ନନ୍ଦିଘୋଷ ବ୍ୟୁରୋ : ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାରୁ ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ ଅପରପକ୍ଷ । ୧୫ ଦିନ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଲିବ ତିଳ ତର୍ପଣ। ବିଶ୍ୱାସ ରହିଛି ଏହି ସମୟରେ ସମସ୍ତ ପିତୃପୁରୁଷ ମାନେ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ଏଣୁ ଶ୍ରଦ୍ଧାର ସହ ଏହି ସମୟରେ ରୀତିନୀତି ଅନୁସାରେ ଶ୍ରାଦ୍ଧ କରି ବଂଶଧର ମାନେ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦି କରିଥାନ୍ତି । ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ପିତୃପକ୍ଷ। ତେବେ ଏହି ଅପରପକ୍ଷ ବା ପିତୃ ପକ୍ଷ ସମୟରେ ଅନେକ ନିୟମ ନିଷ୍ଠା ରହିଛି। ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ ରହିଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ । ସେହିପରି ତିଳ ତର୍ପଣ ,ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାର ବିଧି ମଧ୍ୟ ରହିଛି।
କୋରାପୁଟ ଜିଲ୍ଲା ନିମାଲଗାଡ଼ାରେ ଫୁଟୁଛି ଡାଲିଆ ଫୁଲ ଆନ୍ଧ୍ରପ୍ରଦେଶରେ ହେଉଛି ବିକ୍ରି
ନନ୍ଦିଘୋଷ ବ୍ୟୁରୋ :ସବୁଜ ବନାନୀ । ଆଉ ତାହାରି ଭିତରେ ଦୋଳି ଖେଳୁଛି ଲାଲ ଟହଟହ ଡାଲିଆ ଫୁଲ । ଯିଏ ଦେଖୁଛି ଘଡ଼ିଏ ଅଟକି ଯାଉଛି । ଏ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ନିମାଲଗାଡ଼ା ଗାଁର ଦୃଶ୍ୟ । ଯେଉଁ ଜମିରେ ଦିନେ ପନିପରିବା ଚାଷ ହେଉଥିଲା । ସେହି ଜମି ପାଲଟିଛି ଫୁଲର ବଗିଚା । ନିମାଲଗାଡା ଗାଁର ଚାଷୀ ମାନେ କରୁଛନ୍ତି ଡାଲିଆ ଫୁଲ ଚାଷ।…
ଚାଷୀ ବହୁ ପରିଶ୍ରମ କରି ଫୁଲ ଚାଷ କରୁଛନ୍ତି । ହେଲେ ନିମାଲଗାଡାରେ ଫୁଲର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ନାହିଁ । ଫଳରେ ଫୁଲକୁ ଆନ୍ଧ୍ର ପଠାଯାଉଛି । ଏହି ଅଞ୍ଚଳରେ ବଜାର ବ୍ୟବସ୍ଥା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ଫୁଲ ଚାଷୀଙ୍କ ପାଇଁ କେବେ ବଜାର ବ୍ୟବସ୍ଥା କରାଯାଉଛି ? ଚାଷୀ କେବେ ସୁରୁଖୁରରେ ଫୁଲ ବିକ୍ରି ଲାଭବାନ ହେଉଛନ୍ତି ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।..
ଚାଷୀ ଫୁଲ ଚାଷ କରି ଆୟ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।
ଶରତର ଆଗମନରେ ମନମୋହୁଛି କାଶତଣ୍ଡୀ
ନନ୍ଦିଘୋଷ ବ୍ୟୁରୋ :କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ । ସରୋବରେ ଫୁଟିଅଛି କୁମୁଦ କମଳ । ଧରାକୁ ଛୁଇଁଛି ପାର୍ବଣ । ସଜେଇ ହୋଇଛି ପ୍ରକୃତି ରାଣୀ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ସତେ ଯେମିତି ମାଆଙ୍କ ସ୍ବାଗତ ପାଇଁ ବାହୁ ମେଲାଇ ବସିଛି କାଶତଣ୍ଡୀ ଫୁଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ରାସ୍ତାକଡ଼, ନଦୀପଠା, ଧାନ କ୍ଷେତ ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡୀର ସମ୍ଭାର । କଅଁଳିଆ ପବନରେ ଦୋଳି ଖେଳି ଖେଳି ବାଟୋଇଙ୍କୁ ଆନମନା କରୁଛି ଧୋବ ଫରଫର କାଶତଣ୍ଡୀ । ସତେ ଯେମିତି ଶସ୍ଯ ଶ୍ଯାମଳା ଧରଣୀରେ ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ । ଯାହାକୁ ଦେଖି କବି ଲିଖନୀରୁ ଝରିପଡୁଛି ଅନେକ କବିତା ।…
ଓଡ଼ିଆ ପରମ୍ପରା ଓ ସାହିତ୍ୟରେ କାଶତଣ୍ଡୀର ରହିଛି ସ୍ୱତନ୍ତ୍ର ସ୍ଥାନ । କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେ ଯେମିତି ଆନମନା ହୋଇଛି ପ୍ରକୃତିରାଣୀ । ଧରଣୀ କୋଳରେ ବେଶ ଶୋଭା ପାଉଛି ଧବଳରାଣୀ କାଶତଣ୍ଡୀ ।…
ଶୋଭା ପାଉଛି ଧବଳରାଣୀ କାଶତଣ୍ଡୀ ।…
ବଦଳିଲା ସରକାର… ଅଟକିଗଲା ଅର୍କକ୍ଷେତ୍ର କୋଣାର୍କର ବିକାଶ
ନନ୍ଦିଘୋଷ ବ୍ୟୁରୋ :ବଦଳିଲା ସରକାର । ଅଟକିଗଲା ଅର୍କକ୍ଷେତ୍ର କୋଣାର୍କର ବିକାଶ । ୪୭ଟି ମେଗା ପ୍ରକଳ୍ପରୁ ୧୭ ବନ୍ଦ । ଫାଇଲ ତଳେ ୩୦ ପ୍ରକଳ୍ପ । ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।… କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ ପୂର୍ବ ସରକାର । ୨୦୨୨ ସେପ୍ଟେମ୍ବରରେ ୧୭୨ କୋଟି ଟଙ୍କାର କାମ ଆରମ୍ଭ ହୋଇଥିଲା । ହେଲେ ୨୦୨୪ରେ ସରକାର ବଦଳିବା ପରେ କାମ ସବୁ ବନ୍ଦ ହୋଇଯାଇଛି । କେବଳ ପାଦଚଲା ରାସ୍ତା, ଓଭରବ୍ରିଜ ପାଇଁ ୭ କୋଟି ୫୦ ଲକ୍ଷ ଦେଇ ଖାଲ ଖୋଳା ହୋଇଛି । ହସ୍ତଶିଳ୍ପ ବ୍ୟବସାୟୀଙ୍କ ପାଇଁ ୬୦ କୋଟିର ଭେଣ୍ଡିଙ୍ଗ ଜୋନ ବୋର୍ଡରେ ସୀମିତ ରହିଛି । …
ଚାଲି ଲେନ ବିଶିଷ୍ଟ ରିଙ୍ଗ ରୋଡ଼ ଜମି ଅଧିଗ୍ରହଣ ପାଇଁ ଏବକାର ସରକାର ଟଙ୍କାଟିଏ କ୍ଷତିପୂରଣ ଦେଲେନି । ଲୋକେ ରାସ୍ତାରୋକ କରୁଛନ୍ତି, ହେଲେ ଶୁଣୁନାହାଁନ୍ତି ସରକାର । କୋଣାର୍କ NACର ୪୭ଟି ମେଗା ପ୍ରକଳ୍ପରୁ ୧୭ଟି ଅଧାରୁ ଅଟକିଛି । ସ୍ଵାୟତ୍ତ ଶାସନ ଦିବସରେ ଅନ୍ୟ NACକୁ ସରକାର କୋଟିକୋଟି ଟଙ୍କା ହେଲେ । ହେଲେ କୋଣାର୍କକୁ କିଛି ଦେଲେନି । ପୂର୍ବ ସରକାରର ପ୍ରକଳ୍ପ ବୋଲି ରାଜନୀତି କରୁଛନ୍ତି କି ସରକାର ? ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।…
କେବେ ସରକାରଙ୍କ ନିଦ ଭାଙ୍ଗୁଛି ? କେବେ ଅଟକିଥିବା ପ୍ରକଳ୍ପ ଦିଗ ପାଉଛି ? ତାହା ଉପରେ ରହିଛି ସମସ୍ତଙ୍କ ନଜର
ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର, ପୂର୍ଣ୍ଣ ଅନୁଦାନ ଦାବିରେ ଶିକ୍ଷକଙ୍କ ପଦଯାତ୍ରା
ନନ୍ଦିଘୋଷ ବ୍ୟୁରୋ : ଶ୍ରୀକ୍ଷେତ୍ରରୁ ଶିକ୍ଷକଙ୍କ ରଣ ହୁଙ୍କାର । ତୀବ୍ର ଆନ୍ଦୋଳନରେ ବାହାରି ଆଜି ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ପଦଯାତ୍ରା । ଏଥର ଲଘୁଚାପ ଓ ବର୍ଷା କୁ ଖାତିର କରି ନାହାନ୍ତି ଶିକ୍ଷକ ଓ ଅଧ୍ୟାପକ ସଂଘ । ପୁରୀରୁ ବାହାରି ଥିବା ଏହି ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ର ପଦଯାତ୍ରା ଭୁବନେଶର ପହଞ୍ଚି ସିଧା ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଓ କରିବେ । ପୁର୍ଣ୍ଣ ଅନୁଦାନ ଦାବିରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଏହି ଦାବିରେ ପଦଯାତ୍ରା କରି ସରକାର ଙ୍କୁ ଅଭିନବ ପ୍ରତିବାଦ କରିଛି । ସଂଘର ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ନେତୃତ୍ୱରେ ବାହାରିଥିବା ଏହି ପଦଯାତ୍ରା ରେ ପ୍ରାୟ 5ହଜାର ରୁ ଉର୍ଦ୍ଧ ଶିକ୍ଷକ ,ଅଧ୍ୟାପକ ଓ କର୍ମଚାରୀ ସାମିଲ ହୋଇଛନ୍ତି । ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଓ ସହ ମୁଖ୍ୟମନ୍ତ୍ରୀ ଙ୍କୁ ଦେବ ଦାବିପତ୍ର । ତେବେ ଦାବି ହାସଲ ନ ହେବା ଯାଏ ଆନ୍ଦୋଳନ କୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଂଘ ।
ଏମ୍ଏମ୍ଡିଆର୍ ବିଲ୍ ବିରୋଧରେ ରାୟଗଡ଼ାରେ ବିଜେଡିର ବିଶାଳ ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ାରେ ଜିଲ୍ଲା ବିଜେଡି ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା। ଏମ୍ଏମ୍ଡିଆର୍ ବିଲ୍ ବିରୋଧରେ ଗର୍ଜିଲା ବିଜେଡି। ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜ୍ୟସ୍ତରୀୟ ନେତା ପ୍ରଦୀପ ମାଝୀ, ପ୍ରୀତିରଞ୍ଜନ ଘଡ଼େଇ ଏବଂ ଭୃଗୁ ବକ୍ସିପାତ୍ର, ଚିନ୍ମୟ ମହାପାତ୍ର, ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ରାୟଗଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ୩,୦୦୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇ ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ବିରାଟ ପଦଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବ୍ରେଥ ଟେଷ୍ଟରେ ବିଫଳ, ଏୟାର ଇଣ୍ଡିଆ ପାଇଲଟ ସସପେଣ୍ଡ
ନନ୍ଦିଘୋଷ ବ୍ୟୁରୋ : ଦୂର ହେଉନି ଏୟାର ଇଣ୍ଡିଆ ପାଇଲଟଙ୍କ ମନମାନି। ମଦ ପିଇବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ପାଇଲଟ। ଜୁରିଚ ଏୟାରପୋର୍ଟରେ ବ୍ରେଥ ଆନାଲାଇଜର ଟେଷ୍ଟରେ ବିଫଳ ହେବା ପରେ ଜଣେ ପାଇଲଟଙ୍କୁ ସସପେଣ୍ଡ କରାଯାଇଛି। ଦିଲ୍ଲୀକୁ ଆସିବାକୁ ଥିବା ବିମାନରେ ଚଢିବା ପୂର୍ବରୁ ସେ ଟେଷ୍ଟରେ ବିଫଳ ହୋଇଥିଲେ। ପରେ ତାଙ୍କୁ ସାଧାରଣ ଯାତ୍ରୀ ଭାବେ ଭାରତକୁ ବିମାନରେ ପଠାଇ ଦିଆଯାଇଛି। ତାଙ୍କର ଚୂଡ଼ାନ୍ତ ମେଡିକାଲ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୬ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପାଇଲଟଜଣକ ଇଣ୍ଡିଆର ଏଆଇ-୧୫୧ କୁ ଜୁରିଚରୁ ନୂଆଦିଲ୍ଲୀ ଆଣିବାର ଥିଲା। ଏସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ପୂର୍ବରୁ ଫୁକେଟ-ଦିଲ୍ଲୀ ବିମାନରେ ଜଣେ ପାଇଲଟ ନିଶାଗ୍ରସ୍ତ ଥିବା ଘଟଣା ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଥିଲା। ଗତ ଅଗଷ୍ଟ ୪ରେ ବିମାନଟି ଅକସ୍ମାତ ତଳକୁ ଖସିବା ଯୋଗୁ ୨୪ ଯାତ୍ରୀ ଆହତ ହୋଇଥିଲେ ।
ସେଲ୍ଫି ନେବାବେଳେ ଇନ୍ଦ୍ରାବତୀ ନଦୀରେ ଖସି ମହିଳା ନିଖୋଜ
ନନ୍ଦିଘୋଷ ବ୍ୟୁରୋ : ସେଲ୍ଫି ସାଜିଲା କାଳ। ବନ୍ୟା ପାଣି ଦେଖିବାକୁ ପରିବାର ସହ ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିବା ବେଳେ ଘଟିଛି ଅଘଟଣ। ନଦୀର ପୋଲ ଉପରୁ ସେଲ୍ଫି ନେବା ସମୟରେ ଭରା ନଦୀକୁ ଖସିପଡ଼ି ଜଣେ ମହିଳା ନିଖୋଜ ହୋଇଛନ୍ତି। ନିଖୋଜ ମହିଳା ଜଣକ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଇନ୍ଦ୍ରାବତୀ ନଦୀରେ ଅକାତକାତ ପାଣି ପ୍ରବାହିତ ହେଉଥିବା ସହ ଅନ୍ଧାର ହୋଇଯାଇଥିବାରୁ ତୁରନ୍ତ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ କରିବା ସମ୍ଭବ ହୋଇନଥିବା ସୂଚନା ମିଳିଛି। ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ହୀରାକୁଦରେ ବଢ଼ିଲା ବନ୍ୟାଜଳ
ନନ୍ଦିଘୋଷ ବ୍ୟୁରୋ : ପୁଣି ବଢିଲା ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ମାତ୍ରା। ପୁଣି ୩ ଟି ଗେଟ୍ ଖୋଲା ଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ। ପୂର୍ବରୁ ୧୩ ଟି ଗେଟ୍ ଖୋଲା ଯାଇ ପାଣି ନିଷ୍କାସନ ହେଉଥିଲା। ଏବେ ମୋଟ ୧୬ ଟି ଗେଟ ଦେଇ ବନ୍ୟାପାଣି ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ୬୨୯.୫୬ ଫୁଟକୁ ପହଞ୍ଚିଛି ଜଳସ୍ତର । ତେଣୁ ବର୍ତ୍ତମାନ ଯେତିକି ବନ୍ୟାଜଳ ପ୍ରବେଶ କରିବ ସମାନ ପରିମାଣର ବନ୍ୟାଜଳକୁ ନିଷ୍କାସନ କରିବାକୁ ବାଧ୍ୟ ହେବେ ଜଳ ଭଣ୍ଡାର କତୃପକ୍ଷ। ସକାଳ ୭ଟା ସୁଦ୍ଧା ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ୪୩୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୧୬ ଟି ଗେଟ୍ ଦେଇ ସମାନ ପରିମାଣର ବନ୍ୟାଜଳ ନିଷ୍କାସନ କରାଯାଉଛି ।
ଯାତ୍ରା ମଞ୍ଚରେ ଚୌକି-ବୋତଲ ଫିଙ୍ଗିଲେ ଦର୍ଶକ, ‘ଲଭ୍ ଜିହାଦ୍’ ନାଟକକୁ ନେଇ ଉତ୍ତେଜନା
ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ମଞ୍ଚ ଉପରକୁ ଚୌକି ଓ ବୋତଲ ଫିଙ୍ଗିଲେ ଦର୍ଶକ। ‘ଲଭ୍ ଜିହାଦ୍’ ନାଟକ ପରିବେଷଣ ସମୟରେ ସୃଷ୍ଟି ହେଲା ଉତ୍ତେଜନା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଏସ୍. ରାମପୁରଠାରେ ଚାଲିଥିବା ଧଉଳି ଅପେରାରେ ଏହି ଘଟଣା ଘଟିଛି। ନାଟକ ଚାଲିଥିବା ସମୟରେ କୌଣସି କାରଣରୁ କିଛି ଦର୍ଶକ ଉତ୍ତେଜିତ ହୋଇ ମଞ୍ଚ ଉପରେ ଉପସ୍ଥିତ କଳାକାରଙ୍କ ଆଡ଼କୁ ଚୌକି ଓ ବୋତଲ ଫିଙ୍ଗିଥିଲେ। ଏପରିକି କିଛି ଦର୍ଶକ ମଞ୍ଚ ଉପରକୁ ଚଢ଼ିଯାଇଥିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଖବର ପାଇ ଅପେରା କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। କମିଟି ସଦସ୍ୟଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡ଼ିଛି।

