spot_img
Home Blog Page 94

ଇରାନରେ ଯୁଦ୍ଧ : ଭାରତରେ ଗ୍ୟାସ ଅଭାବ

ନନ୍ଦିଘୋଷ ବ୍ୟୁରୋ : ଇରାନ ଯୁଦ୍ଧକୁ ନେଇ ଭାରତରେ ଦେଖା ଦେଲାଣି ଗ୍ୟାସ ସଂକଟ। ମୁମ୍ଵାଇ, ଚେନ୍ନାଇ, ବେଙ୍ଗଳୁରୁରେ ଦେଖା ଦେଇଛି ଗ୍ୟାସ ଅଭାବ। ବିଶେଷ କରି ହୋଟେଲ, ରେଷ୍ଟୁରାଣ୍ଟରେ ଏହି ଅଭାବ ଦେଖା ଦେଇଛି। ଏହି ସବୁ ସହରର ହୋଟେଲ ସଂଘ ଗ୍ୟାସ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କେତେକ ସ୍ଥାନରେ ରେଟ୍ ମଧ୍ୟ ବଢ଼ିଲାଣି। ପର୍ଯ୍ୟାପ୍ତ ପରିମାଣରେ ଗ୍ୟାସ ଆସୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇରାନ ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକରେ ଗ୍ୟାସ ଉତ୍ପାଦନ ଓ ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ଗ୍ୟାସ ଠିକରେ ଆସି ପାରୁ ନାହିଁ। ତେଣୁ ବଡ଼ ବଡ଼ ସହରରେ ଦେଖାଦେଇଛି ସଂକଟ। ଏଥିରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି, ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ। ସେପଟେ ସରକାର ନିୟମ କରିଛନ୍ତି ଘରୋଇ ଏଲପିଜି ବୁକିଂ ମଧ୍ୟରେ ୨୫ ଦିନ ବ୍ୟବଧାନ ରହିବା ଜରୁରୀ। ଏହାର ଭିତରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କମର୍ସିଆଲ ଗ୍ୟାସ ୧୧୫ ଟଙ୍କା ବୃଦ୍ଧି ପାଇଛି।

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ…

ଜଳେଶ୍ୱର : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ । ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର କିଛି ଦୂରରେ ଘଟିଛି ଅଘଟଣ । ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଥିଲେ ଉଭୟ। ମୃତକ ଜଳେଶ୍ୱର ଥାନା ରାଜପୁରର ଭିଣୋଇ ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ବିଜୟ ସାହୁ ଗତକାଲି ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିବାବେଳେ କୌଣସି କଥାକୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଥିଲେ। ଟ୍ରେନ ଧକ୍କାରେ ଉଭୟ ଶାଳୀ ଭିଣେଇଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ମୁନିଗୁଡା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ସିତଲ ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକମାନେ ଥେରୁବାଲି ଅଞ୍ଚଳର ହୋଇଥିବା ସୂଚନା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ୨ ଜଣଙ୍କୁ ମେଡିକାଲ ନିଆଯାଇଥିଲା। ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣଙ୍କର ଓ ଅନ୍ୟ ଜଣଙ୍କର ରାୟଗଡା ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ରାମନାଗୁଡା ବ୍ଲକ ଶୁଣ୍ଡିଧାମୁନି ପଂଚାୟତର ଆକାଶ ମଣ୍ଡାଙ୍ଗୀ ଓ ଥେରୁବାଲି ବୁରୁଜୁଗୁଡା ଗାଁର ବିରିସିଙ୍ଗ ହିକକା ବୋଲି ଜଣାପଡ଼ିଛି।

ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା ହୋଇଛି। ସରକାରଙ୍କ ବିଫଳତାକୁ ପ୍ରମାଣିତ କରିଛି ମନ୍ତ୍ରୀଙ୍କ ଉତ୍ତର। ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ମନ୍ତ୍ରୀ ନିଜେ ଯାହା କହିଥିଲେ ତାହାକୁ ରକ୍ଷା କରିନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାର ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ବେଳେ, ଏହାକୁ ନେଇ ପ୍ରଶ୍ନକାଳରେ ଶାସକ ବିରୋଧୀ ହଙ୍ଗାମା କରିଛନ୍ତି। ତେଣୁ ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ଗୃହରେ ଦାବି ହୋଇଛି। ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୬ଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ସରିଲାଣି। ଆହୁରି ୨୮ଟି ପ୍ରକଳ୍ପ ହେବ। ଆସନ୍ତ ୨୦୨୭ ମାର୍ଚ୍ଚ ସୁଦ୍ଧା ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବିଭିନ୍ନ ଗାଁରେ ମୋଟ ୫ଲକ୍ଷ ୨୭ ହଜାର ୬୯୪ ଟ୍ୟୁବୱେଲ ଅଛି। ବର୍ଷକରେ ସରକାର ୨୬ ହଜାର ଟ୍ୟୁବୱେଲ ଲଗାଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ଯୁଦ୍ଧ ସ୍ଥିତିକୁ ନେଇ କଥା ହେଲେ ଟ୍ରମ୍ପ ଓ ପୁଟିନ

ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧ ସ୍ଥିତିକୁ ନେଇ କଥା ହେଲେ ଟ୍ରମ୍ପ ଓ ପୁଟିନ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ କଥା ହୋଇଛନ୍ତି ଦୁଇ ସୁପର ପାୱାର । ପ୍ରାୟ ୧ ଘଣ୍ଟା ଧରି କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା । ଉଭୟ ଋଷ ଓ ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିଜେ ଟ୍ରମ୍ପ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ଟ୍ରମ୍ପ । ଗତ ଡିସେମ୍ବର ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା । ଇରାନ ଯୁଦ୍ଧର ତୁରନ୍ତ ଅବସାନ ପାଇଁ ପୁଟିନ ଏକ ପ୍ରସ୍ତାବ ଦେଇଛନ୍ତି । ଟ୍ରମ୍ପ ପୁଟିନଙ୍କୁ କହିଥିଲେ, ଆପଣ ୟୁକ୍ରେନ ଯୁଦ୍ଧ ଶେଷ କରି ଦିଅନ୍ତୁ । ବିଶ୍ବପାଇଁ ଏହା ସବୁଠୁ ବଡ଼ ସହାୟତା ହେବ । ଏ ଦିଗରେ ସହଯୋଗ କରିବାକୁ ପୁଟିନ ପ୍ରସ୍ତୁତ ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି ।

ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧ ଭିତରେ ପୁଣି ଇରାନକୁ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନକୁ ସଂପୂର୍ଣ୍ଣ ଭାବେ ହରାଇବା ପର୍ଯ୍ୟନ୍ତ ଆକ୍ରମଣ ଚାଲିବ ବୋଲି କହିଛନ୍ତି ଟ୍ରମ୍ପ। ଇରାନ ସେନା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଇରାନର ଏବେ ନୌସେନା କିମ୍ବା ବାୟୁସେନା ନାହିଁ। ଧ୍ବଂସ ହୋଇସାରିଛି ଇରାନର ୪୬ ଜାହଜ । ଏହାସହ କ୍ଷେପଣାସ୍ତ୍ର ଭଣ୍ଡାର ଏବଂ ଡ୍ରୋନ-ନିର୍ମାଣ କାରଖାନା ମଧ୍ୟ ଧ୍ୱଂସ ପାଇଛି। ଦରକାର ପଡ଼ିଲେ ଲେଜର ମିସାଇଲ ପ୍ରୟୋଗ କରିବାକୁ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ କୌଣସି ଚାଲାକି କରେ ତେବେ ପରିଣାମ ଆହୁରି ଭୟାବହ ହେବ। ଦରକାର ପଡ଼ିଲେ ଇରାନକୁ ନିଶ୍ଚିହ୍ନ କରିଦେବାକୁ ଧମକ ଦେଇଛନ୍ତି ଟ୍ରମ୍ପ। ସେହିପରି ତେଲ ଯୋଗାଣରେ ବାଧା ଦେଲେ ପରିଣାମ ମଧ୍ୟ ସାଂଘାତିକ ହେବ।

ମଧ୍ୟପ୍ରାଚ୍ୟରେ ତୀବ୍ର ରୂପ ନେଉଛି ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟରେ ତୀବ୍ର ରୂପ ନେଉଛି ଯୁଦ୍ଧ। ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ଇରାନ ପରେ ମିଳିତ ଭାବେ ଆକ୍ରମଣ ଜାରି ରଖିଛନ୍ତି ଆମେରିକା ଓ ଇସ୍ରାଏଲ। ଇରାନର ରାଜଧାନୀ ତେହେରାନରେ ଘନଘନ ବୋମାମାଡ଼ ହୋଇଛି। ୨୦ରୁ ଅଧିକ ବଡ଼ ବିସ୍ଫୋରଣ ହୋଇଛି। ଯାହା ସବୁଠାରୁ ଭୟଙ୍କର ବୋଲି ଜଣାପଡିଛି। ଆକ୍ରମଣରେ ଇରାନର ୪୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଜବାବରେ ପ୍ରତିଆକ୍ରମଣ କରିଛି ଇରାନ। କୁଏତରେ ଥିବା ଆମେରିକୀୟ ଏୟାର ବେସ ଉପରେ ଡ୍ରୋନ ଆଟାକ କରିଛି ଇରାନ। ହାଇବ୍ରିଡ ଡ୍ରୋନ ଦ୍ଵାରା ଆକ୍ରମଣ କରିଛି ଇରାନ୍। ସେହିପରି ଇସ୍ରାଏଲ ଉପରେ ବି ଘନଘନ ବୋମାମାଡ଼ ହୋଇଛି।

୨୪ ଘଣ୍ଟାର ରେଡ ପରେ ମିଳିଲା ସାଂଘାତିକ ପ୍ରମାଣ ; ୫୦ କୋଟି ଟଙ୍କାର ଟିକସ ଫାଙ୍କିବା ନେଇ ପ୍ରମାଣ ପାଇଲା ଆୟକର ବିଭାଗ

ନନ୍ଦିଘୋଷ ବ୍ୟୁରୋ : ୨୪ ଘଣ୍ଟାର ରେଡ ପରେ ମିଳିଲା ସାଂଘାତିକ ପ୍ରମାଣ । ପ୍ରାଥମିକ ଭାବେ ପାଖପାଖି ୫୦ କୋଟି ଟଙ୍କାର ଟିକସ ଫାଙ୍କିବା ନେଇ ପ୍ରମାଣ ପାଇଲା ଆୟକର ବିଭାଗ । ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସି ବାର ଏବଂ ସ୍କାଏ ଲାଉଞ୍ଜ ବାର୍ଷିକ ୨୫ କୋଟି କାରବାର କରୁଥିବା ବେଳେ ୮୦ ପ୍ରତିଶତ ଟିକସ ଫାଙ୍କିବା ନେଇ ତଥ୍ଯ ପ୍ରମାଣପାଇଛି ଆୟକର ବିଭାଗ  । ସେହିଭଳି ମହୀଶୂର ଏକ୍ସପ୍ରେସ ଓ ତନ୍ଦୁରୱାଲା ମଧ୍ଯ ବିପୁଳ ପରିମାଣର ଟିକସ ଠକେଇ କରିଥିବା ଆୟକର ବିଭାଗ ପ୍ରମାଣ ପାଇଛି । ପେଟପୂଜା ଆପ୍ ଜରିଆରେ ଏହି ରେଷ୍ଟୁରାଣ୍ଟ ଗୁଡିକ ଠକେଇ କରିବା ନେଇ ପ୍ରାଥମିକ ପ୍ରମାଣ ସହ ଆୟକର ବିଭାଗର ୧୫ଟି ଟିମ୍ କଟକ,  ଭୁବନେଶ୍ବର,  ପୁରୀର ୬ଟି ସ୍ଥାନରେ ଚଢାଉ କରିଥିଲା  । ୨୪ ଘଣ୍ଟା ଧରି ଖୋଳତାଡ଼ କରିବା ପରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କ୍ୟାସ ବୁକ୍ , ବ୍ୟାଙ୍କ ସମ୍ବନ୍ଧିତ କାଗଜପତ୍ର ଆଦି ଜବତ କରିଛି ଚଢାଉକାରୀ ଦଳ । ମହୀଶୂର ଏକ୍ସପ୍ରେସ ମାଲିକ ଅଭୟ କୁମାର ନାୟକ ଓ  ଏମ୍ବାସି ବାର ଏବଂ ରେଣ୍ଟୁରାଣ୍ଟ , ସ୍କାଏ ଲାଉଞ୍ଜ ମାଲିକଙ୍କୁ ଜେରା ପରେ ଆୟକର ବିଭାଗ ଅଫିସରେ ହଜାର ପାଇଁ ନୋଟିସ କରାଯାଇଛି ।

ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା ; ଚରମ୍ପା ଗୁଣ୍ଠୁଣିଆ ବଜାରରେ ଘଟିଛି ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଗୁଣ୍ଠୁଣିଆ  ବଜାରରେ ଘଟିଛି ହତ୍ୟାକାଣ୍ଡ।  କୁମାର ସ୍ୱାମୀ ଗତକାଲି ରାତିରେ ଘରେ ପରିବାର ସହ କ୍ରିକେଟ ମ୍ୟାଚ ଦେଖି ସାରି ବିଜୟ ଉତ୍ସବ ମନାଉଥିବା ବେଳେ ରାତି ପ୍ରାୟ ସାଢେ ଏଗାରଟାରେ ଏକ ଫୋନ ଆସିଥିଲା। ଏନେଇ କୁମାର ଘରୁ ବାହାରି ଯାଇଥିଲେ। ପରେ ଗୁଣ୍ଠୁଣିଆ ବଜାରରେ ପୂର୍ବ ରୁ ପ୍ରସ୍ତୁତ ଥିବା ଚାରି ଜଣ ଅସାମାଜିକ ଯୁବକ ଆସି କୁମାର ସ୍ୱାମୀଙ୍କୁ ଧକ୍କା ମାରି କାଳୀ ମନ୍ଦିର ନିକଟକୁ ନେଇ ଛୁରା ମାଡ଼ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  କୁମାର ସ୍ୱାମୀଙ୍କ ପେଟ, ଛାତି ଜଙ୍ଘ ସହ ଅନେକ ସ୍ଥାନକୁ ସଙ୍ଘ ବଦ୍ଧ ହୋଇ ଛୁରା ମାଡ଼ କରାଯାଇଥିବା ଦେଖିବାକୁ ମିଳିଛି। କୁମାର ମୁର୍ମୁଷ ହୋଇ ତଳେ ପଡି ଯିବାରୁ ଆକ୍ରମଣକାରି ମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଗୁରୁତର କୁମାରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନ ଭିନ ଆରମ୍ଭ କରିଛି। ଅନ୍ୟପଟେ ଆକ୍ରମଣକାରୀ ମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ସହ ସେମାନେ ଜେଲ କାଟିଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚରମ୍ପା ଓ ଏହାର ଆଖପାଖ ଅଂଚଳରେ ବଢିଚାଲିଥିବା ଡ୍ରଗ୍ସ କାରବାରକୁ ହତ୍ୟାର ମୁଖ୍ୟ କାରଣ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କ୍ୟାମେରାମ୍ୟାନଙ୍କୁ ହାଣି ହତ୍ୟା ; ବାହାଘର ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧ ଜିଲ୍ଲା ସଦର ଥାନା କାସଲପୁର ଗାଁରେ କ୍ୟାମେରାମ୍ୟାନଙ୍କୁ ହାଣି ହତ୍ୟା। ବାହାଘର ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଛି।  ଭୁଜାଲି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାହାଘର ରେ ଭିଡିଓ ସୁଟିଂ ପାଇଁ ଆସିଥିବା କ୍ୟାମେରା ମ୍ୟାନକୁ ଆକ୍ରମଣ ହୋଇଛି ! ଦୁଇ ଯୁବକ ହେଲେ ବାସୁଦେବ ଝଙ୍କାର ଓ  ଶାନ୍ତନୁ ଝଙ୍କାର। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ  ବୌଦ୍ଧ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।