spot_img
Home Blog Page 968

ବ୍ଲାକ ମନଡେ: ଆମେରିକାରେ ହଇଚଇ, ଭାରତରେ  ମାତ୍ର କେଇ ଘଣ୍ଟାରେ ସ୍ବାହା ହୋଇଗଲା ୧୯ ଲକ୍ଷ ୪୦ ହଜାର କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ୧୮୦ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଲାଗୁ ପରେ ସବୁଠି ଆଶଙ୍କା ଓ ଆତଙ୍କ । ବିଶ୍ବରେ ବାଣିଜ୍ୟିକ ଯୁଦ୍ଧର ଆଶଙ୍କା କରି ସବୁ ଦେଶର ସେୟାର ବଜାର କ୍ରାସ୍ ହେବାରେ ଲାଗିଛି । ଆଜି ଭାରତରେ ବ୍ଲାକ୍ ମନଡେରେ ହୋଇଛି ବ୍ଲଡ୍ ବାଥ । ଦଲାଲ ଷ୍ଟ୍ରିଟରେ ନିବେଶକ ହରାଇଛନ୍ତି ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା । BSE ସେନସେକ୍ସ, ନିଫଟି ଏବଂ ଅନ୍ୟାନ୍ୟ ଇନଡେକ୍ସ ୩ ପ୍ରତିଶତରୁ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛନ୍ତି । କୋଭିଡ ସମୟଠାରୁ ଅଧିକ ଫଲ୍ ଆମେରିକାର ନାସଡାକରେ ହୋଇଥିବା ବେଳେ,  ଜାପାନ୍ ମାର୍କେଟ୍ ୧୬ ମାସର ଲୋ’ ସମ୍ମୁଖୀନ ହୋଇଛି । ଆଗକୁ ସ୍ଥିତି ଆହୁରି ଚିନ୍ତାଜନକ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

ଭାରତୀୟ କ୍ୟାପିଟାଲ୍ ମାର୍କେଟ୍ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଇମ୍ପାକ୍ଟ । ଚୀନର ଟାରିଫ୍ ରିଟାଲିଏସନର ପରିଣାମ ଭୋଗୁଛନ୍ତି ସମଗ୍ର ବିଶ୍ବ । ସବୁ ଆମେରିକୀୟ ପ୍ରଡକ୍ଟ ଉପରେ ୩୪ ପ୍ରତିଶତର ଟାରିଫ୍ ଲଗାଇଛି ଚୀନ୍ । ଆଜି ସୋମବାର ଭାରତୀୟ ସେୟାର ବଜାର ଡିପ ଡାଉନରେ ଓପନ୍ ହୋଇଥିଲା । ପ୍ରି ମାର୍କେଟରେ ସେନସେକ୍ସରେ ୫.୨୯ ପ୍ରତିଶତର ଫଲ୍ ସହ ୭୧,୩୭୯ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା । ମୋଟ୍ ଉପରେ ସେନସେକ୍ସରେ ୪୦୦୦ ପଏଣ୍ଟର ଫଲ୍ ଦେଖିବାକୁ ମିଳିଥିଲା। କାରବାର ଶେଷ ବେଳକୁ ପାଖାପାଖି ୩ ପ୍ରତିଶତ ଫଲରେ ୭୩,୩୨୧ ପଏଣ୍ଟରେ କ୍ଲୋଜ୍ ହୋଇଛି BSE ସେନସେକ୍ସ । ସେହିପରି ନିଫଟିରେ ମଧ୍ୟ ୧୧୫୦ ପଏଣ୍ଟର ଫଲ୍ ସହ ମିଡ କ୍ୟାପ ଖସିଥିଲା ୨୧୦୦ ପଏଣ୍ଟ । ଆଜିର କ୍ରାସରେ ନିବେଶକ ୧୯ ଲକ୍ଷ ୪୦ ହଜାର କୋଟି ଟଙ୍କା ହରାଇଛନ୍ତି।  BSEର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୩୮୩.୯୫ ଲକ୍ଷ କୋଟିକୁ ହ୍ରାସ ପାଇଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୬୦ ପଇସା ହ୍ରାସ ହୋଇଥିବା ବେଳେ ନିଫଟି ବ୍ୟାଙ୍କରେ ୧୫୦୦ ପଏଣ୍ଟର ହ୍ରାସ ହୋଇଛି ।

ଗ୍ଲୋବାଲ୍ ଟ୍ରେଡ୍ ୱାର ଓ ବୈଶିକ ମାନ୍ଦାବସ୍ଥା ଆଡକୁ ଆମେରିକା ଏବଂ ଇଉରୋପ ଯାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି । ଆଜିର କ୍ରାସରେ ଭାରତର ସିମେନ୍ସ କଂପାନୀ ସେୟାରରେ ୪୩ ପ୍ରତିଶତର ହ୍ରାସ ହୋଇଛି । ଟପ୍ ଲୁଜର୍ସଙ୍କ ମଧ୍ୟରେ ଅଛନ୍ତି SAPL, ଟ୍ରେଣ୍ଟ ଲିମିଟେଡ, ୱାଖରଡିଟି ଲିମିଟେଡ, ଟାଟା ଷ୍ଟିଲ, ସାରଦା ଏନର୍ଜି ଏଣ୍ଡ ମିନେରାଲ୍ସ, ଲାୟଡ୍ସ ମେଟାଲ ଏଣ୍ଡ ଏନର୍ଜି ପ୍ରମୁଖ କଂପାନୀ । ସେହିପରି ଟାଟା ମୋଟର୍ସ ସେୟାରରେ ୫.୫୫ ପ୍ରତିଶତ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାରେ ୪.୦୫ ପ୍ରତିଶତ, ଜିନ୍ଦଲ ଷ୍ଟିଲରେ ୬.୩୫ ପ୍ରତିଶତ, ହିଣ୍ଡାଲକୋ ୬ ପ୍ରତିଶତ,  ଇନଫୋସିସରେ ୪ ପ୍ରତିଶତ, ଇରି଼ଡାରେ ୭ ପ୍ରତିଶତ, ସେଲରେ ୭ ପ୍ରତିଶତ, HFCLରେ ୬.୦୮ ପ୍ରତିଶତ, ଏଲ ଏଣ୍ଡ ଟିରେ ୬.୦୭ ପ୍ରତିଶତ, DLFରେ ୭ ପ୍ରତିଶତ, ଇଣ୍ଡିଆ ହୋଟେଲରେ ୬ ପ୍ରତିଶତ, ବେଦାନ୍ତରେ ୭ ପ୍ରତିଶତର ଫଲ୍ ହୋଇଛି । ଗତ ୪ ମାସରେ ଭାରତୀୟ ବଜାରରୁ FII ୧.୫ ଟ୍ରିଲିୟନର ଉଠାଣ କଲେଣି ।

୧୯୮୭ ପରେ ଏହାକୁ ବ୍ଲାକ୍ ମନଡେ ୨.୦ ବୋଲି ଅବିହିତ କରାଯାଉଛି । ଶୁକ୍ରବାର ଆମେରିକାର ଡାଓ ଜୋନ୍ସରେ ୨୦୦୦ ପଏଣ୍ଟର ଫଲ୍ ପରିଲକ୍ଷିତ ହୋଇଥିଲା । ନାସଡାକ୍ ଖସିଥିଲା ୫ ପ୍ରତିଶତ । ଏହାର ପ୍ରଭାବରେ ନିକେଇରେ ୬.୪୮ ପ୍ରତିଶତ ଓ ହାଙ୍ଗ ସେଙ୍ଗରେ ୯.୧୪ ପ୍ରତିଶତର ହ୍ରାସ ହୋଇଛି । ସେପଟେ ନିବେଶକଙ୍କୁ ୱେଟ ଏଣ୍ଡ ୱାଚ୍ ଷ୍ଟ୍ରାଟେଜି ଆପଣାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଓ୍ବାକଫ ବିଲ୍ ଭୋଟିଂକୁ ନେଇ ଦେବାଶିଷଙ୍କ ମନ୍ତବ୍ୟ: ବର୍ଷିଲେ ବିଜେଡି ସାଂସଦ ମାନସ, ସୁଲତା ଏବଂ ନିରଞ୍ଜନ

ନନ୍ଦିଘୋଷ ବ୍ୟୁରୋ: ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ଟ୍ବିଟ୍ କରି ବର୍ଷିଲେ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି । ୱାକଫ ବିଲ ପ୍ରସଙ୍ଗରେ ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟକୁ ନେଇ ପ୍ରତିକ୍ରିୟା ରଖିବାବେଳେ ଭି.କେ. ପାଣ୍ଡିଆନଙ୍କ ସଂପର୍କରେ ଦେବାଶିଷ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଂସଦମାନେ କହିଛନ୍ତି । ଏଥିସହ ନିଜ ବ୍ୟକ୍ତିଗତ ରାଗ ସୁଝାଇବା ପାଇଁ ଦେବାଶିଷ ଏଭଳି ମନ୍ତବ୍ୟ ରଖି ଦଳର କ୍ଷତି କରୁଥିବା ମଧ୍ୟ କେହି କେହି ପ୍ରତିକ୍ରିୟା ରଖିଛନ୍ତି ।

ନିଜ ଟ୍ବିଟରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ‘୧୦ ମାସ ତଳେ ଭି.କେ. ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ ଦଳର କୌଣସି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁନାହାଁନ୍ତି । ଦଳରେ କିଛି ଅସୁବିଧା ହେଲେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରାଯାଇପାରିବ । ଯାହା ଦଳର କିଛି ବରିଷ୍ଠ ନେତା କରିଆସୁଛନ୍ତି । କିନ୍ତୁ ଏହା ନକରି ଦେବାଶିଷ ବାବୁ ସିଧାସଳଖ ମିଡିଆ ସାମ୍ନାରେ ଦଳରେ ନଥିବା ଜଣେ ବ୍ୟକ୍ତିଙ୍କ ସଂପର୍କରେ ମନ୍ତବ୍ୟ ଦେବା ତାଙ୍କ ମନ୍ଦ ଅଭିପ୍ରାୟକୁ ପଦାରେ ପକାଉଛି । ସେ କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଥିବା ସ୍ପଷ୍ଟ ହେଉଛି ।’

ସେହିଭଳି ସାଂସଦ ସୁଲତା ଦେଓ କହିଛନ୍ତି, ପୁଲୱାମା ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିଥିଲେ । ତାଙ୍କୁ କ୍ଷମା ମାଗିବା ପାଇଁ ସେତେବେଳେ ଭି.କେ. ପାଣ୍ଡିଆନ ଚାପ ପକାଇଥିଲେ । ଯାହା ଫଳରେ ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ରାଗ ରହିଥିଲା, ଯାହା ଏବେ ସେ ସୁଝାଉଛନ୍ତି । ପାର୍ଲାମେଣ୍ଟରେ ଭୋଟ ଦାନ ରାତିରେ କୌଣସି କାରଣରୁ ଦେବାଶିଷ ସାମନ୍ତରାୟ ଶୋଇ ପଡିବାରୁ ଭୋଟ ଦେଇପାରି ନଥିଲେ । ତାକୁ ଲୁଚାଇବାକୁ ଯାଇ ସେ ଅନ୍ୟକୁ ଦୋଷ ଦେଉଛନ୍ତି । ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏଥିରୁ ସେ ନିବୃତ୍ତ ରହିବାକୁ ଅନୁରୋଧ ।’

ସାଂସଦ ନିରଞ୍ଜନ ବିଶି ମଧ୍ୟ ନିଜ ଟ୍ବିଟ ଜରିଆରେ ଦେବାଶିଷଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଭି,କେ. ପାଣ୍ଡିଆନ ବହୁତ ଦିନ ହେଲା ରାଜନୀତିରୁ ବିଦାୟ ନେଇ ସାରିଛନ୍ତି । କିନ୍ତୁ ୱାକଫ ବିଲ ସଂପର୍କରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏ ସଂକ୍ରାନ୍ତୀୟ ବିବୃତିକୁ ନିନ୍ଦା କରୁଛି । କିଛି ଅଭିସନ୍ଧି ରଖି ସେ ଏଭଳି କରୁଥିବା ତାଙ୍କର ଦୃଢ ଧାରଣା ହେଉଛି ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସେପଟେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଯଦି ୱାକଫ ବିଲକୁ ବିରୋଧ କରୁଥିଲେ, ଗୃହରେ ବିରୋଧ କରିଥାନ୍ତେ । କାହିଁକି କଲେ ନାହିଁ ଦେବାଶିଷ ବାବୁ ? ଦେବାଶିଷ ସାମନ୍ତରାୟ ବିଜେପିକୁ ସମର୍ଥନ କରି ଭୋଟ ଦେଲେ ନାହିଁ l ବାହାରେ ଆସି ୱାକଫ ବିଲକୁ ନେଇ କାହିଁକି କାନ୍ଦୁଛନ୍ତି ? ଲୋକେ ସବୁ ବୁଝିଲେଣି l ଏବେ ବିଜେଡିର ଯେଉଁମାନେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି ଆଗରୁ କାହିଁକି କଲେ ନାହିଁ ? ଯେଉଁ ସମୟରେ ଆରୋପ କରିବା କଥା କଲେ ନାହିଁ । ଏବେ ସରକାର ଗଲା ପରେ କହୁଛନ୍ତି l ଏବେ ତ ସମସ୍ତେ କହୁଛନ୍ତି, ସେମାନେ ଅଧିକ କ’ଣ କହୁଛନ୍ତି ? ଜଣେ ବ୍ୟକ୍ତି ବିରୋଧରେ କହିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ସୋଫିଆ ।

ସରକାର ଲଦିଲେ ଗ୍ୟାସ୍ ବୋଝ: ଏକାଥରେ ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ନନ୍ଦିଘୋଷ ବ୍ୟୁରୋ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକେ ଦହଗଞ୍ଜ ହେଉଥିବା ବେଳେ ଆହୁରି ବୋଝ ବଢ଼ାଇଲେ କେନ୍ଦ୍ର ସରକାର । ଏଥର ଘରୋଇ ଏଲପିଜି ଗ୍ୟାସ ଦର ବଢ଼ାଇ ଖାଉଟିଙ୍କ ପକେଟ ଉପରେ ପ୍ରହାର କରିଛନ୍ତି ସରକାର । ଏକାଥରେ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର । ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏପରିକି ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ଦାମ ମଧ୍ୟ ବଢ଼ାଇଛନ୍ତି ।

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ଏଠାରେ କମୁଛି । ରୋଷେଇ ଗ୍ୟାସ ସିଲିଣ୍ଡରରେ ୫୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ । ଆଗାମୀ ଦିନରେ ଏହାର ସମୀକ୍ଷା କରାଯିବ ।

ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ୮୨୯ ଟଙ୍କାରେ ଖାଉଟୀ ପାଉଥିଲେ । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ି ଚାଲିଥିବା ବେଳେ ଗ୍ୟାସ ଦର ବୃଦ୍ଧି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ କୋରଡ଼ା ମାଡ଼ ସଦୃଶ୍ୟ ହୋଇଛି ।

ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ୨ ଟଙ୍କା ଉତ୍ପାଦ ଶୁଳ୍କ, ବଢ଼ିବ ବି ତେଲ ଦର ?

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ (ଏକ୍ସାଇଜ ଡ୍ୟୁଟି) ଦୁଇ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ଅନୁସାରେ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୧୩ ଟଙ୍କା ପ୍ରତି ଲିଟର ହୋଇଯାଇଛି । ସେହିପରି ଡିଜେଲ ଉପରେ ଶୁଳ୍କ ୧୦ ଟଙ୍କା ପ୍ରତି ଲିଟର ହୋଇଛି । ଖୁଚୁରା ବେପାର ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ ସେ ନେଇ ନିର୍ଦ୍ଦେଶନାମାରେ କିଛି କୁହାଯାଇନି ।

ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବଢ଼ିବା ପରେ ପ୍ରଶ୍ନ ଉଠୁଛି, କ’ଣ ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିବ । ଦୀର୍ଘ ଦିନ ହେଲା ତେଲ ଦର ସ୍ଥିର ଥିବା ବେଳେ ଲୋକଙ୍କ ପକେଟ ଖାଲି ହେଉଛି । ଏମିତି ସ୍ଥିତିରେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ଯଦି ପେଟ୍ରୋଲ ଓ ଡିଜେଲରେ ବୃଦ୍ଧି ଘଟେ, ଏହା ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇବ । ହେଲେ, ଉତ୍ପାଦ ଶୁଳ୍କ ବଢ଼ିବା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡିଛି । ଏହାର ବୋଝ ତେଲ କମ୍ପାନୀ ଉଠାଇବେ ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ମାର୍ଚ୍ଚ ୧୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଲିଟର ଉପରେ ୨ ଟଙ୍କା କମ କରିଥିଲେ । ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୌଧିକ ତୈଳ ଦର କମି କମି ଯାଉଥିଲେ ବି ସରକାର ପେଟ୍ରୋଲ ଓ ଡିଜେଲ ଦର କମାବାର ନାଁ ଧରୁନାହାନ୍ତି । ଏମିତି ସ୍ଥିତିରେ ପେଟ୍ରୋଲ ଓ ଡିଜାଲ ମୂଲ୍ୟ ହ୍ରାସ ହେବା ଦରକାର ।

ସୂଚନାଯୋଗ୍ୟ, ସୋମବାର ମଧ୍ୟ ଅଶୌଧିତ ତେଲ ଦର କମିଛି । ଆମେରିକୀୟ ବ୍ରେଞ୍ଚମାର୍କ ଅଶୌଧିତ ତେଲ ୪ ପ୍ରତିଶତ ଅର୍ଥାତ ୨.୫୦ ଡଲାର କମି ୫୯.୪୯ ଡଲାରରେ ପହଞ୍ଚିଛି । ଏହି କ୍ରମରେ ବ୍ରେଣ୍ଟ କୃଡ ୨.୨୫ ଡଲାର କମି ୬୩.୩୩ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି । ଗତ କିଛିଦିନରେ ଅଶୌଧିତ ତେଲ ଦର କମି କମି ଯାଉଛି । ହେଲେ କେନ୍ଦ୍ର ତେଲ ଦର କମାଇ ଲୋକଙ୍କୁ ଆସ୍ବସ୍ତି ଦେବାକୁ କୌଣସି ପଦକ୍ଷେପ ନନେଇ କମ୍ପାନୀଙ୍କ ପକେଟ ଗରମ କରୁଛି ।

ସମାଜବାଦୀ ପାର୍ଟି ନେତାଙ୍କ ଘରେ ଇଡି ରେଡ ; ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ସମାଜବାଦୀ ପାର୍ଟି ନେତାଙ୍କ ଘରେ ଇଡି ରେଡ। ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ। ଏକକାଳୀନ ଦେଶର ୧୦ଟି ସ୍ଥାନରେ ଚଢାଉ କରିଛି ଇଡି। ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ଏହି ରେଡ୍ କରିଛି । ବିନୟ ଶଙ୍କର ତିୱାରୀଙ୍କ ଗୋରଖପୁର, ଲକ୍ଷ୍ନୌ, ନୋଏଡା ଏବଂ ମୁମ୍ବାଇରେ ଥିବା ଠିକଣାରେ ଇଡି ରେଡ କରୁଛି । ବିନୟ ଶଙ୍କରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଇଡି । ତାଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି କହିଛି ଇଡି । ମେସର୍ସ ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ନାମକ କମ୍ପାନୀ ଏହାର ପ୍ରମୋଟର, ନିର୍ଦ୍ଦେଶକ, ଗ୍ୟାରେଣ୍ଟରଙ୍କ ସହିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ୭ଟି ବ୍ୟାଙ୍କରୁ ୧୧୨୯.୪୪ କୋଟି ଟଙ୍କାର ଋଣ ସୁବିଧା ପାଇଥିଲା। ପରେ ସେ ଏହି ରାଶିକୁ ଅନ୍ୟ କମ୍ପାନୀଗୁଡ଼ିକୁ ପଠାଇ ଦେଇଥିଲେ। ତେବେ ବ୍ୟାଙ୍କଗୁଡ଼ିକୁ ଟଙ୍କା ଫେରସ୍ତ କଲେ ନାହିଁ । ଏହି କାରଣରୁ ବ୍ୟାଙ୍କଗୁଡ଼ିକର ୭ଶହ କୋଟିରୁଟି ଟଙ୍କାର କ୍ଷତି ହୋଇଛି ।

ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ୭୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ନଭେମ୍ବର ୨୦୨୩ରେ ଜବତ କରିଥିଲା। ଟଙ୍କା ଆତ୍ମସାତ କରିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବ୍ୟାଙ୍କଗୁଡ଼ିକର ଅଭିଯୋଗ ଉପରେ, ସିବିଆଇ ମୁଖ୍ୟାଳୟ ମାମଲା ରୁଜୁ କରିଥିଲା। ଏହା ପରେ ଇଡି ମଧ୍ୟ ବିନୟ ତିୱାରୀଙ୍କ ସମେତ କମ୍ପାନୀର ସମସ୍ତ ନିର୍ଦ୍ଦେଶକ, ପ୍ରମୋଟର ଏବଂ ଗ୍ୟାରେଣ୍ଟରଙ୍କ ବିରୁଦ୍ଧରେ ଅର୍ଥ ହେରଫେର ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏହି ଅଭିନେତ୍ରୀଙ୍କ ପାଇଁ ଦୁଇ ଅଭିନେତାଙ୍କ ମଧ୍ୟରେ ହୋଇଥିଲା ଫାଟ ! ଜାଣନ୍ତୁ କିଏ ?

ନନ୍ଦିଘୋଷ ବ୍ୟୁରୋ: ଆପଣ ଅନେକ ବଲିଉଡ ସୁପରଷ୍ଟାରଙ୍କ ମଧ୍ୟରେ ଝଗଡ଼ାର କାହାଣୀ ଶୁଣିଥିବେ। କିଏ ପ୍ରେମ ପାଇଁ ତ କିଏ ଫିଲ୍ମ ପାଇଁ  । ତେବେ ଆପଣ ଜାଣିଛନ୍ତି କି ଜଣେ ଅଭିନେତ୍ରୀ ପାଇଁ ବଲିଉଡର ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ଯାହା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଲଢେଇ ବିଷୟରେ ଜାଣି ପୂର୍ବରୁ ଜାଣିନିଅନ୍ତୁ ଦୁଇ ଅଭିନେତାଙ୍କ ବିଷୟରେ । ଏହି ଦୁଇ ଲୋକପ୍ରିୟ ଅଭିନେତା ଆଉ କିଏ ନୁହଁ ସେମାନେ ହେଉଛନ୍ତି ଖିଲାଡୀ ମାଷ୍ଟର ଅକ୍ଷୟ କୁମାର ଏବଂ ସନ୍ନି ଦେଓଲ ।

ସନ୍ନି ଦେଓଲ ଏବଂ ଅକ୍ଷୟ ଉଭୟ ଇଣ୍ଡଷ୍ଟ୍ରିର ଜଣେ ଜଣେ ବରିଷ୍ଠ ଏବଂ ସଫଳ  ଅଭିନେତା । ସନ୍ନି ଇଣ୍ଡଷ୍ଟ୍ରୀରେ ୪୨ ବର୍ଷ ଧରି ଅଛନ୍ତି। ଯେତେବେଳେ  ଅକ୍ଷୟଙ୍କ ବୟସ ୩୩ ବର୍ଷରୁ ଅଧିକ । ଉଭୟ ଅଭିନେତା ପରସ୍ପର ସହିତ ଭଲ ସମ୍ପର୍କ ରଖିଛନ୍ତି । କିନ୍ତୁ ବହୁ ବର୍ଷ ପୂର୍ବେ ସନ୍ନି ଏବଂ ଅକ୍ଷୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ାର କାରଣ ଥିଲେ ରବୀନା ଟଣ୍ଡନ। ଏହି ମାମଲାଟି ଅକ୍ଷୟ ଏବଂ ରବିନାଙ୍କ ପ୍ରେମ ସମ୍ପର୍କ ସହିତ ଜଡିତ ଥିଲା।

ଅକ୍ଷୟଙ୍କ ସହ ରବିନାଙ୍କ ସମ୍ପର୍କ

ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ ବହୁ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ତଥାପି, ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। କୁହାଯାଏ ଯେ ଅକ୍ଷୟ ଶିଳ୍ପା ସେଟ୍ଟୀ ପାଇଁ ରବୀନାଙ୍କୁ ଠକିଥିଲେ। ବ୍ରେକଅପ୍ ପରେ ରବିନା ବହୁତ ଭାଙ୍ଗି ପଡ଼ିଥିଲେ। ସେହି ସମୟରେ ରବିନା ସନ୍ନିଙ୍କ ସହ ତାଙ୍କ ଫିଲ୍ମ ‘ଜିଦ୍ଦି’ର ସୁଟିଂ କରୁଥିଲେ। ସେଟ୍‌ରେ ପହଞ୍ଚିବା ପରେ ସେ ସନିଙ୍କୁ ସମ୍ପୂର୍ଣ୍ଣ ପରିସ୍ଥିତି ବର୍ଣ୍ଣନା କରିଥିଲେ। ଏହା ପରେ ସନ୍ନି ଏବଂ ଅକ୍ଷୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା।

ସନ୍ନି ଅକ୍ଷୟଙ୍କର ଝଗଡା

ଫିଲ୍ମ ‘ଜିଦ୍ଦି’ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା। ଏଥିରେ ସନ୍ନି ଏବଂ ରବିନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା। ସୁଟିଂ ସମୟରେ, ଯେତେବେଳେ ରବୀନା ସନ୍ନିଙ୍କ ସହ ତାଙ୍କର ଦୁଃଖ ବାଣ୍ଟିଥିଲେ, ସନ୍ନି ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଏବଂ ସେ ଅକ୍ଷୟଙ୍କ ସହ କଥା ହେଲେ। ସେ କୌଣସି ପ୍ରକାରେ ସେମାନଙ୍କୁ ପୁଣି ଏକାଠି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ପରିସ୍ଥିତି ଓଲଟା ହୋଇଗଲା। ଦୁହିଁଙ୍କ ମଧ୍ୟରେ ପରିସ୍ଥିତି ଆହୁରି ଖରାପ ହୋଇଗଲା ଏବଂ ଝଗଡ଼ା ଆରମ୍ଭ ହୋଇଗଲା। କିନ୍ତୁ ଏବେ ଦୁଇ ତାରକାଙ୍କ ମଧ୍ୟରେ କୌଣସି ଫାଟ ନାହିଁ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ଭଲ।

ଅକ୍ଷୟ ଏବଂ ସନ୍ନିଙ୍କ କାର୍ଯ୍ୟକ୍ଷେତ୍ର

ଅକ୍ଷୟ ଏବଂ ସନ୍ନି ଉଭୟ ବକ୍ସ ଅଫିସରେ ଧମାକା କରିବାକୁ ସବୁବେଳେ ପ୍ରସ୍ତୁତ। ସନ୍ନି ଦେଓଲଙ୍କ ଫିଲ୍ମ ‘ଜାଟ’ ୧୦ ଏପ୍ରିଲରେ ମୁକ୍ତିଲାଭ କରୁଛି। ଯେତେବେଳେ ଅକ୍ଷୟ କୁମାରଙ୍କ ‘କେସରୀ ଚାପ୍ଟର 2’ ଏପ୍ରିଲ ୧୮ରେ ରିଲିଜ୍ ହେବ। ଉଭୟ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ଚାଲିଛି।

IPLରେ ୫ ଖେଳାଳୀଙ୍କ ଉପରେ ଲାଗିଲା ଜରିମାନା

ନନ୍ଦିଘୋଷ ବ୍ୟୁରୋ: ସବୁଠି ଆଇପିଏଲ୍‌ ଫିଭର୍‌ । ଟ୍ରଫି ହାତେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ସବୁ ଟିମ୍‌ । IPLରେ ଶୃଙ୍ଖଳିତ ଖେଳ ପାଇଁ ଅନେକ ନିୟମ ତିଆରି କରିଛି ବିସିସିଆଇ। ସାମାନ୍ୟ ଭୁଲ ପାଇଁ ଲାଗିଯାଉଛି ଜରିମାନା । ଚଳିତ IPLରେ ଏପର୍ଯ୍ୟନ୍ତ ମୋଟ ୫ ଜଣ ଖେଳାଳିଙ୍କୁ ଜରିମାନା ଲଗାଯାଇଛି । ଏମିତିକି ଜଣେ ଖେଳାଳି ଘରକୁ ଫେରିଛନ୍ତି। IPL 2025 ରେ ଜରିମାନା ଲାଗୁ କରିବାର ପ୍ରକ୍ରିୟା ମାର୍ଚ୍ଚ ୩୦ରୁ ଆରମ୍ଭ ହୋଇଥିବା ବେଳେ ଏବଂ ଏପ୍ରିଲ ୭ ସୁଦ୍ଧା ୫ଜଣ ଖେଳାଳୀ ଏହାର ଶିକାର ହୋଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଜରିମାନା ଲାଗୁ ଆରମ୍ଭ ହୋଇଥିଲା। ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମାର୍ଚ୍ଚ ୩୦ ରେ ମୁମ୍ବାଇ ଇଣ୍ଡିଆନ୍ସର ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ଯେଉଁ ଭୁଲ ପାଇଁ ତାଙ୍କୁ ବାସନ୍ଦ କରାଯାଇଥିଲା, ସେହି ଭୁଲ ପାଇଁ ହାର୍ଦ୍ଦିକଙ୍କୁ ପୁଣି ଥରେ ଜରିମାନା ଦିଆଯାଇଥିଲା । IPL୨୦୨୫ରେ ତାଙ୍କର ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ସ୍ଲୋ ଓଭର ରେଟର ଶିକାର ହୋଇଥିଲେ ଏବଂ ତାଙ୍କୁ 12 ଲକ୍ଷ ଟଙ୍କା ଜରିମାନା ଲଗାଯାଇଥିଲା ।

ରିୟାନ୍ ପରାଗଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

୩୦ମାର୍ଚ୍ଚରେ, ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଜରିମାନା ଦିଆଯାଇଥିଲା, ଯେତେବେଳେ ୩୧ ମାର୍ଚ୍ଚରେ ସଞ୍ଜୁ ସାମସନଙ୍କ ସ୍ଥାନରେ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ କରୁଥିବା ରିୟାନ ପରାଗଙ୍କୁ ସମାନ କାରଣରୁ ଜରିମାନା ଲଗାଯାଇଥିଲା ।

ଦିଗଭେସଙ୍କୁ ଦୁଇଥର ଜରିମାନା

ଏପ୍ରିଲ ୨ ତାରିଖରେ, ଲକ୍ଷ୍ନୌ ସୁପରଜିଆଣ୍ଟସ୍ ସ୍ପିନର ଦିଗବେଶ ରାଠିଙ୍କୁ ତାଙ୍କ ନୋଟବୁକ୍ ସେଲିବ୍ରେସନର ମୂଲ୍ୟ ଦେବାକୁ ପଡିଲା। ପଞ୍ଜାବ ବ୍ୟାଟସମ୍ୟାନ୍ ପ୍ରିୟାଂଶ ଆର୍ଯ୍ୟଙ୍କୁ ଆଉଟ୍ କରିବା ପରେ ସେ ଯେଉଁଭଳି ଭାବରେ ଉତ୍ସବ ପାଳନ କରିଥିଲେ, ସେଥିପାଇଁ ତାଙ୍କର ମ୍ୟାଚ୍ ଫିସ୍ ୨୫ ପ୍ରତିଶତ କଟାଯାଇଥିଲା ଏବଂ ତାଙ୍କ ଆକାଉଣ୍ଟରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡା ଯାଇଥିଲା। ମାତ୍ର ୨ ଦିନ ପରେ, ତାଙ୍କ ଆକାଉଣ୍ଟରେ ୧ ବଦଳରେ ୨ ଡିମେରିଟ୍ ପଏଣ୍ଟ ଆସିଥିଲା। କାରଣ, ୫ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ରେ ତାଙ୍କୁ ପୁଣି ଥରେ ଜରିମାନା ଲଗାଯାଇଥିଲା । ଏଥର ତାଙ୍କ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା ଭାବରେ କାଟି ଦିଆଯାଇଥିଲା।

ରିଷଭ ପନ୍ତଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

୫ ଏପ୍ରିଲରେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ, ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଅଧିନାୟକ ରିଷଭ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଜରିମାନା ଦିଆଯାଇଥିଲା। ଏହା IPL 2025 ରେ ତାଙ୍କ ଦଳର ପ୍ରଥମ ଭୁଲ ହୋଇଥିବାରୁ, ତାଙ୍କୁ 12 ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଲା।

ଘରକୁ ଫେରିଲେ ରାବାଡା

୨ରୁ ୫ ଏପ୍ରିଲ ମଧ୍ୟରେ, ଅର୍ଥାତ୍ ୩ ଏପ୍ରିଲରେ, ଜଣେ ଖେଳାଳି ହଠାତ୍ ଆଇପିଏଲରୁ ଘରକୁ ଫେରିବା ଖବର ଆସିଥିଲା। ବ୍ୟକ୍ତିଗତ କାରଣରୁ ଗୁଜୁରାଟ ଟାଇଟାନ୍ସର ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ଘରକୁ ଫେରିବାକୁ ପଡିଲା। ଫ୍ରାଞ୍ଚାଇଜ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ବର୍ତ୍ତମାନ ରାବାଦାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ କିଛି କୁହାଯାଇପାରିବ ନାହିଁ।

ଇଶାନ୍ତ ଶର୍ମାଙ୍କୁ ଜୋରିମାନା

ଆଜି IPL  ଖେଳରେ ଇଶାନ୍ତ ଶର୍ମାଙ୍କୁ ଜରିମାନା ଲାଗିଥିଲା । ଏଥର ଇଶାନ୍ତ ଶର୍ମାଙ୍କୁ ଲେଭଲ୍ ୱାନ୍ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ତାଙ୍କର ମ୍ୟାଚ୍ ଫିସ୍ ୨୫ ପ୍ରତିଶତ ହ୍ରାସ କରାଯାଇଛି।

୭ବର୍ଷ ପରେ ପୁଣି କର୍କଟ ରୋଗରେ ପୀଡିତ ହେଲେ ଏହି ଅଭିନେତାଙ୍କ ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ପୁଣି କର୍କଟ ରୋଗରେ ପୀଡିତ ହେଲେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ । ୨୦୧୮ରୁ ସ୍ତନ କର୍କଟରେ ଲଢେଇ କରି ଜିତିଥିବା ତାହିରାଙ୍କୁ ପୁଣି ଥରେ ବ୍ରେଷ୍ଟ କ୍ୟାନସର ହେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାହିରା କଶ୍ୟପ ୨୦୧୮ ମସିହାରେ ସାହସ ଏବଂ ସାହସର ସହିତ ସ୍ତନ କର୍କଟ ସହିତ ଏକ ଲମ୍ବା ଲଢ଼େଇ ଲଢ଼ିଥିଲେ। ତାଙ୍କର ଏହି ଘଡିସନ୍ଧି ସମୟରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ପ୍ରେମ ଏବଂ ସମର୍ଥନ ଦେଉଛନ୍ତି ।

ତାହିରା କଶ୍ୟପଙ୍କ ପୋଷ୍ଟ
ତାହିରା କଶ୍ୟପ ପୋଷ୍ଟରେ ଲେଖିଛନ୍ତି, ‘ସାତ ବର୍ଷର ନିୟମିତ ଚେକଅପ୍ ପରେ ଏହା ଗୋଟିଏ ଦୃଷ୍ଟିକୋଣ । ପ୍ରତିଦିନ ମେମୋଗ୍ରାମ କରିବାକୁ ସମସ୍ତଙ୍କୁ ମୁଁ ଏହା ସୁପାରିଶ କରିବି। ମୋ ପାଇଁ ଏହା  ଦ୍ୱିତୀୟ ରାଉଣ୍ଡ… ମୋତେ ଏହା ଦ୍ବିତୀୟ ଥର ପାଇଁ ହେଇଗଲା ।

ନିୟମିତ ସ୍କ୍ରିନିଂ କରାନ୍ତୁ

ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି “ଯେତେବେଳେ ଜୀବନ ତୁମକୁ ଲେମ୍ବୁ ଦି ସେଥିରେ ଲେମ୍ବୁ ପାଣି ତିଆରି କରିଦିଅ ’’  ।” ଯେତେବେଳେ ଜୀବନ ଅତ୍ୟାଧିକ ଉଦାର ହୋଇ ସେଗୁଡ଼ିକୁ ବାରମ୍ବାର ତୁମ ଉପରେ ଫୋପାଡ଼ି ଦିଏ, ସେତେବେଳେ ଶାନ୍ତ ଭାବରେ ସେଗୁଡ଼ିକୁ ତୁମର ପ୍ରିୟ କଳା ଖଟ୍ଟାରେ ମିଶାଇ ଦିଅ। ଏବଂ ଭଲ ଉଦ୍ଦେଶ୍ୟ ରଖି ଏହାକୁ ପିଅ। କାରଣ ପ୍ରଥମତଃ ଏହା ଭଲ ଏବଂ ଦ୍ୱିତୀୟତଃ ତୁମେ ଜାଣ ଯେ ତୁମେ ପୁଣି ଥରେ ତୁମର ଶ୍ରେଷ୍ଠ ପ୍ରଦର୍ଶନ କରିବ। ନିୟମିତ ସ୍କ୍ରିନିଂ କରାନ୍ତୁ। ମେମୋଗ୍ରାମକୁ ଭୟ କର ନାହିଁ। ପୁଣି ଥରେ ସ୍ତନ କର୍କଟ। ଆମେ ଯଥାସମ୍ଭବ ନିଜର ଯତ୍ନ ନେବା ଉଚିତ।

ଆପଣଙ୍କୁ କହି ରଖୁଛୁ ଯେ ତାହିରଙ୍କୁ ୨୦୧୮ ମସିହାରେ ସ୍ତନ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ତାହିର ଏହା ବିଷୟରେ ସଚେତନତା ପ୍ରସାର କରିଥିଲେ ଏବଂ ତାଙ୍କ ଯାତ୍ରା ବିଷୟରେ ଖୋଲାଖୋଲି କହିଥିଲେ। ସେ ସ୍ତନ କର୍କଟ ରୋଗର ଚିହ୍ନ ମଧ୍ୟ ଦେଖାଇଲେ। ତାହିରା ବିଶ୍ୱ କର୍କଟ ଦିବସରେ ତାଙ୍କର କେଶହୀନ ଫଟୋ ସେୟାର କରିଥିଲେ ଏବଂ ଏକ ବାର୍ତ୍ତା ଲେଖିଥିଲେ। ସେ ତାଙ୍କ ଚିକିତ୍ସା ସମୟର ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ ।

ତାହିରା କଶ୍ୟପ କ୍ଷୁଦ୍ର ଚଳଚ୍ଚିତ୍ର ପିନ୍ନି ଔର ଟଫିର ନିର୍ଦ୍ଦେଶନା ଦେଇଥିଲେ। ଏହା ବ୍ୟତୀତ ୨୦୨୪  ମସିହାରେ ସେ ଶର୍ମାଜୀ କି ବେଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ଦିବ୍ୟା ଦତ୍ତା, ସୟାମୀ ଖେରଙ୍କ ଭଳି ଅଭିନେତ୍ରୀମାନେ ନଜର ଆସିଥିଲେ।

ଥାନାଧିକାରୀଙ୍କୁ ଧମକ ପ୍ରସଙ୍ଗ ; ଜୟନାରାୟଣଙ୍କୁ ପୋଲିସ ସଂଘର ନିନ୍ଦା

ସମ୍ବଲପୁର: ସମ୍ବଲପୁର ଥାନା ଅଧିକାରୀଙ୍କୁ ବିଜେପି ବିଧାୟକ ଧମକାଇବା ମାମଲାରେ ପୋଲିସ ସଙ୍ଘର ପ୍ରତିକ୍ରିୟା। କର୍ତ୍ତବ୍ୟରତ ଜଣେ ଅଧିକାରୀଙ୍କୁ ଶାସକ ଦଳର ବିଧାୟକ ଧମକାଇବା ଲଜ୍ଜା ଓ ଦୁର୍ଭାଗ୍ୟଜନକ। ଅଳ୍ପ ସଂଖ୍ୟକ କର୍ମଚାରୀରେ ପୋଲିସ ବହୁତ କଷ୍ଟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ କାମ କରୁଥିବା ବେଳେ ଜଣେ ବିଧାୟକଙ୍କ ଏପରି ଧମକ ଗ୍ରହଣୀୟ ନୁହେଁ। ଆମେ ଏହାର ତୀବ୍ର ନିନ୍ଦା କରୁଛୁ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । ଆମେ ଚାହୁଁଛୁ ଜୟ ନାରାୟଣଙ୍କ ଗିରଫଦାରୀ । ଡିଜିଙ୍କ ପଦକ୍ଷେପକୁ ଅପେକ୍ଷା କରୁଛୁ । କିଛି ନ ହେଲେ ସଙ୍ଘ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରିବ।

ସେପଟେ ମନ୍ତ୍ରୀ ନ ହୋଇପାରିଥିବାରୁ ବିଚଳିତ ଅବସ୍ଥାରେ ଜୟ ନାରାୟଣ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସିଏ ଜଣେ ଭଲ ଲୋକ। ହେଲେ କଣ ହେବ ହିତାହିତ ଜ୍ଞାନ ରହୁନାହିଁ। ଆଇନ ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି ତାଗିଦ କରିବା କଥା। ବିଧାୟକଙ୍କ ଏପରି ଆଚରଣ ଦେଖି ସାଧାରଣ ଲୋକେ ଆଇନକୁ ଡରିବେ ନାହିଁ। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।।ସେପଟେ ପ୍ରସଙ୍ଗକୁ ନେଇ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି ଫରୱାଡ ବ୍ଲକ ସମ୍ପାଦକ ଜ୍ୟୋତି ମହାପାତ୍ର। ସେ କହିଛନ୍ତି, ବିଜେପି ବିଧାୟକଙ୍କ ଉଗ୍ର ଆଚରଣ ଓ ପୋଲିସକୁ ଖୋଲା ଧମକ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା। ବିଜେପି ଦଳ ତାଙ୍କ ପ୍ରତି ଅବିଚାର କରିଛି । ମନ୍ତ୍ରୀ ପଦ ଦେଇନାହାନ୍ତି ସେଥିପାଇଁ ଜୟ ନାରାୟଣ ଏମିତି ବାଉଳି ହେଉଛନ୍ତି । ଥାନା ପୋଡ଼ିଦେବା, ଥାନା ଅଧିକାରୀଙ୍କୁ ବାଡେଇବା, ବନ୍ଧୁକ କଥା କହି ଧମକାଇବା କେବେ ବି ଗ୍ରହଣୀୟ ନୁହେ ବୋଲି ସେ କହିଛନ୍ତି ।

ମିଶନ ଶକ୍ତି ମହିଳାଙ୍କୁ ଡରୁଛନ୍ତି ବିଜେପି ସରକାର : ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ବର: ମିଶନ ଶକ୍ତି ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କୁ ସୋଫିଆଙ୍କ ଟାର୍ଗେଟ । ଆଜିବି ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ବିଜେପି ସରକାର ଡରୁଛନ୍ତି ବୋଲି କଡା ସମାଲୋଚନା କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । SHG ପୁନର୍ଗଠନ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି ସୋଫିଆ କହିଛନ୍ତି ଯେ, ମହିଳାଙ୍କୁ ଭୋଟ ବ୍ୟାଙ୍କ ହିସାବରେ ବ୍ୟବହାର କରାଯାଉଛି  । ମିଶନ ଶକ୍ତିର ଏହି ଟିମ୍ ଲିଡରମାନେ ସୁଭଦ୍ରା ଠାରୁ ଅନ୍ୟ ସରକାରୀ ଯୋଜନାରେ କାମ କରିଛନ୍ତି  । ଆଜି ବିଜେପି ସରକାର ସେମାନଙ୍କୁ ବାହାର କରିଦେବେ ସେମାନେ କୁଆଡେ଼ ଯିବେ  । ଆଜିବି ୭୦ ଲକ୍ଷ ମିଶନ ଶକ୍ତି ମହିଳାଂକୁ ଡରୁଛନ୍ତି ବିଜେପି ସରକାର  ।

ଏହି ମହିଳାମାନେ ଭୋଟ ଦେଲେ ବୋଲି ତ ସରକାରଙ୍କୁ ଆସିଲେ  । ତେଣୁ ସରକାର ସେ ଭୟରୁ ବାହାରି ପାରୁନାହାନ୍ତି କାହିଁକି  । ମହିଳାଙ୍କୁ ସଶକ୍ତ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ  । ପୁରୁଣା ସଦସ୍ୟ ରଖନ୍ତୁ ଓ ନୂଆ ସଦସ୍ୟକୁ ସାମିଲ କରନ୍ତୁ । ଏଭଳି ପୁରୁଣା ସଦସ୍ୟଙ୍କୁ ବାହାର କରି ସେମାନଙ୍କୁ ଅପମାନିତ ନକରନ୍ତୁ ।