spot_img

Latest Posts

ଆଜି ଭାରତ-ଜିମ୍ବାୱେ ଲଢେଇ, ଆଗୁଆ ଦିନିକିଆ ଜିତିବା ଲକ୍ଷ୍ୟରେ ଭାରତୀୟ ମହିଳା ଦଳ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ଜିମ୍ବାୱେ ମୁକାବିଲା । ଭାରତ- ଜିମ୍ବାୱେ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ରବିବାର ଖେଳାଯିବ । ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ଜିମ୍ବାୱେ ବିପକ୍ଷରେ ଖେଳି ସିରିଜ୍ ଜିତିବା ନେଇ ଲକ୍ଷ୍ୟ ରହିଛି।

ସୂଚନା ଅନୁଯାୟୀ, ପ୍ରଥମ ଦିନିକିଆରେ ଆରାମଦାୟକ ବିଜୟ ହାସଲ କରିଥିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ଜିମ୍ବାୱେକୁ ୯ ୱିକେଟ୍ ରେ ହରାଇ ଶୃଙ୍ଖଳାରେ ଆଗୁଆ ରହିଛି ଭାରତ । ପ୍ରଥମ ମ୍ୟାଚ୍ ରେ ପ୍ରତୀକା ରାୱଲଙ୍କ ଅପରାଜିତ ଶତକ ଓ ଶ୍ରୀ ଚରଣୀଙ୍କ ଚତ୍ମକାର ବୋଲିଂ ଯୋଗୁଁ ଭାରତ ସଜହ ବିଜୟ ହାସଲ କରିଥିଲା । ପ୍ରତୀକା ୯୬ ବଲରୁ ଅପରାଜିତ ୧୦୦ ରନ୍ କରିଥିବା ବେଳେ ଚରଣୀ ୨୩ ରନରେ ୪ ୱିକେଟ୍ ନେଇଥିଲେ । ତେବେ ଏହି ମ୍ୟାଚ୍ ରେ ବିଜୟ ଭାରତର ଆତ୍ମବିଶ୍ବାସକୁ ବଢାଇଛି । ଦ୍ବିତୀୟ ଦିନିଆରେ କବଜା କରି ଭାରତ ଶୃଙ୍ଖଳାକୁ ମୂଳପୋଛ କରିବା ନେଇ ଲକ୍ଷ୍ୟ ରଖିଛି । ଯଦି ଭାରତ ସିରିଜ୍ ଜିତିଯାଏ, ତେବେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରେ ଏହା ମନ୍ଧାନାଙ୍କର ପ୍ରଥମ ବିଜୟ ହେବ। ସେପଟେ ପ୍ରଥମ ମ୍ୟାଚ୍ ରେ କରିଥିବା ଭୁଲ୍ ସୁଧାରି ଭାରତକୁ ଟକ୍କର ଦେବା ନେଇ ପ୍ରୟାସ କରିବ ଜିମ୍ବାୱେ ।

ଭାରତ (ସମ୍ଭାବ୍ୟ ୧୧)- ସ୍ମୃତି ମନ୍ଧାନା (ଅଧିନାୟକ), ଶେଫାଳି ବର୍ମା, ପ୍ରତୀକା ରାୱଲ, ହରମନପ୍ରୀତ କୌର, ହଲିନ୍ ଦେଓଲ, ତେଜଲ ହସନବିସ୍, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର), ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼, ଜିନ୍ତିମଣି କାଲିତା ।

ଜିମ୍ବାୱେ (ସମ୍ଭାବ୍ୟ ୧୧)- ମୋଡେଷ୍ଟର ମୁପାଚିକୱା (ୱିକେଟକିପର),କେଲିସ୍ ଧଲୋଭୁ, ଚିପୋ ମୁଗେରି- ତିରିପାନୋ, ବିଲଭଡ଼ ବିଜା, ଯୋସେଫିନେ ଏନକୋମୋ, ଶାର୍ନେ ମେୟର୍ସ, ନ୍ୟାଶା ଗ୍ବାଞ୍ଜୁରା, ମିଚେଲ ମାଭୁଙ୍ଗା, ନମଭେଲୋ ଶିବାନ୍ଦା, ଫ୍ରାନସିସ୍କା ଚିପାରେ, ଓଲିନ୍ଦର ଚାରେ ।

Latest Posts

Don't Miss