ପୁଅ ପାଇଁ ଇମୋସନାଲ୍ ପୋଷ୍ଟ ଲେଖିଲେ ବଲିଉଡ ଅଭିନେତ୍ରୀ ସେଲିନା

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି ’ଓ୍ବାର୍ଲ୍ଡ ପ୍ରିମେଚ୍ୟୁର ଡେ’ ଅବସରରେ ସୋସିଆଲ୍ ମିଡିଆରେ ନିଜ ଶିଶୁ ପାଇଁ ଏକ ଇମୋସନାଲ୍ ପୋଷ୍ଟ ଲେଖିଛନ୍ତି । ଯେଉଁ ସନ୍ତାନ କି ଏବେ ଏଦୁନିଆରେ ନାହିଁ । ସୂଚନା ଅନୁଯାୟୀ ଜନ୍ମର କିଛି ସମୟ ପରେ ହିଁ ସେହି ଶିଶୁକୁ ହରାଇଥିଲେ ସେଲିନା ।

ନିଜର ସେହି ଦୁଃଖକୁ ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମ ଆାକାଉଣ୍ଟରେ ଶେୟାର କରିଛନ୍ତି । ଯାହା ଖୁବ୍ ଭାବବିହ୍ବଳ ରହିଛି ।

ନିଜର ଉକ୍ତ ପୋଷ୍ଟରେ ସେଲିନା ଲେଖିଛନ୍ତି, ‘‘ପ୍ରିମେଚ୍ୟୁର ବର୍ଥ ଏକ ଗମ୍ଭୀର ସମସ୍ୟା କିନ୍ତୁ ଏହାର ଉପଶମ ନେଇ ସବୁବେଳେ ଆଶା ରହିଛି ବୋଲି ସେଲିନା ବହୁ ପିତା-ମାତାଙ୍କୁ ଭରସା ଦେଇଛନ୍ତି, ଯେଉଁମାନେ କି ନ୍ୟୁନାଟାଲ୍ ଇଣ୍ଟେନସିଭ୍ କେୟାର ୟୁନିଟ୍ (ଏନଆଇସିୟୁ)ରେ ଅଛନ୍ତି ।

ପୂର୍ବ ତୁଳନାରେ ଏବେ ପରିସ୍ଥିତି ବଦଳୁଥିବା ନେଇ ସେଲିନା ଓ ତାଙ୍କ ସ୍ବାମୀ ପିଟର ହାଗ୍ ପ୍ରକାଶ କରିଛନ୍ତି । ଏନେଇ ସେଲିନା ଆହୁରି କହିଛନ୍ତି ଯେ ଏନଆଇସିୟୁରେ ସେ ନିଜର ଏକ ସନ୍ତାନକୁ ହାର୍ଟ ସମସ୍ୟାରେ ସଂଘର୍ଷ କରୁଥିବା ଦେଖିଥିବା ବେଳେ ଆଉ ଜଣଙ୍କୁ ସବୁଦିନ ପାଇଁ ହରାଇଥିଲେ ।

 

ଅଭିନେତ୍ରୀ ଜଣକ ଏନଆଇସିୟୁର ଡାକ୍ତର ଓ ନର୍ସମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ଟ୍ରିଟମେଣ୍ଟ ଓ ଯତ୍ନ ପାଇଁ ପୁଅ ଆର୍ଥର ସେମାନଙ୍କ ସହ ଆଜିବି ରହିଛି ବୋଲି ପ୍ରକାଶ କରିଛନ୍ତି । କିଛି ପିଲା ଛୋଟବେଳୁ ମେଡିକାଲ୍ ଚାଲେଞ୍ଜ ସହ ବଡ ହେଉଥିବା ବେଳେ ଭବିଷ୍ୟତରେ ସେମାନେ ଆଲବର୍ଟ ଆଇନଷ୍ଟାଇନ୍ ଓ ଓ୍ବିଷ୍ଟନ୍ ଚର୍ଚ୍ଚିଲ୍ ଭଳି ଖ୍ୟାତି ମଧ୍ୟ ଅର୍ଜନ କରିଥାନ୍ତି ।

Leave a Reply