spot_img
Home Blog Page 950

ନିତ୍ୟାନନ୍ଦଙ୍କ ନୂଆ କାରନାମା, ଏହି ଦେଶରୁ ହଡ଼ପ କଲେ ଲକ୍ଷ ଲକ୍ଷ ଏକର ଜମି !

ନନ୍ଦିଘୋଷ ବ୍ୟୁରୋ : କୈଳାସ ଦେଶ ସୃଷ୍ଟି କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । କୁହାଯାଉଛି ଯେ ନିତ୍ୟାନନ୍ଦ ଏବେ କୈଳାସର ସୀମା ବିସ୍ତାର କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଦକ୍ଷିଣ ଆମେରିକାର ବୋଲିଭିଆ ଉପରେ ଆକ୍ରମଣ କରିଛନ୍ତି। ନିତ୍ୟାନନ୍ଦ ତାଙ୍କ ଶିଷ୍ୟମାନଙ୍କ ସହିତ ସେଠାରେ ୪.୮ ଲକ୍ଷ ହେକ୍ଟର ଜମି ହଡ଼ପ କରିଛନ୍ତି। ଦାବି ଅନୁଯାୟୀ, ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ପ୍ରଥମେ ବୋଲିଭିଆରେ ଜନଜାତିଙ୍କ ଜମି ଜାଲିଆତି କରି କିଣିଥିଲେ। ଜମି କିଣିବା ପରେ, ନିତ୍ୟାନନ୍ଦ ଏହାକୁ କୈଳାସର ଏକ ବିସ୍ତାର ଭାବରେ ଘୋଷଣା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ପୂର୍ବରୁ ଜମି କ୍ରୟର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଅଭିଯୋଗ ହୋଇଛି ଯେ ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ମିଶି ବୋଲିଭିଆର ୪ଲକ୍ଷ ୮୦ ହଜାର ଏକର ସରକାରୀ ଜମି ନିଜ ନାମରେ କରାଇଥିଲେ। ଏହି ଜମିଟି ୧୦୦୦ ବର୍ଷ ପାଇଁ ଲିଜ୍ ଦିଆଯାଇଥିଲା। ଜମିର ଲିଜ୍ ପରିମାଣ ବାର୍ଷିକ ୮.୯୬ ଲକ୍ଷ ଟଙ୍କା, ମାସିକ ୭୪,୬୬୭ ଟଙ୍କା ଏବଂ ଦୈନିକ ୨,୪୫୫ ଟଙ୍କା ପ୍ରସ୍ତାବିତ ହୋଇଥିଲା। ବୋଲିଭିଆ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ବୋଲିଭିଆ “ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଳାସ” ନାମକ କଥିତ ରାଷ୍ଟ୍ର ସହିତ କୂଟନୈତିକ ସମ୍ପର୍କ ବଜାୟ ରଖେ ନାହିଁ “କାରଣ ସେମାନେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଅନ୍ୟ କୌଣସି ଦେଶ ଦ୍ୱାରା ଏକ ରାଷ୍ଟ୍ର ଭାବରେ ସ୍ୱୀକୃତିପ୍ରାପ୍ତ ନୁହଁନ୍ତି।”

ରିପୋର୍ଟ ଅନୁଯାୟୀ, କୈଳାସର ପ୍ରତିନିଧିମାନେ ଜମି ଅଧିଗ୍ରହଣ ପାଇଁ କିଛି ମାସ ଧରି ବୋଲିଭିଆରେ ଉପସ୍ଥିତ ଥିଲେ। ଜମି ଦଖଲ କରିବା ପାଇଁ ସ୍ଥାନୀୟ ନେତାଙ୍କ ସାହାଯ୍ୟ ନିଆଯାଇଥିଲା। ଚୁକ୍ତି ଚୂଡ଼ାନ୍ତ ହେବା ପରେ, ନିତ୍ୟାନନ୍ଦଙ୍କ ଦଳ ମଧ୍ୟ ଲୋକଙ୍କଠାରୁ ଚୁକ୍ତିନାମା ସ୍ୱାକ୍ଷରିତ କରାଇଲେ।

ତଥାପି, ଖବରଟି ତୁରନ୍ତ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା। କୁହାଯାଉଛି ଯେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ, ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ମଧ୍ୟ ଧମକ ଦେଇଥିଲେ, କିନ୍ତୁ ଯେତେବେଳେ ସରକାରଙ୍କ ଉପରେ ଚାପ ବଢ଼ିଲା, ସେତେବେଳେ ସରକାରଙ୍କ ଦ୍ୱାରା ନିତ୍ୟାନନ୍ଦଙ୍କ ଏହି ସମ୍ପୂର୍ଣ୍ଣ ଚୁକ୍ତିକୁ ବାତିଲ କରିଦିଆଗଲା।

ନିତ୍ୟାନନ୍ଦ ୨୦୧୯ ମସିହାରୁ ଭାରତରୁ ପଳାତକ ଅଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଅଛି। ସେମାନେ କୈଳାସ ନାମକ ଏକ ନକଲି ରାଷ୍ଟ୍ର ପ୍ରତିଷ୍ଠା କରିଛନ୍ତି, ଯାହାକୁ ସେମାନେ ନିଜର ମୁଦ୍ରା ଏବଂ ସମ୍ବିଧାନ ବୋଲି ଦାବି କରନ୍ତି। ୨୦୧୦ ମସିହାରେ ନିତ୍ୟାନନ୍ଦଙ୍କ ଏକ ଅଶ୍ଳୀଳ ସିଡି ବାହାରିଥିଲା, ଯାହା ଯୋଗୁଁ ଗିରଫଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ୨୦୧୨ ମସିହାରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୨୦୧୯ ମସିହାରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଇ ଝିଅଙ୍କୁ ଅପହରଣ ଏବଂ ବନ୍ଦୀ କରି ରଖିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ନିତ୍ୟାନନ୍ଦ ଦେଶ ଛାଡି ପଳାଇଯିବାରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ।

ଛାଡପତ୍ରର ୩୧ ଦିନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମ ମିଳିଲା !

ନନ୍ଦିଘୋଷ ବ୍ୟୁରୋ ; କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାନକୋଭିକ୍ ଗତ ବର୍ଷ ଜୁଲାଇରେ ଛାଡପତ୍ର ନେଇଥିଲେ। ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ଏବେ ଦୁହେଁ ସେମାନଙ୍କର ନୂତନ ଜୀବନ ଆରମ୍ଭ କରୁଛନ୍ତି। ଇତି ମଧ୍ୟରେ, ସେମାନଙ୍କର ନୂତନ ସାଥୀଙ୍କ ବିଷୟରେ ଆଲୋଚନା ହେଉଛି। ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟିକା ଏବଂ ଟିଭି ଷ୍ଟାର ଜାସ୍ମିନ୍ ୱାଲିଆଙ୍କ ସହ ଯୋଡା ଯାଇଥିବା ବେଳେ, ନତାଶାଙ୍କ ନାମ ଆଲେକଜାଣ୍ଡାର ଇଲିକ୍ ସହିତ ମଧ୍ୟ ଯୋଡା ଯାଇଥିଲା। ଏ ସବୁ ସତ ନା ମିଛ, କେବଳ ସେମାନେ ହିଁ କହିପାରିବେ। କିନ୍ତୁ ନତାଶା ଛାଡପତ୍ର ପରବର୍ତ୍ତୀ ଜୀବନ ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ପୁଣି ଥରେ ପ୍ରେମରେ ପଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏକ ଗଣମାଧ୍ରମ ସହ ଏକ ଆଲୋଚନାରେ ନତାଶା ଷ୍ଟାନକୋଭିକ୍ ସ୍ୱୀକାର କରିଛନ୍ତି ଯେ ସେ ପୁଣି ଥରେ ପ୍ରେମରେ ପଡ଼ିବାକୁ ପ୍ରସ୍ତୁତ। ସେ କହିଥିଲେ ଯେ ଗତ ବର୍ଷ ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା। କିନ୍ତୁ ଏବେ ସେ ଏକ ନୂତନ ଜୀବନ ପାଇଁ ପ୍ରସ୍ତୁତ।

ନତାଶା ମାର୍ଚ୍ଚ ମାସରେ ହିଁ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏ ବିଷୟରେ କଥା ହୋଇ ସେ କହିଛନ୍ତି ଯେ ଏହି ବର୍ଷ ତାଙ୍କ ପାଇଁ ସୁନ୍ଦର ଏବଂ ସ୍ୱତନ୍ତ୍ର। ସେ ସାରା ଦିନ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହିତ ରହିଥିଲେ। ରାତିରେ ବନ୍ଧୁମାନଙ୍କୁ ଭେଟିଲି  ।  ଦିନଟି ବହୁ ଖୁସିରେ କଟିଗଲା।

କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ

ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ। ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି। ତେବେ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି ବାକି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ହୋଇଛନ୍ତି ନିଲମ୍ବିତ । ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି। ନିଲମ୍ବିତ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ପଏଣ୍ଟ ଅଫ ଅର୍ଡର ନ ଦେବାରୁ ଅସନ୍ତୋଷ ଜାହିର କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଛି। ବାଚସ୍ପତିଙ୍କ ପୋଡିଅମ ତଳେ ଅହୋରାତ୍ର ଧାରଣା ଦେଇଛନ୍ତି କଂଗ୍ରେସ ସଦସ୍ୟ। ଆଜି ଦିନ ତମାମ ୯ ଥର ମୁଲତବି ହୋଇଥିଲା ବିଧାନସଭା। ଅନ୍ୟପଟେ ତାରା କହିଛନ୍ତି ଗଣତନ୍ତ୍ରର ହତ୍ୟା ହୋଇଛି। ଯେପର୍ଯ୍ୟନ୍ତ ନାରୀ ସୁରକ୍ଷା ପାଇଁ ଗୃହ କମିଟି ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ରାତି ସାରା ଧାରଣାରେ ବସିବେ ବୋଲି କହିଛନ୍ତି ତାରା ବାହିନୀପତି। ୱେଲରେ ଶୋଇବୁ, ଜବରଦସ୍ତ ଉଠାଇଲେ ପରେ ଦେଖାଯିବ ବୋଲି କହିଛି କଂଗ୍ରେସ।

ମୁହଁ ଦେଖା ଟଙ୍କାରେ ସ୍ୱାମୀକୁ ମାରିବାକୁ ସୁପାରୀ, ବିବାହର ୧୫ ଦିନ ପରେ ହତ୍ୟା

ଲକ୍ଷ୍ନୗେ : ବିବାହର ଦୁଇ ସପ୍ତାହ ପରେ, ଉତ୍ତର ପ୍ରଦେଶର ଆଉରିଆ ଜିଲାରେ ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଛନ୍ତି । ବିବାହର ମାତ୍ର ୧୫ ଦିନ ପରେ, ସ୍ତ୍ରୀ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛି ।  ହତ୍ୟା କରିଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ ପତ୍ନୀ । ୧ ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ, ଯାହା ତାଙ୍କୁ ବିବାହ ସମୟରେ ମୁହଁ ଦେଖା ଏବଂ ଅନ୍ୟାନ୍ୟ ରୀତିନୀତି ସମୟରେ ମିଳିଥିଲା।

ଦିବିୟାପୁରର ସେହୁଦ ମନ୍ଦିର ନିକଟରେ ରହୁଥିବା ବ୍ୟବସାୟୀ ଦିଲୀପଙ୍କର ମାର୍ଚ୍ଚ ୫ ତାରିଖରେ ଫାଫୁଣ୍ଡର ବାସିନ୍ଦା ପ୍ରଗତିଙ୍କ ସହିତ ବିବାହ ହୋଇଥିଲା। ପ୍ରଗତି ବହୁ ବର୍ଷ ଧରି ଟ୍ରାକ୍ଟର ଡ୍ରାଇଭର ଅନୁରାଗ ଓରଫ ମନୋଜ ଯାଦବଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ସେ ଏହି ବିବାହରେ ଅସନ୍ତୁଷ୍ଟ ଥିଲେ। ଯେତେବେଳେ ପରିବାର ଲୋକଙ୍କୁ ପ୍ରେମ ସମ୍ପର୍କ ବିଷୟରେ ଜଣାପଡିଲା, ସେମାନେ ପ୍ରଗତିଙ୍କୁ ତାଙ୍କ ବଡ଼ ଭଉଣୀ ପାରୁଲଙ୍କ ଦିଅର ଦିଲୀପଙ୍କ ସହିତ ବିବାହ ଦେଲେ। ଦିଲୀପଙ୍କ ପରିବାର ବହୁତ ଧନୀ। ପରିବାରରେ ଅନେକ ହାଇଡ୍ରା ଏବଂ କ୍ରେନ ଅଛି। କୁହାଯାଉଛି ଯେ ବିବାହ ପରେ ଯେତେବେଳେ ପ୍ରଗତି ତାଙ୍କ ଶ୍ୱଶୁର ଘରକୁ ପହଞ୍ଚିଲେ, ସେତେବେଳେ ସେ ତାଙ୍କ ପ୍ରେମିକ ଅନୁରାଗଙ୍କୁ ଭେଟି ନପାରିବାରୁ ଅସ୍ଥିର ହୋଇଗଲେ। ଚତୁର୍ଥ ଦିନ ଯେତେବେଳେ ସେ ତାଙ୍କ ବାପାମାଆଙ୍କ ଘରକୁ ଫେରିଲେ, ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ। ୧୭ ମାର୍ଚ୍ଚରେ, ପ୍ରଗତି ସହରର ଏକ ହୋଟେଲରେ ତାଙ୍କ ପ୍ରେମିକ ଅନୁରାଗଙ୍କୁ ଭେଟିଥିଲେ। ଦୁହେଁ ମିଶି ଦିଲୀପଙ୍କୁ ହତ୍ୟା ଯୋଜନା କରିଥିଲେ।

ମାର୍ଚ୍ଚ ୧୯ ତାରିଖରେ କନୌଜର ଉମରଦା ଅଞ୍ଚଳରେ ବ୍ୟବସାୟୀ ଦିଲୀପ କୁମାରଙ୍କ ଉପରେ ଗୁଳିଚାଳନା କରାଯାଇଥିଲା। ସେମାନେ ତାଙ୍କୁ ମାଡ଼ ମାରିଲେ ଏବଂ ମୁଣ୍ଡର ପଛପଟେ ଗୁଳି ମାରିଲେ। ତାଙ୍କୁ ମୃତ ଭାବି ଗୁଳି ଚଳାଇଥିବା ଲୋକମାନେ ତାଙ୍କୁ କ୍ଷେତରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ପୋଲିସ ଦିଲୀପଙ୍କୁ ହସ୍ପିଟାଲ ନେଇଯାଇଥିଲା ଯେଉଁଠାରେ ତାଙ୍କର ମାର୍ଚ୍ଚ ୨୧ ତାରିଖରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ଅନୁରାଗ ଯାଦବ, ପ୍ରଗତି ଏବଂ ଗୁଳିଚାଳକ ରାମଜୀ ନାଗରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପିସ୍ତଲ, ବାଇକ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି। ଗୁଳି ଚଳାଇଥିବା ରାମଜୀଙ୍କ ବିରୋଧରେ ୧୦ଟି ମାମଲା ରୁଜୁ ହୋଇଛି।

ବିଷାକ୍ତ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ବିଷାକ୍ତ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ। ଟିଟିଲାଗଡ ଖୋଲାନ କସ୍ତୁରବା ଗାନ୍ଧୀ ମହିଳା ମହାବିଦ୍ୟାଳୟ ହଷ୍ଟେଲର ୨୫ଜଣ ଛାତ୍ରୀ ବିଶାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଖୋଲାନ ଗୋଷ୍ଠୀ ସ୍ଵସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ହଷ୍ଟେଲରେ ଥିବା ଛାତ୍ରୀ ମାନେ ଗତ ରାତିରେ ଖାଇସାରିବା ପରେ ୨୫ ଜଣ ଛାତ୍ରୀଙ୍କର ହଠାତ୍ ଝାଡ଼ା,ବାନ୍ତି ହେବାସହ ମୁଣ୍ଡ ବୁଲାଇ ଅସୁସ୍ଥ ହୋଇପଡିଥିଲୋ। ହଷ୍ଟେଲ କର୍ତ୍ତୁପକ୍ଷ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଖୋଲାନ ହସ୍ପିଟାଲରେ ଭର୍ତ୍ତି କରିଥିଲୋ।  ହଷ୍ଟେଲରେ କୌଣସି ବିଷାକ୍ତ ଖାଦ୍ୟ ଖାଇ ଏଭଳି ହୋଇଥିବା ଡାକ୍ତର୍ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ସହ ଅନ୍ୟାନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି।

ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ

ରାଉରକେଲା : ରାଉରକେଲା ଟେଲିଫୋନ ଭବନ ଦୁର୍ଗା ପୂଜା ପେଣ୍ଡାଲ ନିକଟରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀଵନ୍ତ ଦଗ୍ଧ ହୋଇଥିବାବେଳେ ବର୍ତ୍ତିଯାଇଛନ୍ତି ୩ ଶିଶୁ। ସେକ୍ଟର ୭ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ କରିଥିଲେ ଆୟତ୍ତ।  ଗ୍ରୀଲ ଲଗାଥିବା ମଣ୍ଡପରେ ଆଜି ୪ ଜଣ ନାବାଳକ ଖେଳୁଥିବାବେଳେ ହଠାତ୍ ସେଠାରେ ନିଆଁ ଲାଗିଯାଇଥିଲା। ଘଟଣାରେ ଜଣେ ୮ ବର୍ଷର ନାବାଳକ ଜୀଵନ୍ତ ଦଗ୍ଧ ହୋଇଥିଲା।  ମୃତ ନାବାଳକଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ପଠାଯାଇଛି। ସେକ୍ଟର ୭ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିଛନ୍ତି। ଉରକେଲା ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ନିଆଁ ଲାଗିଲା  ଓ ନାବାଳକ କିପରି ଜୀଵନ୍ତ ଦଗ୍ଧ ହେଲେ ସେନେଇ ତଦନ୍ତ ପରେ ଜଣାପଡ଼ିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

ରାଜ୍ୟରେ ସ୍ମାର୍ଟ ମିଟର ପ୍ରୋତ୍ସାହନକୁ ବିରୋଧ

ଭୁବନେଶ୍ବର : ରାଜ୍ୟରେ ସ୍ମାର୍ଟ ମିଟର ପ୍ରୋତ୍ସାହନକୁ ବିରୋଧ । ଏହାକୁ ବନ୍ଦ କରିବା ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଲା ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା । ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଦିନରେ ଲୁଟିବାକୁ ବଡ଼ ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ମିଟରରେ ଯାହାର ଏବେ ବିଲ ୧ ହଜାର ଆସୁଛି ସେମାନଙ୍କର ୧୮୦୦ ଟଙ୍କା ଆସିବ । ଏପରିକି ପ୍ରିପେଡ ରିଚାର୍ଜ ସରିଗଲେ ରାତି ଅଧରେ ବିଦ୍ୟୁତ କଟିଯିବ । ଏପରିକି ଲୋକଙ୍କୁ ରିକନେକ୍ସନ ଚାର୍ଜ ଦେବାକୁ ପଡିବ । କମ୍ପାନୀର ଲୁଟ ପାଇଁ ଏହି ରେଣ୍ଟ ଛାଡ ନିଷ୍ପତ୍ତି ଉଦ୍ଦିଷ୍ଟ । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ବୋଲି ଦାବି କରିଛି ମହାସଂଘ । ସେପଟେ ବରିଷ୍ଠ କଂଗ୍ରେସ ନେତା ଏହାକୁ କଡ଼଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଯୋଜନା କରାଯାଇଛି ବୋଲି ସେ ବଡ଼ ଅଭିଯୋଗ କରିଛନ୍ତି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଏହା ପ୍ରୟାସ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି, ହେଉଛି ଓ ଆଗକୁ ଜୋରଦାର ବିରୋଧ ହେବ ବୋଲି ସେ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ହତ୍ୟା ମାମଲା ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ହତ୍ଯା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ତଥ୍ଯ ପ୍ରମାଣ ସହ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି  ଭୁବନେଶ୍ବର ଏଡିଜେ କୋର୍ଟ ୨ ଏହି ରାୟ ଶୁଣାଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ଅଦାଲତ ।

୨୦୧୭ ମାର୍ଚ୍ଚ ୨ ତାରିଖ ରାତିରେ ଖୋର୍ଦ୍ଧା ଷଣ୍ଢପୁର ଅଞ୍ଚଳରେ ଅନୁପ ବେହେରାଙ୍କୁ ହତ୍ୟା କରାଯାଇଥିଲା । ଦୋକାନରେ ଶୋଇବା ପାଇଁ ଯାଉଥିବା ବେଳେ ହାଲୁ ବେହେରା, କାହ୍ନା ଓରଫ ମୃଣାଲ ବେହେରା, ଗୋପିଆ ଓରଫ ଗୋପିନାଥ ବେହେରା ଏବଂ ନାଲୁ ବେହେରା ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ ।

ଲୁହାରଡ, ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୪ ଦୋଷୀ । ଗୁରୁତର ଅବସ୍ଥାରେ ଅନୂପଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷାଣ କରିଥିଲେ। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଦାନ୍ତେଓ୍ବାଡ଼ାରେ ଏନକାଉଣ୍ଟର, ୫ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୁଣି ଏକ ଏନକାଉଣ୍ଟର । ନିରାପତ୍ତା ବାହିନୀ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ । ଦାନ୍ତେୱାଡା-ବିଜାପୁର ସୀମାରେ ହୋଇଥିବା ଏନକାଉଣ୍ଟରରେ ଲାଲଦୁର୍ଗ ପ୍ରତି ବଡ଼ ଧରଣର ଧକ୍କା ସୃଷ୍ଟି ହୋଇଛି ।

ନକ୍ସଲ ବିରୋଧୀ ଅପରେସନ ବେଳେ ଉଭୟ ପକ୍ଷ ମଧ୍ଯରେ ଗୁଳି ବିନିମୟ ଜାରି ରହିଥିଲା । ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଅପରସେନ । ୫ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତର ଜବତ ହୋଇଛି । ଗତ ମାର୍ଚ୍ଚ ୨୦ରେ ବିଜାପୁରରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ୩୦ ନକ୍ସଲ ନିହତ ହୋଇଥିଲେ । ଘଟଣାରେ ଜଣେ ଡିଷ୍ଟ୍ରିକ୍ଟ ରିଜର୍ଭ ଯବାନ ସହିଦ ହୋଇଥିଲେ

ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଛି ନକଲି ପୋଲିସ, ନନ୍ଦିଘୋଷ ଟିଭି ହାତରେ ଠକର ଫଟୋ

ଭଦ୍ରକ: ଚାକିରି ନକଲି, ହେଲେ ଠାଣି ପୂରା ପୋଲିସ ବାବୁଙ୍କ ପରି । ନିଜକୁ ପୋଲିସ ବିଭାଗର ବଡ଼ ବାବୁ ଦର୍ଶାଇ ଲୋକଙ୍କୁ ଠକୁଥିବା ଏମିତି ଜଣେ ଠକର ଫଟୋ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଠକ ବାବୁ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତି । ପୋଲିସ ବୋଲି ପରିଚୟ ଦେବାର ଫଟୋ ଓ କିଛଇ ଦସ୍ତାବିଜ ଏବେ ଭାଇରାଲ ହେବାରେ ଲାଗିଛି ।

ଗୃହ ବିଭାଗର ଏକ ପ୍ରମୋସନ ଲେଟର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ମାନସ ରଞ୍ଜନ ସେନାପତିଙ୍କର କୁଆଡ଼େ ଡେପୁଟି ଏସପି ଭାବେ ପ୍ରମୋସନ ହୋଇଛି । ଏହି ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ ।

ଏହି ନୋଟିଫିକେସନର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ସେପଟେ ଫେସବୁକ ଓ ଇନଷ୍ଟାଗ୍ରାମରେ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି ଅଭିଯୁକ୍ତ । ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ନକଲି ପୋଲିସ ଜଣଙ୍କ ନିଜକୁ ଅସଲି ବୋଲି ପ୍ରମାଣିତ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ ।