ତାଜା ଖବର ଭୁବନେଶ୍ୱର : ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ । ଆଜି ରାଜଭବନରେ କରିବେ ରାତ୍ରୀଯାପନ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । December 7, 2019
ତାଜା ଖବର ଝାଡ଼ଖଣ୍ଡ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ । ଝାଡ଼ଖଣ୍ଡର ୨୦ଟି ବିଧାନସଭା ଆସନରେ ହେଉଛି ଭୋଟିଂ । December 7, 2019
ତାଜା ଖବର ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଗୋପିବଲଭପୁର ଗାଁରେ ଅଘଟଣ । ବାରହା ଫାଶରେ ପଡ଼ି ବାଇକ୍ ଆରୋହୀ ମୃତକ । ମୃତକ ଖଲିନାଳି ଗାଁର ନବ କିଶୋର ପ୍ରଧାନ । ଜମିକୁ ଫସଲ ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ । December 7, 2019
ତାଜା ଖବର ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ପ୍ରତିକ୍ରିୟା । ସାଧାରଣ ନାଗରିକ ହିସାବରେ ୪ ଅଭିଯୁକ୍ତଙ୍କୁ ଗୁଳି ନେଇ ଖୁସି ଲାଗୁଛି । କିନ୍ତୁ, ଏହା ଆଇନ୍ ହିସାବରେ ହେବା ଉଚିତ୍ । ଆମେ ମୃତ୍ୟୁଦଣ୍ଡ ଦାବି କରୁଥିଲୁ । ପୋଲିସ୍ ନିଜେ ଜଜ୍ ହୋଇ କେମିତି କଲା ଜଣାନାହିଁ । December 6, 2019
ତାଜା ଖବର ବାଲିଗୁଡ଼ା: ଖସିଲା ପାରଦ, ବଢ଼ିବାରେ ଲାଗିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ । December 6, 2019
ତାଜା ଖବର ଭଦ୍ରକ: ୮୪ ଗ୍ରାମ୍ ବ୍ରାଉନସୁଗର ସହ ବାଇକ ଜବତ । ଜଣକୁ ଗିରଫ କଲା କଟକ ଅବକାରୀ ଫ୍ଲାଇଁ ସ୍କ୍ୱାଡ୍ । ଗିରଫ ଜଣଙ୍କ ତିହିଡ଼ି ଥାନା ସଦାନନ୍ଦପୁରର ଚନ୍ଦନ ପାଢ଼ୀ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮ ଲକ୍ଷ ୪୦ ହଜାର ଟଙ୍କା । December 6, 2019
ତାଜା ଖବର ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡର ତାରାସିଗିଂ ବନାଞ୍ଚଳ କଳିଙ୍ଗପଦର ଜଙ୍ଗଲରୁ ମାଈ ହାତୀର ମୃତ୍ୟୁୁ । ୨ ହାତୀ ଲଢେଇରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗର ଅନୁମାନ । ଘଟଣାସ୍ଥଳରେ ବନ ଅଧିକାରୀଙ୍କ ତଦନ୍ତ । December 6, 2019
ତାଜା ଖବର ପଟ୍ଟାମୁଣ୍ଡାଇ: ମୃତ ବାରହା ଜବତ, ୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ରାଜନଗର ଭିତରକନିକା ସୁନେଇ ରୂପେଇ ଜଙ୍ଗଲରେ ବାରହା ଶିକାର ବେଳେ ଧରିଲା ବନ ବିଭାଗ । ଫାର୍ସା, କଟୁରୀ ଓ ଠେଙ୍ଗା ଜବତ । December 6, 2019
ତାଜା ଖବର ହାଇଦ୍ରାବାଦ ଏନକାଉଣ୍ଟର ନେଇ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ସେମାନେ ଦୋଷୀ, କଠୋର ଦଣ୍ଡ ମିଳିବାର ଥିଲା । ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଅଛି । ରାସ୍ତାରେ ସେମାନଙ୍କୁ ଗୁଳି କରାଯାଉଛି । ଭାରତରେ ବି ସମାନ ଆଇନ୍ ଆସିବା କଥା ।ଏହା ମୋ ବ୍ୟକ୍ତିଗତ ମତ । December 6, 2019
ତାଜା ଖବର ଭୁବନେଶ୍ୱର : ଗତକାଲି ଶେଷହୋଇଛି ବିଜେଡିର ସଭ୍ୟସଂଗ୍ରହ ଅଭିଯାନ । ଦୁଇଦିନ ମଧ୍ୟରେ ସଭ୍ୟଙ୍କ ସଂଖ୍ୟା ଜଣାପଡିବ । ହେଲେ ଗତ ବର୍ଷ ତୁଳନାରେ ଦୁଇ ଗୁଣ ହୋଇଥିବା ସୂଚନା । ଗତବର୍ଷ ୪୫ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲେ । ଏ ସଂପର୍କରେ ସୂଚନା ଦେଲେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ଦେବୀପ୍ରସାଦ ମିଶ୍ର । December 6, 2019