ଓମଫେଡ ଦୋକାନରେ ଗୁଟଖା ସିଗାରେଟ୍‌ ବିକୁଥିଲେ ସାବଧାନ ! କଠୋର ହେବ ବିଏମସି

ଭୁବନେଶ୍ବର: ଏଣିକି କଠୋର ହେବ ବିଏମସି । ଅନୁମତି ବାହାରେ ଯାଇ ବ୍ୟବସାୟ କଲେ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଓମଫେଡ ଷ୍ଟଲ୍ ନାମରେ ଦୋକାନ ନେଇ ଅନ୍ୟାନ୍ୟ ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି । କ୍ଷୀର ଓ ଚା’ ଦୋକାନରେ ଗୁଟଖା ଓ ସିଗାରେଟ୍ ଭଳି ନିଷିଦ୍ଧ ତମ୍ବାଖୁ କାରବାର ଚାଲିଛି ।

ଏପରିକି ନିର୍ଦ୍ଧାରିତ ଅଞ୍ଚଳକୁ ଛାଡ଼ି ସଂଲଗ୍ନ ଅଞ୍ଚଳକୁ ଅକ୍ତିଆର କରି ସମ୍ପ୍ରସାରଣ ହୋଇଛି ବହୁ ଦୋକାନ । ତେଣୁ ଏନେଇ ବିଏମସି ପକ୍ଷରୁ ଖିଲାପକାରୀଙ୍କୁ ସଚେତନ କରାଯାଇଛି । ଏଥିପାଇଁ ଅନେକ ଓମଫେଡ଼ ଓ ଓପଲଫେଡ ଦୋକାନ ସିଲ ସହ ଉଛେଦ ହେଲାଣି । ନସୁଧୁରିଲେ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।