ମାଗଣାରେ ଭାରତୀୟଙ୍କୁ ମିଳିବ କରୋନା ଟିକା,୬୮ କୋଟି ଡୋଜ୍ ପାଇଁ ହେଲା ଡିଲ୍

1 min read
covishield NandighoshaTV

ନୂଆଦିଲ୍ଲୀ: ୭୩ ଦିନ ମଧ୍ୟରେ ବଜାରକୁ ଆସିବ କରୋନା ଟିକା କୋଭିସିଲ୍ଡ . ସିରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶତି ହେଉଛି ଏହି ଟିକା । ୫୮ ଦିନ ମଧ୍ୟରେ କରୋନା ଟିକାର ଟ୍ରାଏଲ ଶେଷ ହେବ । ଗତକାଲି ଏହାର ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ 29 ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ . ଏହାର ଟ୍ରାଏଲ ତୃତୀୟ ପର୍ଯ୍ୟାଯରେ ପହଞ୍ଚିଛି । ୧୭ ଟି ସେଣ୍ଟରରେ ୧୬୦୦ ଲୋକଙ୍କ ମଧ୍ୟରେ ଏହି ଭ୍ୟାକିସନର ଟ୍ରାଏଲ କରାଯିବ । ଭାରତ ସରକାର ମାଗଣାରେ ସମସ୍ତଙ୍କୁ ଏହି ଟିକା ଯୋଗାଇଦେବେ । ୬୮କୋଟି ଟିକା କିଣିବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । କେବଳ ଭାରତ ନୁହେଁ ବାକି 92ଟି ଦେଶ ମଧ୍ୟ ଏହି ଭ୍ୟାକସିନ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି . ପ୍ରତ୍ୟେକ ମାସ ପ୍ରାୟ 6 କୋଟି ଟିକା ଉତ୍ପାଦନ କରିବାଲ କ୍ଷମତା ରଖିଛି ସିରମ ଇନଷ୍ଟିଚ୍ୟୁଟ୍ ।

ବିଜନେସ୍ ଟୁଡେରେ ପିବି ଜୟକୁମାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ,ସିରମ ଇନଷ୍ଟିଚ୍ୟୁଟଠାରୁ ଭାରତ ସରକାର ସିଧା ସଳଖ ଟିକା କିଣିବାର ସଂକେତ ଦେଇଛନ୍ତି । ଫଳରେ ଏହି ଟିକା ଭାରତୀୟଙ୍କୁ ମାଗଣାରେ ମିଳିବ । ସରକାର ସିରମ ଇନଷ୍ଟିଚ୍ୟୁଟକୁ ଆସନ୍ତା ଜୁନ୍ ମାସ ସୁଧା ୬୮ କୋଟି ଡୋଜ୍ ଦେବାକୁ କହିଛନ୍ତି । ସରକାର ଏହି ଭ୍ୟାକ୍ସିନର ଟ୍ରାଏଲକୁ ଦ୍ରୁତ ଗତିରେ ସାରିବାକୁ ମଂଜୁରୀ ଦେଇଛନ୍ତି । ଭ୍ୟାକ୍ସିନ୍ ସଫଳ ହେଲା ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ମାଗଣାରେ ସବୁ ଭାରତୀୟଙ୍କୁ ଏହି ଟିକା ଯୋଗାଇ ଦିଆଯିବ ।

 

covishield

ଦାମ କେତେ ରହିବ ?

ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକାର ମୁଲ୍ୟ ବାବଦରେ ତଥ୍ୟ ସାମ୍ନାକୁ ଆସୁଛି । ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ସିରମ ଦ୍ୱାରା ତିଆରି ହେଉଥିବା ଟିକା ଆପଣଙ୍କୁ ମେଡିସିନ୍ କାଉଣ୍ଟରରେ ମାତ୍ର ୨୨୫ ଟଙ୍କାରେ ମିଳିବ ।ଗରିବ ଓ ବିକାଶଶୀଳ ଦେଶଙ୍କୁ ଯେଉଁ ଭ୍ୟାକ୍ସିନ୍ ସିରିମ ସପ୍ଲାଏ କରିବା ତାର ମୁଲ୍ୟ ନିର୍ଧାରଣ କରାଯାଇଛି । କଂପାନୀ ଅନୁସାରେ ଏଭଳି ଦେଶରେ ଗୋଟିଏ ଡୋଜ ଭ୍ୟାକ୍ସିନର ଦାମ ହେବ ୩ ଡଲାର । ଭାରତୀୟ ମୁଦ୍ରାରେ ପ୍ରତି ଭ୍ୟାକ୍ସିନ ୨୨୫ ଟଙ୍କା । ଏହି ଟିକାର ନାମ ହେଉଛି କୋଭିସିଲ୍ଡ । ଯଦି ଭ୍ୟାକ୍ସିନ୍ ଶେଷ ପରୀକ୍ଷଣରେ ସଫଳ ହୁଏ ତେବେ ତାକୁ ବଜାରକୁ ଛଡା ଯିବ ।

covishield

ସିରମର ଦୁଇଟି ବଡ ଚୁକ୍ତି

ସିରମ ଭ୍ୟାକ୍ସିନ୍ ତିଆରି କରିବା ପାଇଁ ଦ ଭ୍ୟାକ୍ସିନ୍ ଆଲାଏନ୍ସ (GAVI) ଓ ଦି ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ବଡ ଡିଲ୍ କରିଛି । ଏହି ଡିଲ ଦ୍ୱାରା ସିରମର ଟିକା ତିଆରି କ୍ଷମତା ବଢିଯାଇଛି । ଏହା ଅଧିକ ଟିକା ଉତ୍ପାଦନ କରିପାରିବ । କଂପାନୀ ଭାରତ ସହ କିଛି ନିମ୍ନ ଓ ମଧ୍ୟମ ଆୟ କରୁଥିବା ଦେଶଙ୍କ ପାଇଁ ଭ୍ୟାକ୍ସିନର ୧୦ କୋଟି ଡୋଜ୍ ତୁରନ୍ତ ଉପଲବ୍ଧ କରାଇବ । ଡିଲ୍ ପରେ ଗେଟସ୍ ଫାଉଣ୍ଡେସନ୍ ଗାଭିକୁ ୧୫ କୋଟି ଡଲାର ବା ୧୧୨୫ କୋଟି ଟଙ୍କା ଦେବ । ରିସ୍କ ଫଣ୍ଡିଂ ପାଇଁ ଏହି ଟଙ୍କା ଦିଆଯିବ । ଯଦି ଭ୍ୟାକ୍ସିନ୍ ଅନ୍ତିମ ଚରଣରେ ଅସଫଳ ହୁଏ ତେବେ ସେପର୍ଯ୍ୟନ୍ତ ଯାହା ଖର୍ଚ୍ଚ ହୋଇଥିବ ତାକୁ ଗାଭି ବହନ କରିବ । ଅର୍ଥାତ ଟିକା ଯଦି ତିଆରି ହୋଇ ନଷ୍ଟ ହେଲା ତେବେ କଂପାନୀର କ୍ଷତି ହେବ ନାହିଁ । ରିସ୍କ୍ ଫଣ୍ଡିଂ କ୍ରମରେ ଗାଭି ଏହି ଖର୍ଚ୍ଚ ଭାର ଉଠାଇବ ।

covishield

Leave a Reply