ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଋଷ । ପ୍ରଥମ ଥର ପାଇଁ AI ଟେକ୍ନୋଲୋଜି ମାଧ୍ୟମରେ ସୁଖୋଇ Su-57M ଯୁଦ୍ଧ ବିମାନ ଉଡ଼ାଇଛି । ଏହି ବିମାନଟି ମେ ୧୫ ତାରିଖରେ AI ସହିତ ପ୍ରଥମ ଉଡ଼ାଣ କରିଥିଲା। Su-57 କୁ ରୁଷିଆର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ UAC ଏବଂ ସୁଖୋଇ ଡିଜାଇନ୍ ବ୍ୟୁରୋ ମିଳିତ ଭାବରେ ବିକଶିତ କରିଛନ୍ତି । ଏହା ଏକ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ । ଯାହାକୁ ରୁଷ ଆକାଶ ପଥ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିବ । ଆକାଶ, ସ୍ଥଳ, ଜଳ ପଥରେ ଆକ୍ରମଣ ପାଇଁ ଏହି ଏଆଇ ଯୁଦ୍ଧ ବିମାନ ଏକ ମାଇଲ୍ ଖୁଣ୍ଟ ପାଲଟିବ ବୋଲି କହିଛନ୍ତି ପରୀକ୍ଷଣ ପାଇଲଟ୍ ସେରଗେଇ ବୋଗଡାନ୍। ଦୂରଗାମୀ ରାଡାରରେ ସଜ୍ଜିତ, Su-57M ଏକ ଆଧୁନିକ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ମାନଦଣ୍ଡକୁ ଉଚ୍ଚତର କରିବାକୁ ଲକ୍ଷ୍ୟ ରଖିଛି। ଏହା ଋଷକୁ ଆହୁରି ଶକ୍ତିଶାଳୀ କରିବ ବୋଲି ମତ ପ୍ରକାଶ ପାଇଁଛି ।
ପୁନରୁଦ୍ଧାର ହୋଇପାରୁନି ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଡ଼ିଆଜୋର
ନନ୍ଦିଘୋଷ ବ୍ୟୁରୋ: ପୁନରୁଦ୍ଧାର ହୋଇପାରୁନି ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଡ଼ିଆଜୋର । ଦୀର୍ଘ ବର୍ଷ ଧରି ମାଟି, ପଙ୍କ କଢ଼ାନଯିବାରୁ ପାଣି ଦୂଷିତ ହେବା ସହ ବ୍ୟବହାର ଉପଯୋଗୀ ହେଉନି । ସ୍ଥାନୀୟ ଅଞ୍ଚଳର ଲୋକେ ଏହି ପାଣି ବ୍ୟବହାର କରିବା ଯୋଗୁ ବିଭିନ୍ନ ଚର୍ମ ରୋଗରେ ପଡ଼ୁଛନ୍ତି । ଏ ବର୍ଷ ଗ୍ରୀଷ୍ମ ଦିନରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଉତ୍କଟ ଜଳ ସଂକଟ ଦେଖାଦେଲାଣି । ଖୋଦ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗ ଦାୟିତ୍ବରେ ଥାଇ ତ୍ବରିତ ପଦକ୍ଷେପ ନେଇନାହାନ୍ତି । ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜୁଛି ।
କେଉଁଠି ନଈ ପୋଖରୀ ଶୁଖିଲା । ଆଉ କୋଉଠି ନଳକୂଅ ଓ ପାଣି ଟାଙ୍କି ଥିଲେ ବି ପାଣି ଆସୁନି । ପୋଖରୀ, ନଈ, ନାଳ ପୁନରୁଦ୍ଧାର ବି ହେଉନି । ଗ୍ରୀଷ୍ମ ଦାଉରେ ପାଣି ପାଇଁ ଲୋକେ ଡହଳବିକଳ । ସ୍ଥିତି ଏମିତି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଉତ୍କଟ ଜଳସଂକଟ । ବଲାଙ୍ଗୀର ଗଡ଼ିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ନ ହେବାରୁ ଲୋକେ ନାହିଁ ନଥିବା ଦଶା ଭୋଗୁଛନ୍ତି । ପଙ୍କ ଓ ମାଟିରେ ପୋତି ହେଲାଣି ଗଡ଼ିଆଜୋର । ଜଳସମ୍ପଦ ବିଭାଗର ଉଦାସୀନତା ଯୋଗୁ ଲୋକେ ଗୋଳିଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ନାନାଦି ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି ଏହି ଜୋର ଉପରେ ନିର୍ଭର କରୁଥିବା ୭ରୁ ଅଧିକ ଗାଁ ଲୋକେ । ଖୋଦ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗ ଦାୟିତ୍ବରେ । ତଥାପି ତାଙ୍କ ବିଭାଗର ଅଧିକାରୀଙ୍କ ଅବହେଳା ଯେପରି ତାଙ୍କ ଆଖିକୁ ଦେଖାଯାଉନି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କନାବିରା ଗାଁରେ ୧୯୯୫ ମସିହାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଗଡିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ୪୬୫ ହେକ୍ଟରରେ ବିରାଟକାୟ ଗଡିଆଜୋର ପ୍ରକଳ୍ପ ନିର୍ମାଣ ହୋଇଥିଲା । ୭ରୁ ଅଧିକ ଗାଁ ଲୋକେ ଉପକୃତ ହେବା ସହ ଖରିଫ ଓ ରବି ଋତୁରେ ଚାଷ କରୁଥିଲେ । ହେଲେ ଏବେ ପ୍ରକଳ୍ପଟି କାଦୁଅରେ ପୋତିହୋଇ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଏ ନେଇ ସ୍ଥାନୀୟ ଲୋକେ ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ଫରକ ପଡ଼ିନି । ନନ୍ଦିଘୋଷ ଟିଭିର ଏ ନେଇ ଅନୁଧ୍ୟାନ କରିବା ପରେ ଖୁବଶୀଘ୍ର ପ୍ରକଳ୍ପର ପୁନରୁଦ୍ଧାର କରାଯିବା ବୋଲି କହିଛନ୍ତି ଜିଲ୍ଲାପାଳ ।
ଜଳପ୍ରପାତରେ ବୁଡ଼ିଗଲେ ୪ ଡାକ୍ତର, ଚାଲିଗଲା ଜଣଙ୍କର ଜୀବନ
ନନ୍ଦିଘୋଷ ବ୍ୟୁରୋ: ଜଳପ୍ରପାତରେ ମସ୍ତି କରିବା ମହଙ୍ଗା ପଡ଼ିଛି ଇଣ୍ଟର୍ନ ଡାକ୍ତରଙ୍କୁ । ସାଥୀ ହୋଇ ଯାଇଥିବାବେଳେ ୪ ଜଣ ବୁଡ଼ି ଯାଇଥିଲେ ଆଉ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଏକ ଦୁଃଖଦ ଖବର ଆସିଛି ଝାଡ଼ଖଣ୍ଡରୁ । ରାଜଧାନୀ ରାଞ୍ଚିର ସବୁଠାରୁ ବଡ଼ ହସ୍ପିଟାଲ ରିମ୍ସର ୨୬ ଜଣ ଇଣ୍ଟର୍ନ ଡାକ୍ତର ପିକନିକ ପାଇଁ ଯାଇଥିଲେ । ରାଞ୍ଚିଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ପୋଓ୍ବାଘା ଓ୍ବାଟରଫଲକୁ ଯାଇଥିଲେ । ଏମାନେ ଏଠାରେ ଗାଧୋଉଥିବାବେଳେ ୪ ଜଣ ବୁଡ଼ି ଯାଇଥିଲେ ।
ସାଥୀ ଇଣ୍ଟର୍ନ ଡାକ୍ତରମାନେ ବୁଡ଼ିଯିବା ପରେ ପାଟି କରିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଶେଷରେ ଉଦ୍ଧାର ହୋଇଥିଲେ ଅଭିଶେକ । ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରଥେମ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ରିମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଖବର ପ୍ରଚାର ହେବା ପରେ ରିମ୍ସରେ ଶୋକର ଛାୟା ଖେଳିଯାଇଛି । ଅଭିଶେକଙ୍କ ପରିବାର ମହାରାଷ୍ଟ୍ରରେ ରହୁଥିବାବେଳେ ଖବର ପାଇଁ ପୁଅ ପାଖକୁ ଆସୁଛନ୍ତି ।

