧ୍ୟରେ ଫୁଟାଇ ହେବ ବାଣ। ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ। ନିୟମର ଉଲଙ୍ଘନ ହେଲେ ସଂପୃକ୍ତ ଥାନା ଅଧିକାରୀ ଦାୟୀ ରହିବେ। December 2, 2019
ତାଜା ଖବର ଭୁବନେଶ୍ୱର : TVDS ସିଷ୍ଟମରୁ ୩୬ ଜଣଙ୍କୁ ପଠାଗଲା ଇ-ଚାଲାଣ । ରୂପାଲି ଛକରେ ନିୟମ ଭାଙ୍ଗୁଥିବା ବାଇକ୍ ଆରୋହୀଙ୍କୁ ଚିହ୍ନଟ କରି, ଚାଲାଣ କରିଛି ପୋଲିସ । December 2, 2019
ତାଜା ଖବର ଭୁବନେଶ୍ୱର: ସେପ୍ଟେମ୍ବରରୁ ନଭେମ୍ବର ୩ ମାସ ମଧ୍ୟରେ ରାଜ୍ୟରେ ୫ ଲକ୍ଷ ୮୭ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ୨୦୧୮ ବର୍ଷରେ ଇସ୍ୟୁ ହୋଇଥିଲା ମାତ୍ର ୩ ଲକ୍ଷ ୪୮ ହଜାର ଲର୍ଣ୍ଣର୍ସ ଲାଇସେନ୍ସ । ବିଗତ ୩ ମାସ ମଧ୍ୟରେ ୨୧ ଲକ୍ଷ ୯ ହଜାର ପଲ୍ୟୁସନ ଅଣ୍ଡର କଣ୍ଟୋଲ ଜାରି ହୋଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା । December 2, 2019
ତାଜା ଖବର ରାଜଧାନୀରେ ସେକ୍ସ ରାକେଟ ଠାବ । ୨ ଦଲାଲଙ୍କ ସେମତ ୪ ଗ୍ରାହକଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ୬ ବଙ୍ଗୀୟ ଯୁବତୀ ଉଦ୍ଧାର, ଏମ୍ସ ନଗରର ଏକ ହୋଟେଲରେ ଚାଲିଥିଲା ଦେହ କାରବାର । ଟଙ୍କା ଓ ଆପତ୍ତି ଜନକ ସାମଗ୍ରୀ ଜବତ, ମାଷ୍ଟର ମାଇଣ୍ଡ ଫେରାର । December 1, 2019
ତାଜା ଖବର ନୂଆଦିଲ୍ଲୀ: ତୁର୍କୀରୁ ୧୧୦୦୦ ମେଗା ଟନ୍ ପିଆଜ ଆମଦାନୀ । ଜାନୁଆରୀ ପହିଲାରେ ପହଞ୍ଚିବ । ଇଜିପ୍ଟରୁ ୧୭୦୯୦ ମେଗା ଟନ୍ ପିଆଜ ଆମଦାନୀ । ଡିସେମ୍ବର ୧୫ ସୁଦ୍ଧା ପହଞ୍ଚିବ ପିଆଜ । ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ସୂଚନା । December 1, 2019
ତାଜା ଖବର ଜମ୍ମୁ କଶ୍ମୀର: ପୁଞ୍ଚ୍ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । December 1, 2019
ତାଜା ଖବର କୋଣାର୍କ: ଚନ୍ଦ୍ରଭାଗାରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଉଦଘାଟିତ । ଉଦଘାଟନ କଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କ୍ରୀଡା ମନ୍ତ୍ରୀ ତୁଷାରିକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ । ୫ ଦିନବ୍ୟାପୀ ଅନୁଷ୍ଠିତ ହେବ ବାଲୁକା କଳା । December 1, 2019
ତାଜା ଖବର କରଞ୍ଜିଆ: ଦୁଧିଆପାଣି ରେଞ୍ଜରେ ୨୨ ଟିକିଆ ହାତୀପଲର ଉପଦ୍ରବ । କୁରୁଳିଆ ନିକଟ ଜଙ୍ଗଲରେ ଯୁବତୀଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଲା ହାତୀ । ବଜାରରୁ ଫେରୁଥିବା ବାପ, ଝିଅ ଫେରୁଥିବା ବେଳେ ହାତୀ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ବାପା । ଗୁରୁତର ଯୁବତୀ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି । December 1, 2019
ତାଜା ଖବର ଭୁବନେଶ୍ୱର: ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାସ୍ତାଟି କେନ୍ଦ୍ରୀୟ ଓଡ଼ିଶାର ସୋନପୁର-ବୌଦ୍ଧ ରାସ୍ତାର । ସଠିକ୍ ଉତ୍ତର ଓ ପ୍ରୟାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । December 1, 2019
ତାଜା ଖବର ମୟୂରଭଞ୍ଜ: ରାଇରଙ୍ଗପୁର କଲେଜ ଅଧ୍ୟପିକାଙ୍କ ଆତ୍ମହତ୍ୟା ଘଟଣା । ରାଇରଙ୍ଗପୁର ଓ ଝାରପୋଖରିଆ ଥାନାରେ ୨ଟି ପୃଥକ ମାମଲା ରୁଜୁ । ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ । ତଦନ୍ତ ଜାରିଥିବା ପ୍ରେସମିଟରେ ସୂଚନା ଦେଲେ ମୟୂରଭଞ୍ଜ ଏସପି । December 1, 2019