spot_img
Home Blog Page 893

ଦୁର୍ଘଟଣାଗ୍ରସ୍ତ ପ୍ଲେନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ନନ୍ଦିଘୋଷ ବ୍ୟୁରୋ :  ଆଜି ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଅହମ୍ମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ। ବିଜୟ ରୂପାନୀ ସିଟ୍ ନମ୍ୱର 2-D ରେ ବସିଥିଲେ। ତାଙ୍କ ଟିକେଟ୍ ନିଶ୍ଚିତ ମଧ୍ୟ ହୋଇଥିଲା ।

ଏହି ବିମାନ ଦୁର୍ଘଟଣାରେ ବିଜୟ ରୂପାନୀ ବଞ୍ଚିଛନ୍ତି କି ନାହିଁ ସେ ବିଷୟରେ କୌଣସି ସରକାରୀ ବିବୃତ୍ତି ଏଯାଏଁ ଆସିନାହିଁ। ସୂତ୍ର ଅନୁସାରେ ବିଜୟ ରୂପାନୀଙ୍କ ପତ୍ନୀ ୬ ମାସ ଧରି ବ୍ରିଟେନରେ ଅଛନ୍ତି। ବିଜୟ ରୂପାନୀ ତାଙ୍କୁ ଆଣିବା ପାଇଁ ଲଣ୍ଡନ ଯାଉଥିଲେ। ହେଲେ ଅହମ୍ମଦାବାଦରେ ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏପର୍ଯ୍ୟନ୍ତ ତାଙ୍କ ବିଷୟରେ ଆଉ କୌଣସି ସୂଚନା ମିଳିନାହିଁ।

୨୪୨ ଜଣ ଯାତ୍ରୀଙ୍କୁ ନେଇ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନଟି ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଟି ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳ ନିକଟରେ ଘଟିଥିଲ। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ଘଟଣାସ୍ଥଳରୁ ଆକାଶରେ କଳା ଧୂଆଁ ଉଠିବା ଦେଖାଯାଇଥିଲା। ଏହି କାରଣରୁ ବିମାନ ଦୁର୍ଘଟଣାରେ ଭାରୀ କ୍ଷତି ହେବାର ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା : ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ MAYDAY କଲ୍

ନନ୍ଦିଘୋଷ ବ୍ୟୁରୋ : ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ବିମାନରେ ୨୪୨ଜଣ ଯାତ୍ରୀଥିବା କୁହାଯାଉଛି । ଏହି ବିମାନ ଦୁର୍ଘଟଣା ସମ୍ପର୍କରେ ଅନେକ ପ୍ରକାର ସୂଚନା ସାମ୍ନାକୁ ଆସିଛି, ଯାହା ମଧ୍ୟରୁ ସବୁଠାର ଗୁରୁତ୍ୱପୂର୍ଣ୍ଣ ହେଉଛି ଦୁର୍ଘଟଣା ପୂର୍ବରୁ ପାଇଲଟ୍ ନିକଟସ୍ଥ ATC କୁ ଏକ ସଙ୍କେତ ପଠାଇଥିଲେ , ଯାହା ବିପଦ ସଙ୍କେତ ବୋଲି ସୂଚାଉଥିଲା , ହେଲେ ଏହାର କିଛି ମୁହୂର୍ତ୍ତ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବିମାନ ଦୁର୍ଘଟଣା ପରେ ଡିଜିସିଏ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି  । ତାଙ୍କ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର B787 ବିମାନ ଅହମ୍ମଦାବାଦରୁ  ଉଡାଣ ଆରମ୍ଭ କରିବାର ତୁରନ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଏହି ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ୨ ପାଇଲଟ୍ ଏବଂ ୧୦ଜଣେ କ୍ୟାବିନ କ୍ରୁ ଥିଲେ । ଏହି ବିମାନକୁ କ୍ୟାପଟେନ୍ ସୁମିତ ସବରଓ୍ୱାଲ ଉଡାଉ ଥିଲେ ଏବଂ ତାଙ୍କ ସହିତ ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର ଥିଲେ । ସୁମିତ ସବରଓ୍ୱାଲଙ୍କର ୮୨୦୦ ଘଣ୍ଟା ଉଡାଣ ଅଭିଜ୍ଞତା ଥିବା ବେଳେ କ୍ଲାଇଭଙ୍କର ୧୧୦୦ ଘଣ୍ଟାର ଉଡାଣ ଅଭିଜ୍ଞତା ଥିଲା ।

ସୂଚନା ଅନୁଯାୟୀ ବିମାନଟି ଦିନ ୧ଟା ୩୯ରେ ଅହମ୍ମଦାବାଦ ବିମାନବନ୍ଦରର ରନଓ୍ୱେ ୨୩ରୁ ଉଡାଣ ଆରମ୍ଭ କରିଥିଲା  । ହେଲେ ଉଡାଣ ଭରିବା ମାତ୍ରେ ଏହା ନିକଟତମ ATCକୁ MAYDAY କଲ୍ ପଠାଇଥିଲେ, କିନ୍ତୁ ATC ପକ୍ଷରୁ କୌଣସି ସଙ୍କେତ ଦିଆଯାଇ ନଥିଲା  । ଉଡାଣର କିଛି ସେକେଣ୍ଡ ପରେ ବିମାନଟି ବିମାନବନ୍ଦର ପରିସର ବାହାରେ କ୍ରାସ ହୋଇଥିଲା ।

ମେଡେ କଲ୍ କ’ଣ ?
ମେଡେ କଲ୍ ହେଇଛି ଏକ ଜରୁରୀକାଳୀନ ବାର୍ତ୍ତା ଯାହା ଯେକୌଣସି ଉଡାଣ ସମୟରେ ବିମାନରେ ଗୁରୁତର ସମସ୍ୟାଥିଲେ ଏବଂ ଯାତ୍ରୀ ବା କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଥିଲେ ପାଇଲଟ୍ ଏହି ସୂଚନା ପଠାଇଥାନ୍ତି ।  ଯେପରିକି ବିମାନର ଇଞ୍ଜିନ୍ ଖରାପ ହେବା, ବିମାନରେ ନିଆଁ ଲାଗିବା, ମଝି ଆକାଶରେ ଧକ୍କା ହେବାର ବିପଦ କିମ୍ୱା ଅପହରଣ ଭଳି ପରିସ୍ଥିତିରେ ଏହି କଲ୍ ମାଧ୍ୟମରେ ଯେକୌଣସି ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ATC  ଏବଂ ନିକଟବର୍ତ୍ତୀ ବିମାନବନ୍ଦରକୁ ତୁରନ୍ତ ବିମାନର ଆବଶ୍ୟକତା ଅଛି ନେଇ ସତର୍କ କରାଇ ଦିଅନ୍ତି ଏବଂ ସାହାଯ୍ୟ ମାଗିଥାନ୍ତି । ନିୟମ ଅନୁଯାୟୀ, ବିମାନର ରେଡିଓରେ ଏହା ତିନିଥର ‘ମେଡେ, ମେଡେ, ମେଡେ’  ବୋଲି କୁହାଯାଏ, ଯାହା ଦ୍ୱାରା ଏହା ସ୍ପଷ୍ଟ ହେବ ଯେ ଏହା କୌଣସି ମଜା ନୁହେଁ, ଏହା ଏକ ଜରୁରୀ ସଙ୍କେତ  ।

ସୂଚନା ଅନୁଯାୟୀ, ମେଡେ କଲ୍ ଦେବା ମାତ୍ରେ, ନିୟନ୍ତ୍ରଣ କକ୍ଷ ସେହି ବିମାନକୁ ପ୍ରାଥମିକତା ଦିଏ ଏବଂ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ତଥା ରନଓ୍ୱେ ସଫା କରିବା, ଆମ୍ୱୁଲାନ୍ସ ଏବଂ ଅଗ୍ନିଶମବାହିନୀକୁ ପ୍ରସ୍ତୁତ ରଖିବା ଭଳି ସୂଚନା ଦେଇଥାଏ । କୁହାଯାଏ କି ମେଡେ ଶବ୍ଦଟି ଫରାସୀ ଶବ୍ଦ ମାଇଡରରୁ ଆସିଛି , ଯାହାର ଅର୍ଥ ମୋତେ ସାହାଯ୍ୟ କର । ତେଣୁ ଗମ୍ଭୀର ସମସ୍ୟା ଥିଲେ ପାଇଲଟ୍ ରେଡିଓରେ ମେଡେ କଲ୍ ଦେଇଥାନ୍ତି ।

ଅହମ୍ମଦାବାଦ ବଡ଼ ଧରଣର ବିମାନ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା । ମେଘାନୀ ନଗର ନିକଟରେ ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଛି । ବିମାନ ଦୁର୍ଘଟଣା ପରେ ଆକାଶରେ ଘୋଟିଗଲା କଳାଧୂଆଁ । ଘଟଣାସ୍ଥଳରେ ପହଞ୍ଚିଲା ୩ଟି ଅଗ୍ନିଶମ ବାହିନୀ ଗାଡ଼ି । ବିମାନରେ ଥିଲେ ୨୪୨ ଜଣ ଯାତ୍ରୀଥିବା ସୂଚନା ମିଳିଛି । ମେଘାନୀ ନଗରର ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣା । ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍ କରାଯାଇଛି ।  ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏହି ବିମାନ । ତେବେ ଏହି ବିମାନରେ ୩୦୦ରୁ ଅଧିକ ଯାତ୍ରୀ ବସିବାର କ୍ଷମତା ରହିଛି ।

ମୁଖା ପିନ୍ଧି ଆସିଲେ, ବ୍ୟାଙ୍କରୁ ଲୁଟିନେଲେ..

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ଯୋଡ଼ା ଥାନା ଯୋଡା ବୈତରଣୀ ଗ୍ରାମ୍ୟବ୍ୟାଙ୍କରୁ ଡକାୟତି । ବାଇକରେ ଆସି ଡକାୟତି କରିଛନ୍ତି ୫ ମୁଖାପିନ୍ଧା ଦୁର୍ବୃତ୍ତ। ବ୍ୟାଙ୍କ ଖୋଲୁ ଥିବାବେଳେ ବାଇକରେ ପାଞ୍ଚ ଜଣ ଡକାୟତ  ମୁହଁରେ କଳା କପଡା ବାନ୍ଧି ଲୁଟ କରିଥିବା ସୂଚନା । ବନ୍ଧୁକ ଦେଖାଇ ବ୍ୟାଙ୍କ ରୁ ଆନୁମାନିକ ୧୧ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଲୁଟିନେଇ ଫେରାର ହେଇ ଯାଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଯୋଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜନଗହଳିପୂର୍ଣ ଅଞ୍ଚଳରୁ ଦିନ ଦିପହରେ ଡକାୟତି କରି ପୁଲିସକୁ ଖେlଲା ଚ୍ୟାଲେଞ୍ଚ ଦେଇଛନ୍ତି ଡକାୟତ।

ବୁମରାଙ୍କ ଗୁମର ଖୋଲିଲେ ସ୍ତ୍ରୀ, କହିଲେ ପୁଅ ହେବା ପରେ..

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଷ୍ଟାର ବୋଲର ହେଉଛନ୍ତି ଜଶପ୍ରିତ୍ ବୁମରା । ଇଂଲଣ୍ଡ ଗସ୍ତରେ ବୁମରାଙ୍କ ଉପରେ ଅନେକ ଭରସା ରଖିଛନ୍ତି ଭାରତୀୟ ପ୍ରଂଶସକ । ତେବେ ଏହାରି ଭିତରେ ବୁମରାଙ୍କ ଏକ ଗୁମର ଖୋଲିଛନ୍ତି ସ୍ତ୍ରୀ ସଞ୍ଜନା ଗଣେଷନ । ମୋମେଣ୍ଟ ଅଫ୍ ପୋଡକାଷ୍ଟରେ ବସି ସ୍ବାମୀଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି ସଞ୍ଜନା । ସେ କହିଛନ୍ତି ବୁମରା ଜଣେ ଭଲ ଖେଳାଳି । କ୍ୟାରିୟର ସାଙ୍ଗକୁ ସେ ନିଜ ପରିବାର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି । ପୁଅ ଅଙ୍ଗଦର ଜନ୍ମ ହେବା ପରେ ସେ ଅଧିକ ଭଲ ପ୍ରଦର୍ଶନ କରୁଛନ୍ତି । ପରିବାର କଥା ବୁଝିବା ସହ ନିଜର ଖେଳରେ ଧ୍ୟାନ ଦେଇଆସୁଛନ୍ତି । ପାରିବାରିକ ଶାନ୍ତି ପାଇଁ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଥିବା କହିଛନ୍ତି ସଞ୍ଜନା । କହି ରଖୁଛୁ କି, ବୁମରା ୨୦୨୧ ମସିହାରେ ସଞ୍ଜନାଙ୍କୁ ବିବାହ କରିଥିବାବେଳେ ୨୦୨୩ ମସିହାରେ ପୁଅ ଅଙ୍ଗଦ ଜନ୍ମ ହୋଇଛନ୍ତି ।

 

ଭୁବନେଶ୍ବରରୁ ଆବୁଧାବିକୁ ଆରମ୍ଭ ହେଲା ବିମାନ ସେବା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ । କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଏହି ବିମାନରେ ଆଜି ୧୮୦ଜଣ ଯାତ୍ରୀ ସିଧାସଳଖ ଭାବରେ ଭୁବନେଶ୍ୱରରୁ ଆବୁଧାବିକୁ ଯାତ୍ରା କରିଛନ୍ତି । ଏହି  ବିମାନସେବା ଦ୍ୱାରା ଓଡ଼ିଶା ସିଧାସଳଖ ମିଡିଲ୍ ଇଷ୍ଟ ଦେଶଗୁଡ଼ିକ ସହ ଯୋଡ଼ି ହୋଇପାରିଛି । ଏହି ବିମାନସେବା ଦ୍ୱାରା ଓଡ଼ିଶାରେ ବାଣିଜ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା ଏବଂ ରାୟଗଡ଼ ଜିଲ୍ଲାରୁ ୫୦ ଟନ ଆମରପାଲି ଆମ୍ବ ଆଜି ଆବୁଧାବିକୁ ରପ୍ତାନି କରାଯାଇଛି । ଓଡ଼ିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ପାଇଁ ଆମ ସରକାର ଭୁବନେଶ୍ୱରରୁ ଡେରାଡୁନ, କୋଚି, ଗାଜିଆବାଦ ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି । ଝାରସୁଗୁଡ଼ାରୁ ମୁମ୍ବାଇ, ଲକ୍ଷ୍ନୌ ଏବଂ ରୟପୁରରୁ ବିମାନସେବା ଆରମ୍ଭ ହୋଇଛି । ଓଡ଼ିଶା ହେବ ଓଡ଼ିଶାର ଇଣ୍ଡିଗୋ ହବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

ସରକାରଙ୍କ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ନେତାଙ୍କୁ ଉଠାଇ ନେଲା ପୋଲିସ୍

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ। ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ପ୍ରଥମେ ମାଷ୍ଟର କ୍ୟାଣ୍ଟିନରୁ ବିକ୍ଷୋଭ ପ୍ରଦର୍ଶନ କରି ଲୋୟର ପିଏମଜି ଆଡ଼କୁ ଆସିଥିଲେ ବିଜେଡିର ନେତା ଏବଂ କର୍ମୀ । ଶାନ୍ତିପୂର୍ଣ୍ଣଭାବେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିବା ଉଠାଇ ନେଇଛି ପୋଲିସ ।  ମହାନଦୀ ପାଣି ଶୁଖି ଯାଇଛି, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର, ଧାନରେ କଟନି ଛଟନୀ, ନାରୀ ନିର୍ଯାତନା ଆଦି ବହୁ ପ୍ରସଙ୍ଗକୁ ନେଇ ଏହି ପ୍ରତିବାଦ କରାଯାଇଥିଲା । ତେବେ ଲୋୟର ପିଏଜିରେ ଆଗକୁ ବଢ଼ିଥିଲେ ବିଜେଡିର ବରିଷ୍ଠ ନେତା ଏବଂ କର୍ମୀ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା କୁକାନାର ଥାନା ଅଂଚଳରେ ଗୁଳି ବିନିମୟ ହୋଇଛି।  କୁକାନାର ଥାନା ଅଂଚଳରେ ଡିଆରଜି ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। କମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ଜବାନ ଆସୁଥିବା ଦେଖି ପ୍ରଥମେ ଗୁଳି ଚାଳଣା କରିଥିଲୋ । ପାଲଟା ଜବାବରେ ଯବାନଙ୍କ ଗୁଳିର ସାମନା କରି ନ ପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଏହି ଗୁଳି ବିନିମୟରେ ଦୁଇଜଣ ମାଓବାଦୀ ନିହତ ହୋଇଥିବାବେଳେ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁକୁମା ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛିା

ସେନା ଦିବସରେ ପାକିସ୍ତାନ ସେନା ମୁଖ୍ୟଙ୍କୁ ଡାକିଲା ଆମେରିକା, କଂଗ୍ରେସ କହିଲା ଟ୍ରମ୍ପ..

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଅସ୍ତ୍ର ବିରତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ସେନା ଦିବସରେ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଡାକିଛି ଆମେରିକା । କିନ୍ତୁ ଭାରତୀୟ ସେନାମୁଖ୍ୟଙ୍କୁ କୌଣସି ନିମନ୍ତ୍ରଣ ନାହିଁ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି । ଯାହାକୁ ନେଇ କଂଗ୍ରେସ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଆସନ୍ତା ଜୁନ୍ ୧୪ ତାରିଖରେ ଓ୍ବାଶିଂଟନରେ ଆମେରିକା ସେନା ପକ୍ଷରୁ ୨୫୦ତମ ବର୍ଷପୂର୍ତ୍ତି ଉତ୍ସବ କରିବାକୁ ଯାଉଛି । ଏହି ଅବସରରେ ପାକିସ୍ତାନର ସେନା ମୁଖ୍ୟ ଯୋଗଦେବେ । ଯାହାକୁ ନେଇ ନିଜର ଏକ୍ସ ଆକାଉଣ୍ଟରେ କଂଗ୍ରେସ ନେତା ଜୟରାମ ରମେଶ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏହା ଭାରତର କୁଟନୈତିକ ଏବଂ ରଣନୈତିକ ଦୃଷ୍ଟିର ଏକ ବଡ଼ ଝଟକା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ମଧ୍ୟ ଅସୀମ ବିଭିନ୍ନ ବିବାଦୀୟ ପ୍ରତିକ୍ରିୟାମାନେ ଦେଉଥିଲେ । ସେପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଏବେ ମଧ୍ୟ ଜାରି ରହିଛି ଅପରେସନ ସିନ୍ଦୂର । କିନ୍ତୁ ଏଭଳି ଏକ ସମୟରେ ଅସୀମଙ୍କ ଆମେରିକା ଗସ୍ତ ଭାରତ ପାଇଁ ଚିନ୍ତାଜନକ ହେବନି ତ ? ଏମିତି ପ୍ରଶ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯାଜପୁରରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଡାଇରିଆ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଲାଣି । ଏହି ସୂଚନା ଦେଇନ୍ତି ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ଦୁଇ ଜୀବନ ଯାଇଛି। ଏହା ସହିତ ବହୁତ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ୫ ଶହରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ନିଜେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବି ଯାଇଥିଲେ। ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ  ପହଞ୍ଚି ଚିକିତ୍ସା କରୁଛନ୍ତି।  ଏକ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଥିଲା। ପରେ ସ୍ଵାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ, ଡାଇରିଆର ବ୍ୟାକଟେରିଆ ମିଳିଛି। ୩ ଦିନ ମଧ୍ୟରେ ବ୍ୟାସନଗର, ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଥିଲେ। ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି। ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି।

ମେଡ଼ିକାଲ ଟିମ୍ ଦ୍ଵାରା ଖାଦ୍ୟ ଜନିତ କାରଣ ବା ଫୁଡ୍ ପୟୋଜନ ପାଇଁ ଏଭଳି ହୋଇଥିବା ଦର୍ଶାଯାଇଥିବା ବେଳେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଯାଜପୁର ରୋଡ଼ ମେଡିକାଲରେ ୨୬୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୫୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଦାନଗଦି ମେଡିକାଲରେ ୭୮ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୮୯ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ଏଠାରେ ୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  … ଅଭିଯୋଗ ଅନୁସାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଏହା କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ।  …