ଯନ୍ତ୍ରଣାରେ ଛଟପଟ ଶିବଶଙ୍କର, ଇଚ୍ଛାମୃତ୍ୟୁ ପାଇଁ କଲେ ଆବେଦନ

1 min read

ବ୍ରହ୍ମପୁର: ଯନ୍ତ୍ରଣାରେ ଜର୍ଜରିତ ଜୀବନ । ନିଶ୍ୱାସ ଟିକେ ନେଲାବେଳକୁ ପ୍ରାଣ ହୋଇଯାଉଛି ଛଟପଟ । ମରି ମରି ବଞ୍ଚିବା ଅପେକ୍ଷା ସବୁଦିନ ପାଇଁ ବିଦାୟ ନେବାକୁ ଶ୍ରେୟ ମଣିଛନ୍ତି । ଏନେଇ ଇଚ୍ଛା ମୃତ୍ୟୁ ଆବେଦନ କରିଛନ୍ତି ବ୍ରହ୍ମପୁରର ଶିବଶଙ୍କର । ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ‘ମୁଁ ଆଉ ଯନ୍ତ୍ରଣା ସହିପାରୁନି  ମୋତେ ମୃତ୍ୟୁ ଦିଆଯାଉ ।ପରିବାର ଥାଇ ବି ବେସାହାର । ହୋଇ ମେଡିକାଲ ବେଡରେ ଛଟପଟ ହେଉଥିବା ଶିବଶଙ୍କର ଏହେଉଛି ଯନ୍ତ୍ରଣାର ସ୍ୱର ।

ରୋଷେଇ କରୁଥିବା ତେଲ କଡେଇରେ ପଡ଼ି ଗୁରୁତର ହୋଇପଡିଛନ୍ତି ସେ । ଏସସିବିରେ ଚିକିତ୍ସା ଚାଲିଥିବା ବେଳେ ଅଧା ଚିକିତ୍ସାରୁ ଚାଲିଆସିଥିଲେ ସ୍ତ୍ରୀଙ୍କ ସହିତ । ଶେଷରେଯନ୍ତ୍ରଣା ବଢିବାରୁ ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସିତ ହେଉଥିବା ଶିବଶଙ୍କରଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଏମିତିକି ଜନ୍ମକଲା ବାପାମା’ବି ଦୂରେଇ ଦେଇଛନ୍ତି । ରକ୍ଷଣାବେକ୍ଷଣା କରୁଛନ୍ତି ପାଖ ବେଡରେ ରହୁଥିବା ଆଉ ଜଣେ ରୋଗୀ ।

 

ଯନ୍ତ୍ରଣାସିକ୍ତ ଜୀବନ । ଆଉ ତାରି ଭିତରେ ଜୀବନ ଜୀଉଁଥିବା ଶିବଶଙ୍କର ଇଚ୍ଛାମୃତ୍ୟୁ ଆବଦେନ କରିଛନ୍ତି । ସେପଟେ ତାଙ୍କର ଚିକିତ୍ସା ଓ ସହାୟତା ପାଇଁ  ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବାକୁ ମିଳିଛି ପ୍ରତିଶ୍ରୁତି ।

ଯନ୍ତ୍ରଣାରେ ଛଟପଟ ହେଉଥିବା ଶିବଙ୍କର ଚିକିତ୍ସା କରାଯାଇପାରିଲେ ସେ ଏକ ସୁସ୍ଥ ଜୀବନ ଜୀଇଁ ପାରିବେ ')}

Leave a Reply