spot_img
Home Blog Page 869

ଆମେ ଦେଇଛୁ ଉଚିତ ଜବାବ ; ପାକିସ୍ତାନ ଡ୍ରୋନକୁ ଖସାଇବାର ଭିଡିଓ ଜାରି କଲା ଭାରତୀୟ ସେନା

ନନ୍ଦିଘୋଷ ବ୍ୟୁରାେ : ପାକିସ୍ତାନର ପ୍ରତିଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ଶୁକ୍ରବାର ଭାରତୀୟ ସେନା ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିବା ଏକ ଭିଡିଓ ପ୍ରକାଶ କରିଛି। ଏଥିରେ ଉଲ୍ଲେଖ କରିଛି ଯେ ପାକିସ୍ତାନର ଏକାଧିକ ଡ୍ରୋନ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି ଏବଂ ଭାରତୀୟ ସଶସ୍ତ୍ର ବାହିନୀ “ଉପଯୁକ୍ତ ଜବାବ” ଦେଇଛି।

ପାକିସ୍ତାନ ସଶସ୍ତ୍ର ବାହିନୀ ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପଶ୍ଚିମ ସୀମାରେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏକାଧିକ ଆକ୍ରମଣ ଆରମ୍ଭ କରିଥିଲା। ପାକିସ୍ତାନୀ ସୈନ୍ୟ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଅନେକ ଯୁଦ୍ଧବିରତି ଉଲ୍ଲଂଘନ ମଧ୍ୟ କରିଥିଲା । ଏହାରି ମଧ୍ୟରେ ଭାରତର ଅତିରିକ୍ତ ନିର୍ଦ୍ଦେଶାଳୟ, ଜନସମ୍ପର୍କ ନିର୍ଦ୍ଦେଶାଳୟ ଏକ୍ସ (X) ରେ ଏକ ଭିଡିଓ ସେୟାର କରି କହିଛନ୍ତି,ଡ୍ରୋନ ଆକ୍ରମଣଗୁଡ଼ିକୁ ସଫଳତାର ସହ ପ୍ରତିହତ କରାଯାଇଛି ଏବଂ CFVs ପାଇଁ ଉପଯୁକ୍ତ ଜବାବ ଦିଆଯାଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ : ପୁରୀ ସହ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ ନେଇ ପୁରୀରେ କଡ଼ା ସୁରକ୍ଷା । ପୋଲିସ ପକ୍ଷରୁ ରାତିରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା । ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବା ସହ ଶ୍ରୀମନ୍ଦିର ଚାରିପାଖେ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି  । ସହରର ବିଭିନ୍ନ ସ୍ଥାନରେ ରାତିରେ ଚେକିଂ କଡାକଡି ହେବା ସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।  ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଇ ହାଇଆଲର୍ଟ ଜାରି କରାଯାଇଛି ।  ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳ ହାଇଆଲର୍ଟରେ ରହିଛି । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସତର୍କ ରହିଛି ଓଡ଼ିଶା । ଅନ୍ୟପଟେ  ଆଜି ଚାନ୍ଦିପୁରରେ ଜରୁରୀ ବୈଠକ ବସିବ । ଅପରାହ୍ନ ୨ଟାରେ DRDO ଚାନ୍ଦିପୁରରେ ବୈଠକ ବସିବା ନେଇ ସୂଚନା ରହିଛି  । ଏହି ବୈଠକରେ ଯୁଦ୍ଧ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ନେଇ ହେବ ଆଲୋଚନା ହେବ

ଭାରତ-ପାକିସ୍ତାନ ଯୁଦ୍ଧରେ ପଶିବାକୁ ମନା କଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକାର ବଡ଼ ଘୋଷଣା ସାମ୍ନାକୁ ଆସିଛି । ଭାରତ- ପାକିସ୍ତାନ ଯୁଦ୍ଧରେ ପଶିବାକୁ ମନା କରିଛି ଆମେରିକା । ଉତ୍ତେଜନାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମାମଲା। ଭାନ୍ସ ଏହା ମଧ୍ୟ କହିଛନ୍ତି ଯେ, ଆଶା କରାଯାଉଛି, କୌଣସି ପରମାଣୁ ଯୁଦ୍ଧ ହେବ ନାହିଁ। ପୂର୍ବରୁ, ଆମେରିକା ଭାରତ ଏବଂ ପାକିସ୍ତାନକୁ ଉତ୍ତେଜନା ହ୍ରାସ କରିବା ଆଲୋଚନା ଜାରି ରଖିବାକୁ ଅପିଲ କରିଛି। ଏହା ସହିତ, ତୁର୍କୀ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ବିଷୟରେ ଚିନ୍ତା ପ୍ରକାଶ କରିଛି। ତୁର୍କୀର ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରୁଛୁ।

ଏହା ସହିତ, ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ବଢ଼ୁଥିବା ସଂଘର୍ଷ ସମ୍ପର୍କରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଶା ପ୍ରକାଶ କରିଛନ୍ତି ଯେ, କୌଣସି ପରମାଣୁ ଯୁଦ୍ଧ ହେବ ନାହିଁ। ରୁବିଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ କଥା ହୋଇଥିଲେ ପୂର୍ବରୁ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ କଥା ହୋଇଥିଲେ। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଟାମି ବ୍ରୁସ କହିଛନ୍ତି ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ଉଭୟ ପକ୍ଷଙ୍କ ସହ ଆଲୋଚନା ସମୟରେ ଉତ୍ତେଜନା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

 

ପାକିସ୍ତାନର ଆକ୍ରମଣକୁ ପଣ୍ଡ କଲା ଭାରତ, ଖସାଇଲା ପାକିସ୍ତାନୀ ଯୁଦ୍ଧ ବିମାନ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ୩ଟି JF-17 ଏବଂ  F-16  ଯୁଦ୍ଧ ବିମାନକୁ ଖସାଇ ଦେଇଛି ଭାରତ । ଏହା ସହିତ ପାକିସ୍ତାନ ବାୟୁସେନାର AWACS ବିମାନକୁ ସେମାନଙ୍କ ନିଜ ପଞ୍ଜାବ ପ୍ରଦେଶରେ ଧ୍ୱଂସ କରାଯାଇଛି ।  ଏହି ବିମାନଟି ପାକିସ୍ତାନ ସୀମା ଭିତରେ ପଡିଥିବା କୁହାଯାଉଛି । ଏହା ବ୍ୟତୀତ , ସେନାର ବାୟୁ ପ୍ରତିରକ୍ଷା ୟୁନିୀଟ୍ ମଧ୍ୟ ସୀମାରେ ଡ୍ରୋନ୍ ଆକ୍ରମଣର ଜବାବ ଦେଇଥିଲେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଗୁରୁବାର ଜମ୍ମୁର ଏକ ଏୟାରଷ୍ଟ୍ରିପ ଉପରେ ରକେଟ୍ ମାଡ଼ କରିଛି । ତଥାପି ଭାରତୀୟ ସେନାର ସତର୍କତା ଏବଂ ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ବିଫଳ କରିଥିଲା  ।

୩ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଛି ଭାରତ

ଭାରତୀୟ ସେନାର ଆଧୁନିକ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପାକିସ୍ତାନ ଦ୍ୱାରା ୮ଟି କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେଇଛି । ସେନା ପକ୍ଷରୁ ସୂଚନାନୁଯାୟୀ, ଜମ୍ମୁ ଏୟାରଷ୍ଟ୍ରିପ୍ ଏହି କ୍ଷପଣାସ୍ତ୍ରଗୁଡିକର ଟାର୍ଗେଟ ଥିଲା, କିନ୍ତୁ ସମୟୋଚିତ ପଦକ୍ଷେପ ପାଇଁ ବଡ଼ କ୍ଷତି ଟଳି ଯାଇଛି ।  ଯେତେବେଳେ ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା , ସେତେବେଳେ ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର F-16 ଲଢୁଆ ବିମାନକୁ ଗୁଳିକରି ଖସାଇ ଦେଇଥିଲେ । ଏହା ସହିତ ପାକିସ୍ତାନ ଦ୍ୱାରା ଡ୍ରୋନ ମଧ୍ୟ ଭାରତ ସୀମାକୁ ପଠାଇଥିଲା , ଯାହାକୁ ବାୟୁସେନା ୟୁନିଟ୍ ସମୟ ମଧ୍ୟରେ ଖସାଇଦେଇଥିଲେ । ଅନ୍ୟପଟେ ଭାରତୀୟ ବାୟୁସେନା କହିଛି ଯେ, ଦେଶର ସୁରକ୍ଷା ସହ କୌଣସି ସାଲିସ କରାଯିବ ନାହିଁ  । ସେନା ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ଏବଂ ପ୍ରତିଶୋଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ପାକିସ୍ତାନର ୨ ପାଇଲଟଙ୍କୁ ଜୀବନ୍ତ ଧରିଛି ଭାରତୀୟ ସେନା

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତର ଆକ୍ରମଣ ଜାରି ରଖିଛି । ଭାରତକୁ ଏକ ବଡ଼ ସଫଳତା ମିଳିଛି । ଭାରତ ପାକିସ୍ତାନର ଦୁଇ ଜଣ ପାଇଲଟଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛି । ରାଜସ୍ଥାନର ଜୟସେଲମେରରେ ଖସିଥିବା ଏଫ-୧୬ର ପାଇଲଟକୁ ଧରିଛି ଭାରତୀୟ ସେନା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ।

ଆଉ ଏକ ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀରର ଅଖନୁର ସେକ୍ଟରରେ ଖସିଥିବା ପାକିସ୍ତାନୀ ବିମାନରୁ ଆଉ ଜଣେ ପାଇଲଟଙ୍କୁ ଜୀବନ୍ତ ଧରା ଯାଇଛି।

ପାକିସ୍ତାନ କରାଚି ବନ୍ଦରରେ ଭାରତର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନ କରାଚି ବନ୍ଦରରେ ଭାରତର ଆକ୍ରମଣ। କରାଚି ବନ୍ଦରରେ ବ୍ୟାପକ କ୍ଷଯକ୍ଷତି । କରାଚି ପୋର୍ଟରେ ୧୦ରୁ ଉର୍ଦ୍ଧ୍ୱ ବିସ୍ଫୋରଣ । ଆରବ ସାଗରରେ INS ବିକ୍ରାନ୍ତ ପକ୍ଷରୁ ଘନଘନ ଆକ୍ରମଣ ଜାରି ।

ପାକିସ୍ତାନକୁ ମୁହଁତୋଡ ଜବାବ: ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି

ନନ୍ଦିଘୋଷ ବ୍ୟୁରୋ: ନିଜ ବିନାଶକୁ ନିଜେ ଡାକିଲା ପାକିସ୍ତାନ। ପାକିସ୍ତାନ ଆରମ୍ଭ କରିଥିବା ଆକ୍ରମଣର ପ୍ରତି ଜବାବ ଦେଉଛି ଭାରତ । ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି। ଗୋଟିଏ ପରେ ଗୋଟିଏ ସହର ହେଉଛି ଧ୍ୱଂସ।  ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । 

ସେହିପରି ମଇଦାନକୁ ଓହ୍ଲାଇଛି ଭାରତୀୟ ନୌସେନା । ଗୋଟିଏ ପରେ ଗୋଟିଏ ପାକିସ୍ତାନ ବନ୍ଦର ନଷ୍ଟ କରୁଛି ଭାରତୀୟ ନୌସେନା । ପାକିସ୍ତାନ ଆଡକୁ ମୁହାଁଇଲା INS ବିକ୍ରାନ୍ତ । ପୂର୍ବରୁ ଆରବ ସାଗରରେ ଡେରା ପକାଇଥିଲା INS ବିକ୍ରାନ୍ତ । ମୁହଁତୋଡ ଜବାବ ଦବ ଭାରତ

ଅନ୍ୟପଟେ ପାକିସ୍ତାନରେ ଜାଗୁଆର ବିମାନ ଜରିଆରେ ହମଲା । କରାଚି ବନ୍ଦର ଉପରେ ହମଲା କଲା ଜାଗୁଆର । ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କଲା ଭାରତ । ପାକିସ୍ତାନର ବିଭିନ୍ନ ସହରରେ ପୁଣି ପ୍ରଚଣ୍ଡ ହମଲା କଲା ଭାରତ । ଲାହୋର, ଇସଲାମାବାଦରେ ପ୍ରଚଣ୍ଡ ଆଟାକ୍ ।

ପାକିସ୍ତାନର କାଉଣ୍ଟର ଆଟାକ ଫେଲ୍, ଜମ୍ମୁରେ ବ୍ଲାକ ଆଉଟ୍

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଅପେରସନ ସିନ୍ଦୂରର ଜବାବ ଦେବା ପାଇଁ ଆଜି ଜମ୍ମୁ ଓ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନ ସୀମାରେ ବଂ ଡ୍ରୋନ ଆକ୍ରମଣ କରିଛି । ଏହାର ପରିଣାମ ଭୟଙ୍କର ହେବା ନେଇ ବାଟ ଖୋଲିଛି ପାକିସ୍ତାନ । ଆଜି ସନ୍ଧ୍ୟାରେ ଭାରତୀୟ ସେନା ଏବଂ ବୈଦେଶିକ ମନ୍ତ୍ରଣାଳୟର ମିଳିତ ବ୍ରିଫିଂ ସମୟରେ, କର୍ଣ୍ଣେଲ ସୋଫିଆ କୁରେଶୀ ପୂର୍ବରୁ କହିଥିଲେ ଯେ ଯଦି ପାକିସ୍ତାନ ପ୍ରତିଶୋଧ ନେବାକୁ ଚେଷ୍ଟା କରେ, ତେବେ ଏହାର ପରିଣାମ ଭୟଙ୍କର ହେବ । ଏନେଇ ପାକିସ୍ତାନ ପ୍ରସ୍ତୁତ ରହିବାକୁ ପଡିବ। ଠିକ୍ ସମାନ ଘଟଣା ଘଟିଥିଲା। କୌଣସି ବିଳମ୍ବ ନକରି ଭାରତ ପାକିସ୍ତାନର ସିଆଲକୋଟ ଏବଂ ଲାହୋରରେ ଡ୍ରୋନ ସାହାଯ୍ୟରେ ବିମାନ ଆକ୍ରମଣ ଆରମ୍ଭ କରିଦେଇଛି।

 ପାକିସ୍ତାନର ଏହି ଆକ୍ରମଣର ଜବାବ ଦେବାକୁ ଭାରତ ପୂର୍ବରୁ ପ୍ରସ୍ତୁତ ଥିଲା। S-400 ସହାୟତାରେ ପ୍ରତ୍ୟେକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣର ଜବାବ ଦେଇଥିଲା ଭାରତ। ଏହି ମିସାଇଲ ୮ ଟି ମିସାଇଲ ଓ କିଛି ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି । ସେପଟେ ରାଜସ୍ଥାନ ସୀମାର ସମସ୍ତ ଜିଲ୍ଲାକୁ ବ୍ଲାକଆଉଟ୍ କରାଯାଇଛି । ସକାଳ ୪ଟା ପର୍ଯ୍ୟନ୍ତ ବିଜୁଳି ସେବା ବନ୍ଦ ରହିବ । ଜୈସଲମେର ସୀମାରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ଲଗାଇ ରାସ୍ତା ବନ୍ଦ କରାଯାଇଛି ।

 

 

ଜମ୍ମୁ ଏୟାରପୋର୍ଟରେ ପାକିସ୍ତାନର ଡ୍ରୋନ ଆକ୍ରମଣ, ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛି ଭାରତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଉପରେ ଆକ୍ରମଣ କରିଛି ପାକିସ୍ତାନ । ଜମ୍ମୁ ଏୟାରପୋର୍ଟରେ ପାକିସ୍ତାନର ଡ୍ରୋନ ଆକ୍ରମଣ । ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା । ଜମ୍ମୁ ଓ କାଶ୍ମୀରର ଅଖନୁରରେ ବାଜିଲା ସାଇରାନ । ସାଇରନ ବଜାଇ ସତର୍କ କରିଛି ସେନା । ଏହାର ପ୍ରତି ଜବାବ ଦେଉଛି ଭାରତ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଝିରେ ମଝିରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଥିଲା। ଏହି ସମୟରେ, ଜମ୍ମୁ ବିମାନବନ୍ଦର, ଆରଏସ ପୁରା ଏବଂ ସାମ୍ବାରେ ବ୍ଲାକଆଉଟ୍ ଜାରି କରାଯାଇଛି। ଜମ୍ମୁରେ ମୋବାଇଲ ସେବା ବାଧାପ୍ରାପ୍ତ ।

ପାକିସ୍ତାନର ଏକାଧିକ ଡ୍ରୋନ ଖସାଇଛି ଭାରତ । ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛି ଭାରତ । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇଲା ଭାରତ  । ପାକିସ୍ତାନର JF-17 ବିମାନକୁ ଖସାଇଛି ଭାରତ ।

 

ଛତିଶଗଡ଼ ସୁକମାରେ ଆଇଇଡି ବିସ୍ଫୋରଣରେ ୫ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ:  ଛତିଶଗଡ଼ ସୁକମାରେ ଆଇଇଡି ବିସ୍ଫୋରଣରେ ୫ ଯବାନ ସହିଦ। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣରେ ୫ ଜଣ ତେଲଙ୍ଗାନା ପୋଲିସ ସହିଦ ହୋଇଛନ୍ତି । ବିସ୍ଫୋରଣରେ ପୋଲିସ କର୍ମଚାରୀଙ୍କ ସହିଦ ପରେ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବଳ ।
ତେଲେଙ୍ଗାନା-ଛତିଶଗଡ଼ ସୀମା ମୁଲୁଗୁ ଜିଲ୍ଲାର ପେରୁରୁ ଏବଂ ୱାଜେଡୁ ପୋଲିସ ଷ୍ଟେସନ ସୀମା ମଧ୍ୟରେ ମାଓବାଦୀଙ୍କ ସହିତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।