spot_img
Home Blog Page 960

ପୁରୀରେ ମଟନ ବଜାର ଖାଁ ଖାଁ: କ’ଣ ପାଇଁ ଛେଳି ମାଂସ ଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ?

ପୁରୀ: ପୁରୀରେ ମଟନ ବଜାର ଖାଁ ଖାଁ । ଛେଳି ମାଂସ ଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ । ସତ୍ୟବାଦୀ ଜୟା ଢ଼ାବାରେ ଗୋ ଚର୍ବି ମିଶାଯିବା ଖବର ଗଣମାଧ୍ୟମରେ ପ୍ରକାଶ ପରେ ଚିନ୍ତାରେ ଲୋକେ । ଫଳରେ ସମସ୍ତଙ୍କ ମନରେ ମଟନ ଖାଇବାକୁ ନେଇ ପୂର୍ବରୁ ଥିବା ଆଗ୍ରହ କମିବାରେ ଲାଗିଛି  । ଜୟା ଢାବା ଘଟଣା ପରେ ସନାତନ ଧର୍ମ ତଥା ସାମାଜିକ ସ୍ତରରେ ସମସ୍ତଙ୍କ ମନରେ ମଟନ ପ୍ରତି ଘୃଣାଭାବ ସୃଷ୍ଟି ହୋଇଛି  । ଶ୍ରୀକ୍ଷେତ୍ର ବାସୀଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଥିବା ବେଳେ ଏହାର ଦୂରୀକରଣ ନେଇ ପ୍ରଶାସନର ପଦକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଇଛି  । ମାଂସ ଟେଷ୍ଟ ରିପୋର୍ଟ ଆସିବାରେ ବିଳମ୍ବ ତଥା ପ୍ରଶାସନିକ କ୍ଷେତ୍ରରେ ଘଟଣାକୁ ନେଇ ନିଆଯାଉଥିବା ପଦକ୍ଷେପ ସନ୍ତୋଷ ଜନକ ନଥିବା ଅଭିଯୋଗ ହୋଇଛି । ଶୀଘ୍ର ଏ ଦିଗରେ ସଠିକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି  ।

ଏହି ଚର୍ଚ୍ଚିତ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିନଥିବା ବେଳେ କିଛି ଲୋକ ପ୍ରାୟଶ୍ଚିତ କରିବା ନେଇ ମୁଣ୍ଡନ ହେଉଥିବା ଦୃଶ୍ୟ ସମାଜରେ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛି l ଏହି ଘଟଣା ପାଇଁ ପ୍ରଶାସନର କିଛି ବିଭାଗକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ  । ବହୁ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପୌରସଂସ୍ଥା ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କଂସେଇ ଖାନାର ପ୍ରଚଳନ ରହିଥିବା ବେଳେ, ସାଧାରଣ ଲୋକେ ଏଥିରୁ ବେଶ ଉପକୃତ ହେଉଥିଲେ  । ଧର୍ମକୁ ଆଖି ଠାର ଭଳି ଏବେ କଂସେଇ ଖାନା କାଗଜ କଲମରେ ଚାଲୁଛି। ରାସ୍ତା ଘାଟରେ କଟାଯାଉଛି ମଟନ। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ପୁରୀରେ କଂସେଇ ଖାନା କାର୍ଯ୍ୟକ୍ଷମ ନଥିବା ନେଇ ପଶୁ ସମ୍ପଦ ଅଧିକାରୀ ମତ ରଖିଛନ୍ତି । ଗୋ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ଏକ ସ୍ୱତ୍ରନ୍ତ୍ର ଆଇନ ରହିଛି। କିନ୍ତୁ ଏହାକୁ କଡା କଡି ଭାବେ ପାଳନ କରାଯାଉନଥିବାରୁ ଗୋ ଚାଲାଣ ଓ ଗୋ ହତ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।

ତାମିଲନାଡୁରେ ବଢ଼ିଲା ଭାଷା ଯୁଦ୍ଧ: ରୁପି ସିମ୍ବଲ ହଟାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନଇ: ତାମିଲନାଡୁରେ ବଢ଼ିଲା ହିନ୍ଦୀ ଭାଷା ବିବାଦ। ଏପରିକି ରାଜ୍ୟ ବଜେଟରେ ବି ପଡିଛି ଏହାର ପ୍ରତିଫଳନ। ସାରା ଦେଶରେ ପ୍ରଚଳିତ ଟଙ୍କାର ସାଙ୍କେତିକ ଚିହ୍ନକୁ ହଟାଇ ଦେଇଛନ୍ତି ଷ୍ଟାଲିନ। ପୂର୍ବରୁ ବଜେଟରେ ହିନ୍ଦୀ ଅକ୍ଷରର ଟଙ୍କା ସିମ୍ବଲକୁ ହଟାଇ ତାମିଲ `ରୁ’ କରିଛନ୍ତି। ୨୦୨୪ ବଜେଟରେ ସେ ଟଙ୍କାର ହିନ୍ଦୀ ସିମ୍ବଲକୁ ରଖିଥିବାବେଳେ ୨୦୫-୨୬ ବଜେଟରେ ତାମିଲ ଶବ୍ଦ ରୁ ଲେଖିଛନ୍ତି। ତାମିଲ ଭାଷାର ବ୍ୟାପକ ବ୍ୟବହାର କରିବା ଲାଗି ଷ୍ଟାଲିନ ଏହି ପଦକ୍ଷେପ ନେଇଛନ୍ତି। ୨୦୨୩-୨୪ ବଜେଟରେ ବି ଟଙ୍କାର ସିମ୍ବଲ ରହିଥିଲା। ମାତ୍ର ଚଳିତ ବଜେଟରେ ଏହି ସିମ୍ବଲ ହଚାଇଛନ୍ତି ଷ୍ଟାଲିନ। ଏହି ବହୁଚର୍ଚ୍ଚିତ ଟଙ୍କାର ସିମ୍ବଲକୁ ଆଇଆଇଟି ଗୁଆହାଟୀର ଜଣେ ପ୍ରଫେସର ଉଦୟ କୁମାର ପ୍ରସ୍ତୁତ କରିଥିଲେ। ବଡ଼କଥା ହେଉଛି ସେ ଡିଏମକେର ଜଣେ ନେତାଙ୍କ ପୁଅ ଥିଲେ। କୌଣସି ଏକ ରାଜ୍ୟ ଟଙ୍କାର ଜାତୀୟ ସିମ୍ବଲକୁ ରଦ୍ଦ କରିବାରେ ତାମିଲନାଡୁ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନାମଲାଇ।

ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ

ବୁର୍ଲା: ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ପ୍ରିୟାଂଶୁ ପ୍ରକାଶ ବେହେରା । ତାଙ୍କ ଘର ଢେଙ୍କାନାଳ ଜ଼ିଲ୍ଲାରେ ହୋଇଥିବା ବେଳେ ସେ ସିଭିଲ ଇଞ୍ଜିନିୟରିଂରେ ପ୍ରଥମ ବର୍ଷର ଛାତ୍ର ଥିଲେ । ଆଜି ଅନ୍ୟ ସାଙ୍ଗ ମାନଙ୍କ ସହ ସମ୍ବଲପୁର ବୁର୍ଲା ସ୍ଥିତ ଅଠର ହଜାର କେନାଲକୁ ଗାଧୋଉଥିବା ପାଇଁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡ଼ିଯାଇଥିଲେ । ଅନ୍ୟ ସହପାଠୀମାନେ ତାଙ୍କୁ ଉଦ୍ଧାର କରିଥିଲେ ।

ମଦ-ସିଗାରେଟ ଠାରୁ ଦୂରେଇ ରହିବା ପରେ ବି କାହିଁକି କିଡନୀ ଖରାପ ହୋଇଥାଏ, ଏହାର ସମାଧାନ କ’ଣ?

ସାଧାରଣ ଭାବେ ମଦ୍ୟପାନ ଓ ସିଗାରେଟ ସେବନ କରିବା ଫଳରେ ଆମର କିଡନୀ ଖରାପ ହୋଇଥାଏ । ତେବେ କେବଳ ମଦ-ସିଗାରେଟ ସେବନ କରିବା ଦ୍ବାରା କିଡନୀ ଖରାପ ହୋଇନଥାଏ । ଅନ୍ୟ କିଛି କାରଣ ପାଇଁ ମଧ୍ୟ ଆମର କିଡନୀ ଖରାପ ହୋଇଥାଏ । କିଡନୀ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ, ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ । କିଡନୀ ଆମର ରକ୍ତକୁ ପରିଷ୍କାର ରଖିବା ସହ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଓ ଶରୀରରେ ପାଣି, ମିନେରାଲ୍ସର ବାଲାନ୍ସ କରିଥାଏ । ମାତ୍ର ଅନେକ ସମୟରେ ଦେଖାଯାଇଥାଏ ଯେ, କିଛି ଲୋକ ମଦ-ସିଗାରେଟ ଠାରୁ ଦୂରେଇ ରହିବା, ହେଲଦୀ ଡାଏଟ ନେବା, ବ୍ୟାୟାମ କରିବା ପରେ ବି ସେମାନଙ୍କର କିଡନୀ ଖରାପ ହୋଇଯାଇଥାଏ । ତେଣୁ ବିଶ୍ବ କିଡନୀ ଦିବସ ଅବସରରେ ଏହା ପଛର କାରଣ ଜାଣିବା ନିହାତି ଜରୁରୀ ।

ଶରୀରରୁ ଟକ୍ସିନ ବାହାର କରିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା ନିହାତି ଜରୁରୀ । ତେଣୁ କମ୍ ପାଣି ପିଇଲେ ତାହା କିଡନୀ ଉପରେ ଚାପ ସୃଷ୍ଟି କରିଥାଏ ଓ ଧୀରେଧୀରେ ତା’ର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ହାଇ ବ୍ଲଡ ଶୁଗର ଓ ବ୍ଲଡ ପ୍ରେସର କିଡନୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଯଦି ଏଗୁଡ଼ିକୁ ନିୟନ୍ତ୍ରଣରେ ନ ନିଆଯାଏ, ତେବେ ଧୀରେଧୀରେ  କିଡନୀ ଫେଲ ହେବାର ଆଶଙ୍କା ରହିଥାଏ । ଦୈନିକ ଖାଦ୍ୟରେ ଅଧିକ ଲୁଣର ବ୍ୟବହାର ବ୍ଲଡ ପ୍ରେସର ବଢ଼ାଇଥାଏ ଓ କିଡନୀ ଉପରେ ଚାପ ବଢ଼ାଇଥାଏ । ପ୍ରୋସେସଡ ଫୁଡ ଓ ଜଙ୍କ ଫଡ ଖାଇବା ଫଳରେ କିଡନୀକୁ କ୍ଷତି ପହଞ୍ଚିଥାଏ । ମୁଣ୍ଡବ୍ୟଥା ପରି କିଛି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆବଶ୍ୟକତା ଠାରୁ ଅଧିକ ପେନକିଲର ନେବା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁମାନେ ଅଧିକ ସମୟ ଧରି ବସି ରୁନ୍ତି, ବ୍ୟାୟାମ କରନ୍ତି ନାହିଁ, ପର୍ଯ୍ୟାପ୍ତ ନିଦ ନିଅନ୍ତି ନାହିଁ, ସେମାନଙ୍କ କିଡନୀ ପ୍ରଭାବିତ ହୋଇଥାଏ । ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ନେବା କିଡନୀ ଉପରେ ପ୍ରଭାବ ପକାଇଥାଏ । ରେଡ ମିଟ ଓ ଡାଇଟ ସପ୍ଲିମେଟ ଅଧିକ ସେବନ କରୁଥିଲେ ସତର୍କ ରହିବା ଜରୁରୀ । ଯଦି ପରିବାରରେ କାହାକୁ କିଡନୀ ବିମାରୀ ହୋଇଥାଏ, ତେବେ ପରବର୍ତ୍ତୀ ପୀଢ଼ି ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି ।

କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଝଟକା! ୭ ବର୍ଷରେ ସବୁଠାରୁ କମ୍ ବଢ଼ିବ ମହଙ୍ଗା ଭତ୍ତା?

ନୂଆଦିଲ୍ଲୀ: ଏଥର ମାର୍ଚ୍ଚ ମାସ ୧୪ ତାରିଖରେ ହୋଲି ପଡ଼ୁଛି । ପ୍ରତିବର୍ଷ ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ ଘୋଷଣା କରାଯାଇଥାଏ । ମାତ୍ର ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଡିଏ ବୃଦ୍ଧି ନେଇ କୌଣସି ଘୋଷଣା କରାଯାଇନାହିଁ । ଏପର ସ୍ଥିତିରେ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଧାରୀମାନେ ବଡ଼ ଅପେକ୍ଷାରେ ରହିଛନ୍ତି । ଚଳିତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଡିଏ ବୃଦ୍ଧିକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ । ଯଦି ଏହାକୁ ମଞ୍ଜୁରୀ ମିଳିଯାଏ, ତେବେ ନୂଆା ଡିଏ ଚଳିତ ବର୍ଷ ଜାନୁଆରୀରୁ ଲାଗୁ ହୋଇପାରେ । ଅର୍ଥାତ କର୍ମଚାରୀଙ୍କୁ ମାର୍ଚ୍ଚରେ ବର୍ଦ୍ଧିତ ବେତନ ମିଳିବ ଓ ଦୁଇ ମାସର ଏରିୟର ମଧ୍ୟ ମିଳିବ ବୋଲି କୁହାଯାଉଛି ।

ରିପୋର୍ଟ ମୁତାବକ, କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ଏଥର ନିରାଶ ହେବାକୁ ପଡ଼ିପାରେ । କାରଣ ବିଗତ ବର୍ଷମାନଙ୍କରେ କର୍ମଚାରୀଙ୍କୁ ୩ ବା ୪ ପ୍ରତିଶତ ଡିଏ ମିଳୁଥିବା ବେଳେ ଏଥର ମାତ୍ର ୨ ପ୍ରତିଶତରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI)ର ତଥ୍ୟରୁ ଜଣାପଡ଼ିଛି ଯେ, ବିଗତ ବର୍ଷମାନଙ୍କ ଅପେକ୍ଷା ଏଥର ଡିଏରେ ସବୁଠାରୁ କମ୍ ବୃଦ୍ଧି ହେବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର ୨୦୧୮ ମସିହା ଜୁଲାଇ ଠାରୁ ଡିଏରେ ଅତିକମରେ ୩-୪ ପ୍ରତିଶତ ବା ତା’ଠାରୁ ଅଧିକ ଡିଏ ବୃଦ୍ଧି  କରିଆସୁଥିଲେ । ଆଗାମୀ ଡିଏ ବୃଦ୍ଧି ୨ ପ୍ରତିଶତ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ବର୍ଷକୁ ଦୁଇଥର ଜାନୁଆରୀ ଓ ଜୁଲାଇରେ ଡିଏ ବଢ଼ିଥାଏ । ୨୦୨୪ ଜୁଲାଇରେ ୩ ପ୍ରତିଶତ ଡିଏ ବଢ଼ିଥିବା ବେଳେ କର୍ମଚାରୀଙ୍କ ମୋଟ ଡିଏ ୫୦ରୁ ବୃଦ୍ଧି ପାଇ ୫୩ ପ୍ରତିଶତରେ ପହଞ୍ଚିଥିଲା ।

ପୁଣି ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍ ହସିନା

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ କହିଛନ୍ତି ଯେ ‘ହାସିନା ଯେଉଁଠାରୁ ଆସିଥିଲେ ସେଠାକୁ ଫେରିଯିବେ’ ।

ଶେଖ ହାସିନାଙ୍କ ଘନିଷ୍ଠ ସହଯୋଗୀ ରାବି ଆଲାମ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି କହିଛନ୍ତି ଯେ, ବାଲାଂଦେଶ ଉପରେ ଆକ୍ରମଣ ହେଉଛି। ଅନ୍ତର୍ଜାତୀୟ ସମୁଦାୟକୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ରାଜନୈତିକ ବିଦ୍ରୋହ ଠିକ ଅଛି, କିନ୍ତୁ ବାଂଲାଦେଶରେ ଏହା ହେଉନାହିଁ। ଏହା ଏକ ଆତଙ୍କବାଦୀ ବିଦ୍ରୋହ ବୋଲି ସେ କହିଛନ୍ତି।

ଅନ୍ୟପଟେ, ରାବି ଆଲାମ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଦେଶର ଅନେକ ନେତା ଭାରତରେ ଆଶ୍ରୟ ନେଇଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ଆମେ ଭାରତ ସରକାରଙ୍କ ପ୍ରତି ବହୁତ କୃତଜ୍ଞ। ଆମର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସୁରକ୍ଷିତ ଯାତ୍ରା ମାର୍ଗ ଯୋଗାଇ ଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମେ ଭାରତର ଲୋକଙ୍କ ପ୍ରତି କୃତଜ୍ଞ।

ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବସ୍, ଜଣେ ମୃତ

ସୁନ୍ଦରଗଡ଼: ରାସ୍ତାରୁ ତଳକୁ ଖସିଲା ବସ। ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଛି ଯାତ୍ରୀବାହୀ ବସ । ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ ଏବଂ ୪୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବସଟି ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା। ଏହା ପରେ ବସଟି ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ବସଟି ଘରୋଇ ଯାତ୍ରୀବାହୀ ବସ । ବସଟି କିଞ୍ଜିରକେଲାରୁ ସୁନ୍ଦରଗଡ଼ ଆସୁଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବର୍ଷାରେ ଭିଜିବ ହୋଲି ; ଖରାରୁ ମିଳିବ ତ୍ରାହି !

ନନ୍ଦିଘୋଷ ବ୍ୟୁରୋ : ତାତି କଲାଣି କଲବଲ, ଘରୁ ବାହାରିବା ହୋଇଗଲାଣି ମୁସ୍କିଲ ।ତେବେ ଏହାରି ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର । ଟହ ଟହ ଖରାରୁ ତାହି ଦେବ ବର୍ଷା । ତେବେ ବର୍ଷାକୁ ନେଇ ଆସିଛି ବଡ଼ ଖବର । ହୋଲିରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ। ଆଉ ଦିନକ ପରେ ସାରା ଦେଶରେ ହୋଲି ପାଳନ ହେବାକୁ ଥିବା ବେଳେ ପାଗ ମଧ୍ୟ ଅନୁକୂଳ ହେବ ବୋଲି ଆକଳନ କରାଯାଇଛି ।

ବିଶେଷକରି ଦିଲ୍ଲୀ-ଏନସିଆରରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଗରମ ଏତେ ପ୍ରବଳ ଯେ ଦିଲ୍ଲୀରେ ମାର୍ଚ୍ଚ ମାସରେ ହିଁ ମେ ମାସର ଗରମ ଅନୁଭୂତ ହେଉଛି। ତଥାପି, ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ସର୍ବାଧିକ ତାପମାତ୍ରା ୩୪ ଏବଂ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ଅଛି। ସେହିପରି ହୋଲିରେ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦିଲ୍ଲୀର ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ୧ ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ଅଛି।

ସେହିପରି ୩ ରୁ ୧୬ ମାର୍ଚ୍ଚ ମଧ୍ୟରେ ଜମ୍ମୁ-କାଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ତୁଷାରପାତ ସହିତ ଝଡ଼ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୧୩-୧୬ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଏବଂ ମାର୍ଚ୍ଚ ୧୪ ଏବଂ ୧୫ ତାରିଖରେ ରାଜସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି।

ଏହି ପ୍ରଣାଳୀର ପ୍ରଭାବରେ, ମାର୍ଚ୍ଚ ୧୩ ଏବଂ ୧୫ ତାରିଖରେ ଅରୁଣାଚଳ ପ୍ରଦେଶରେ ଝଡ଼ବର୍ଷା ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ୧୩ ତାରିଖ ଅର୍ଥାତ ଆଜି ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହୋଇପାରେ। ଏହା ସହିତ, ମାର୍ଚ୍ଚ ୧୩ ତାରିଖରେ ପଶ୍ଚିମବଙ୍ଗ ଏବଂ ସିକିମରେ ଝଡ଼ବର୍ଷା, ବିଜୁଳି ଏବଂ ପ୍ରବଳ ପବନ (ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗ) ହେବାର ସମ୍ଭାବନା ରହିଛି। ଆଗାମୀ ୭ ଦିନ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ବିକ୍ଷିପ୍ତରୁ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।

 

ବର୍ଷକରେ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ୧୧୫୦ଜଣ

ଭୁବନେଶ୍ବର: ବଢୁଛି ସାପ କାମୁଡା ମୃତ୍ୟୁ । ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି । ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ ରେ ୭୦୯ ଜଣଙ୍କ ସାପ କାମୁଡ଼ାରେ ଜୀବନ ଯାଇଛି । ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ହୋଇଛି । ତା’ ପଛକୁ କଟକ ଓ ଗଞ୍ଜାମ ରହିଛନ୍ତି । ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି । ତା ପଛକୁ ରହିଛି ଗଞ୍ଜାମ ଓ କେନ୍ଦୁଝର । ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ।

ଅନଲାଇନ ଗେମ ଖେଳି ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ, ଜିତିଥିଲେ ୪ ଲକ୍ଷ ଟଙ୍କା

ରାୟଗଡ଼ା: ଅନଲାଇନ ଗେମ ଖେଳି ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଛାତ୍ରୀ ଜଣକ ହେଲେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଗଣପତୀଗୁଡାର ସାଇନା ସାହୁ । ଛାତ୍ରୀ ଜଣକ ବାଥରୁମରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଶବକୁ ପୋଲିସ ଜବତ କରିବା ସହ ପୋଷ୍ଟମଟମ ପାଇଁ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମୃତ ଛାତ୍ରୀ ଜଣକ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ । କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ । ପରିବାର ଲୋଙ୍କ ତାଗିତ ପରେ ବି ଛାତ୍ରୀ ନମାନି ଗେମ ଖେଳୁଥିଲେ । ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା । ଛାତ୍ରୀ ଜଣକ ଅନଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ । ଏହି ବିଷୟ ଛାତ୍ରୀଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ବାରମ୍ବାର ତାଗିତ କରିଥିଲେ । ଶେଷରେ ବାଥରୁମରେ ମୋବାଇଲ ଦ୍ବାରା ଗୀତ ଲଗାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜାଣି ତାଙ୍କ ସମ୍ପର୍କୀୟ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି ।