କ୍ୟାମେରା ମ୍ୟାନ ମର୍ଡର: ଚର୍ଚ୍ଚାରେ ଝୁନା ଭୋଇଙ୍କ ଲିଙ୍କ୍

ଭୁବନେଶ୍ୱର: ଦିନକୁ ଦିନ ଘଟଣା ନେଉଛି ନୂଆ ମୋଡ଼  । କ୍ୟାମେରା ମ୍ୟାନ ମର୍ଡର ଫାଇଲରେ ଯୋଡ଼ି ହେଉଛନ୍ତି ନୂଆ ଲୋକ । କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡ ମାମଲାରେ ଝୁନାଙ୍କୁ ଖୋଜୁଛି ପୋଲିସ  । ଏୟାରଫିଲଡ଼ ଥାନା ବିରିବନ୍ଧ ଭୋଇ ସାହିରେ ଝୁନା ଭୋଇଙ୍କ ଲିଙ୍କ ଘଟଣା ଏବେ ସାମ୍ନାକୁ ଆସିଛି  । ଝୁନା ରହିଥିଲେ ମୁଖ୍ୟ ଅଭିଯୁକ୍ତ ତଥା ପୋର୍ଟାଲ ମୁଖ୍ୟ ଶର୍ମିଷ୍ଠାଙ୍କ ସହଯୋଗୀ  । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଝୁନାଙ୍କ ସ୍ୱାମୀ ଅରୁଣ କୁମାର ଭୋଇ ।

ଶର୍ମିଷ୍ଠାଙ୍କ ସହ ଝୁନା ଚାନ୍ଦବାଲି ଥାନାକୁ ଯାଉଛନ୍ତି କହି କେଉଁଆଡେ ଚାଲିଯାଇଥିବା କହିଛନ୍ତି ଝୁନାଙ୍କ ସ୍ୱାମୀ । ଏହା ପରେ ଉଭୟଙ୍କର ମୋବାଇଲ୍ ସୁଇଚଅଫ୍ ଥିବା  କହିଛନ୍ତି ଝିନାଙ୍କ ସ୍ୱାମୀ  । ସେପଟେ ଏକଥା ମଧ୍ୟ କହିଛନ୍ତି  ଖୋଜାଖୋଜି ପରେ ନପାଇବାକୁ ସ୍ତ୍ରୀ ନିଖୋଜ ଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ସ୍ତ୍ରୀ ଏବେ କେଉଁଠି ମୁଁ ଜାଣିନାହିଁ ବୋଲି କହିଛନ୍ତି ଅରୁଣ ।

ସୂଚନା ମୁତାବକ ଆଶ୍ରମରେ ବୃଦ୍ଧାଙ୍କର ସେବା କରୁଥିଲେ ଝୁନା । ଘରେ ଏ ସମ୍ପର୍କରେ କୌଣସି ଆଲୋଚନା ହେଉନଥିଲା । ଏଥିରେ କୌଣସି ରାଜନୈତିକ ସଂପୃକ୍ତି ନାଥିବା ତାଙ୍କ ସ୍ୱାମୀ କହିଛନ୍ତି  । କିନ୍ତୁ ଏହି ହତ୍ୟାକାଣ୍ଡ ପରେ ଏବେ ସାମ୍ନାକୁ ଆସିଛି ଝୁନାଙ୍କ ନାଁ  । ତେବେ କ୍ୟାମେରାମ୍ୟାନ ହତ୍ୟାକାଣ୍ଡରେ ଝୁନାଙ୍କ ସମ୍ପୃକ୍ତି ରହିଛି କି ନାହିଁ ? ଯଦି ନାହିଁ ତେବେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ କାହିଁକି କେଉଁଆଡ଼େ ପଳାଇ ଯାଇଛନ୍ତି ଝୁନା ? ସେପଟେ ଅରୁଣ କହିଛନ୍ତି, ଯଦି  ସ୍ତ୍ରୀର ଭୁଲ ଥିବ କିମ୍ବା ହତ୍ୟାକାଣ୍ଡରେ ସମ୍ପୃକ୍ତି ରହିଥିବ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି  ।