Corona news-Sero Survey : ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି, ସଂକ୍ରମଣ ପାଇଁ ସେପ୍ଟେମ୍ବର ଗୁରୁତ୍ୱପୂର୍ଣ୍ଣ

Covid Testing increased in Khordha Dist including BMC Area

ଭୁବନେଶ୍ୱର: ଖୋର୍ଦ୍ଧାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଚିନ୍ତାଜନକ ନୁହେଁ । ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଷ୍ଟିଂ ହାର ବୃଦ୍ଧି କରାଯାଇଛି । ଏଥିସହିତ ଭୁବନେଶ୍ୱରକୁ ବିଭିନ୍ନ ଜିଲ୍ଲା ଏପରିକି ରାଜ୍ୟ ବାହରୁ ଲୋକେ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି । ଏହି ଦୃଷ୍ଟିରୁ ଭୁବନେଶ୍ୱରରେ ସଂଖ୍ୟା ବଢୁଛି । ହେଲେ ସେରୋ ସର୍ଭେରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ନେଇ ଆସିଥିବା ରିପୋର୍ଟ ସମସ୍ତଙ୍କ ପାଇଁ ଶୁଭ ସଂଙ୍କେତ ବୋଲି କହିଛନ୍ତି ବିଏମସି କମିଶନର ।

Covid Testing increased in Khordha Dist including BMC Area

ରାଜଧାନୀରେ ଏବେ ସଂକ୍ରମଣ ପିକରେ ରହିଛି । ଏହି ଦୃଷ୍ଟିରୁ ଆଗାମୀ ଏକ ମାସ ସମସ୍ତଙ୍କ ପାଇଁ ଅତି ସମ୍ବେଦନଶୀଳ । ଏହି ସମୟରେ ସତର୍କତା ଅବଲମ୍ବନ କରାଗଲେ ଆଗକୁ ସଂକ୍ରମଣର ହାର ହ୍ରାସ ପାଇବ ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ହୋମରେ ମାତ୍ର ୩୮ ପ୍ରତିଶତରେ ସଂକ୍ରମିତ ରହିଛନ୍ତି । ଏବେ ଭୁବନେଶ୍ୱରରେ ଆକ୍ଟିଭ କେସ୍ ସଂଖ୍ୟା ୨୬୧୮ ଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ବେଳକୁ ଏହି ସଂଖ୍ୟା ୩୪୨୯ ଓ ସେପ୍ଟେମ୍ବର ୧୫ ବେଳକୁ ୫ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି ।

ସେପଟେ ଖୋର୍ଦ୍ଧାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ବୋଲଗଡ଼ ଏହି ଚାରୋଟି ବ୍ଲକରେ ହିଁ ସର୍ବାଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହାର ମୂଳ କାରଣ ହେଉଛି ଏସବୁ ଅଞ୍ଚଳଗୁଡ଼ିକ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ଏବଂ ସମଗ୍ର ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୭୭ ପ୍ରତିଶତ ଏହି ଚାରୋଟି ବ୍ଲକର । ଏଥିପାଇଁ ମୋବାଇଲ ଡାକ୍ତର ଟିମ୍ ନିୟୋଜିତ କରାଯାଇଛି । ଏଣିକି ଟ୍ରକରେ ଆସୁଥିବା ବ୍ୟବସାୟୀ ଓ ଟ୍ରକ୍ ଡାଇଭରଙ୍କର ଟେଷ୍ଟ କରାଯାଉଥିବା ପ୍ରଶାସନ ସୂଚନା ଦେଇଛି ।

Leave a Reply