ରାମାୟଣ ଫିଲ୍ମରେ ‘ରାବଣ’ ଭୂମିକାରେ ନଜର ଆସିବେ ହ୍ରିତିକ୍

1 min read

ମୁମ୍ବାଇ: ନିର୍ମାତା ମଧୁ ମଣ୍ଟେନାଙ୍କ ବହୁ ପ୍ରତିକ୍ଷୀତ ପ୍ରୋଜେକ୍ଟ ‘ରାମାୟଣ’କୁ ନେଇ ଫ୍ୟାନ୍ସଙ୍କ ଠାରେ ଆଗ୍ରହ ଦେଖାଦେଇଛି । ଫିଲ୍ମକୁ ନେଇ ବଲିଉଡରରେ ଆଲୋଚନା ହେଉଛି ଯେ ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, ଦୀପିକା ପାଦୁକୋନ ଏଥିରେ ହ୍ରିତିକଙ୍କ ବିପକ୍ଷରେ ନଜର ଆସିବେ। ଯଦିଓ ଫିଲ୍ମରେ ଏହି ଦୁଇ କଳାକାରଙ୍କ  ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ତଥାପି, ଏହି ଚଳଚ୍ଚିତ୍ର ବିଷୟରେ ଏକ ଭଲ ଖବର ଆସିଛି । ଏହି ଚଳଚ୍ଚିତ୍ରକୁ ଆହୁରି ଆକର୍ଷିତ କରିବାକୁ ନିର୍ମାତାମାନେ ହଲିଉଡର ବ୍ଲକବଷ୍ଟର ‘ଅବତାର’ର କଷ୍ଟ୍ୟୁମ ଡିଜାଇନରଙ୍କ ସହ ଆଲୋଚନା ଚିଲିଛି ।


Iwmbuzz ରେ ଏହି ଚଳଚ୍ଚିତ୍ରର ପୋଷାକ ବିଷୟରେ ଏକ ଖବର ପ୍ରକାଶ ପାଇଛି । କୁହାଯାଉଛି ଯେ, ରାମାୟଣର ନିର୍ମାତାମାନେ ଆମେରିକାର ଚର୍ଚ୍ଚିତ କଷ୍ଟ୍ୟୁମ ଡିଜାଇନରଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି ଡିଜାଇନର ଟିମ୍ ଲୋକପ୍ରିୟ ଚଳଚ୍ଚିତ୍ର ‘ଅବତାର’ର କଷ୍ଟ୍ୟୁମ ଡିଜାଇନ କରିଛନ୍ତି । ଯଦି ଏହା ହୁଏ ତେବେ ଏହି ଟିମ୍ ରାମାୟଣରେ ହ୍ରିତିକଙ୍କ ପୋଷାକ ଡିଜାଇନ କରିବେ ।

ଏହି ଚଳଚ୍ଚିତ୍ର ବିଷୟରେ ଅଧିକ ରୋଚକ ଜିନିଷ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରର ବଜେଟ୍ ବହୁତ ଅଧିକ ରହିବ । ଏପର୍ଯ୍ୟନ୍ତ ସୁଦ୍ଧା ଚଳଚ୍ଚିତ୍ରରେ ପ୍ରାୟ ୫୦୦ କୋଟି ଖର୍ଚ୍ଚ ହେବାକଥା କୁହାଯାଇଛି । ଫିଲ୍ମଟି 3D ରେ ସୁଟ୍ ହେବ ଏବଂ ଏହା ଏକ ଲାଇଭ୍ ଆକ୍ସନ୍ ଟ୍ରାଇଲୋଜି ହେବ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ। ଫିଲ୍ମଟିକୁ ମଧୁ ମଣ୍ଟେନା, ଅଲୁ ଅରବିନ୍ଦ ଏବଂ ନାମିତ ମଲହୋତ୍ରା ଏକାଠି ମିଶି ନିର୍ମାଣ କରିବେ । ହ୍ରିତିକଙ୍କ ଫିଲ୍ମ ‘ଯୁଦ୍ଧ’ରେ ତାଙ୍କର ଭୁମିକାକୁ ଖୁବ ପସନ୍ଦ କରାଯାଇଥିଲା । ଫିଲ୍ମରେ ହ୍ରିତିକଙ୍କ ବ୍ୟତୀତ ଏଥିରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ୍ ମଧ୍ୟ ରହିଥିଲେ।

Leave a Reply