ତାଜା ଖବର ବିଶାଖାପାଟଣା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୧୦୭ ରନରେ ଜିତିନେଲା ଭାରତ । କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ । December 18, 2019
ତାଜା ଖବର ଖୋର୍ଦ୍ଧା ବେଆଇନ୍ ପଥର ଖଣି ଖନନ ଘଟଣା । ଖୋର୍ଦ୍ଧା ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କଲା ଖଣି ମାଫିଆ ଜିତୁ ଓରଫ ଜିତେନ୍ଦ୍ର ମାନସିଂହ । ଜିତୁକୁ ୨ ଦିନ ପାଇଁ ରିମାଣ୍ଡରେ ନେଲା ଏସଟିଏଫ । ବେଆଇନ ପଥର ଚାଲାଣ ଓ ବିସ୍ଫୋରଣରେ ସମ୍ପୃକ୍ତ । ପୂର୍ବରୁ ୨୦ ଜଣ ମାଫିଆକୁ ଏସଟିଏଫ ଗିରଫ କରିଛି December 18, 2019
ତାଜା ଖବର ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ । ଶୀତ ଅଧିବେଶନରେ ସରକାର ଏହି ବିଲକୁ ରାଜ୍ୟସଭା ଓ ଲୋକସଭାରେ ପାସ୍ କରାଇବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି। December 18, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ କମିଛି ଦୁର୍ଘଟଣା । ଏବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛି ।ଲୋକସେବା ଭବନରେ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ।୨୦୧୯ରେ ଭାରତରେ ୧.୫୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ଏବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ୪,୧୧୫ ଜଣଙ୍କର ମୃତ୍ୟୁ ହୋଇଛି। December 18, 2019
ତାଜା ଖବର ଭୁବନେଶ୍ୱର : CABର ଭାରତୀୟଙ୍କ ସହ କିଛି ସମ୍ପର୍କ ନାହିଁ। କେବଳ ବିଦେଶୀଙ୍କ ସହ ଏହାର ସଂପର୍କ। ବିଜେଡି ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ଆମେ NRCକୁ ବିରୋଧ କରୁଛୁ । ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଦେଲେ ପରାମର୍ଶ । December 18, 2019
ତାଜା ଖବର ଭୁବନେଶ୍ୱର : ଜଳସାଥୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀର ୮ଟି ଓ୍ୱାର୍ଡରେ ଆରମ୍ଭ ହେଲା ୨୪ ଘଣ୍ଟିଆ ପାଇପ୍ ପାଣି ବ୍ୟବସ୍ଥା । ସହରାଞ୍ଚଳ ଉନ୍ନତି କ୍ଷେତ୍ରରେ ସହାୟକ ହେବେ ମିଶନ ଶକ୍ତିର ମହିଳା। ଜଳସାଥୀ ମହିଳା ମହାସଂଘ ସହ watcoର ୮ଟି ଚୁକ୍ତିନାମା ସ୍ୱାକ୍ଷରିତ। December 18, 2019
ତାଜା ଖବର ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲାରେ ଦୋଷୀ ଅକ୍ଷୟ କୁମାରଙ୍କ ରିଭ୍ୟୁ ପିଟିସନ୍ ଖାରଜ । ଖାରଜ କଲେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ । December 18, 2019
ତାଜା ଖବର ଆସିକା: ଜୟପୁର ବେଆଇନ୍ ବାଲି ଘାଟ ଉପରେ ପୋଲିସର ଚଢାଉ ।୯ ଜଣ ଗିରଫ, ୯ଟି ଟ୍ରାକ୍ଟର ଜବତ । December 18, 2019
ତାଜା ଖବର ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି । ଭୁବନେଶ୍ୱର ବିମାନବନ୍ଦରରୁ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ । December 18, 2019
ତାଜା ଖବର ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ନୂଆ କୃଷି ନୀତି (ସମ୍ରିଦ୍ଧି)କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ । December 17, 2019