spot_img
Home Blog Page 801

କ୍ଷମତାକୁ ଆସିବା ପରେ ଓଡ଼ିଆ ଅସ୍ମିତାକୁ ଭୁଲି ଯାଇଛି ବିଜେପି ! ବିନା ଶ୍ରୀମନ୍ଦିରର ପରିଚାଳନା କମିଟିରେ ଚାଲିଛି କାମ

ନନ୍ଦିଘୋଷ ବ୍ୟୁରୋ: ବିନା ପରିଚାଳନା କମିଟିରେ ଚାଲିଛି ଶ୍ରୀମନ୍ଦିରର କାମ। ଯେଉଁ କମିଟି ଥିଲା, ତା’ର କାର୍ଯ୍ୟକାଳ ୮ ମାସ ତଳୁ ସରିଲାଣି । କିନ୍ତୁ ଏଯାଏଁ ନୂଆ କମିଟି ଗଠନ କରିପାରି ନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ବିଜେପି ସରକାର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ବିଶ୍ବାସକୁ ଉପେକ୍ଷା କରୁଛନ୍ତି । ବିଜେଡି ବି ସେଇ କଥା କହିଛି । ରାଜ୍ୟ ସରକାର କାହିଁକି ଏ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଶ୍ରୀମନ୍ଦିରର ପରିଚାଳନା କମିଟି ନାହିଁ । ଗତ ପରିଚାଳନା କମିଟିର କାର୍ଯ୍ୟକାଳ ୩ ସେପ୍ଟେମ୍ବର ୨୦୨୪ରୁ ସରିଲାଣି । କିନ୍ତୁ ଏଯାଏଁ ଗଠନ ହୋଇପାରିନାହିଁ ନୂଆ କମିଟି । ଏଥିପାଇଁ ବିଜେପି ସରକାରଙ୍କୁ ସିଧା ନିଶାନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାର କାହିଁକି  ଓଡ଼ିଆ ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସକୁ ଉପେକ୍ଷା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । କିନ୍ତୁ କାହିଁକି ଏଯାଏଁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରିନାହିଁ ବୋଲି ନିରଞ୍ଜନ ପଚାରିଛନ୍ତି । ତାଙ୍କୁ ଜବାବ ଦେଇ ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଅସ୍ମିତା କ’ଣ ନିରଞ୍ଜନ ଜାଣିନାହାନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇ ପାରି ନଥିବାରୁ ବିଜେଡି ମଧ୍ୟ ବିଜେପି ସରକାର ଉପରେ ବର୍ଷିଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲା ପରେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ବିଧାୟକ ସାରଦା ଜେନା ପଚାରିଛନ୍ତି, ବିନା ପରିଚାଳନା କମିଟିରେ କେମିତି ରଥଯାତ୍ରାର ଠିକ୍ ପରିଚାଳନା ହେବ ।

ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ସରକାରକୁ ଆସିବା ପରେ ସେହି ଅସ୍ମିତା ନାରାକୁ ଭୁଲି ଯାଇଛି । ୧୧ ମାସର ବିଜେପି ସରକାର ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି । ଜଗତର ନାଥ ଜଗନ୍ନାଥ ଓଡ଼ିଆ ଅସ୍ମିତାର ବଡ଼ ପରିଚୟ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ବ୍ୟାକ୍ ଫୁଟରେ ରାଜ୍ୟ ସରକାର ।

କଂଗ୍ରେସ ଟିମ ଘୋଷଣା ପରେ ବଢ଼ିବାରେ ଲାଗିଛି ଅସନ୍ତୋଷ, ଭକ୍ତଙ୍କ ଆଶ୍ବସନା ପରେ ବି ନେତା ନାରାଜ

ନନ୍ଦିଘୋଷ ବ୍ୟୁରୋ: ପିସିସିର ନୂଆ ଟିମକୁ ନେଇ କଂଗ୍ରେସରେ ଅସନ୍ତୋଷ ଦେଖା ଦେବା ପରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏକମାସ ମଧ୍ୟରେ ଟିମର ସମ୍ପ୍ରସାରଣ କରାଯିବ ବୋଲି ପିସିସି ସଭାପତି କହିବା ସହ ନେତାଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି । ପିସିସି ସଭାପତିଙ୍କ ଆଶ୍ବାସନା ପରେ ବି ଦଳୀୟ ନେତା କିନ୍ତୁ ବୁଝିବାକୁ ନାରାଜ । କିଛି ନେତା ଖୋଲା ଖୋଲି ମନ୍ତବ୍ୟ ଦେବା ସହ ଅନ୍ୟ କିଛି ନେତା ଭକ୍ତଙ୍କ ଟିମକୁ ନେଇ ବେଶ ଉତ୍ସାହିତ ।

ପିସିସି ସଭାପତି ଭକ୍ତ ଦାସଙ୍କ  ୩୦ ଜଣିଆ ଟିମଙ୍କୁ ନେଇ ହାତ ଶିବିରରେ କମ୍ପନ । ନୂଆ ଟିମକୁ ନେଇ ଦଳରେ ଅସନ୍ତୋଷ ନିଆଁ ବଢୁଥିବା ଦେଖି ମୁହଁ ଖୋଲିଛନ୍ତି ପିସିସି ସଭାପତି । କହିଛନ୍ତି, ପିସିସି ଟିମରେ ସବୁ ବର୍ଗର ନେତାଙ୍କୁ ସାମିଲ କରାଯାଇଛି । ବିଧାୟକମାନଙ୍କୁ ଦଳୀୟ ରାଜନୀତିରେ ସକ୍ରିୟ କରିବାକୁ ପ୍ରୟାସ କରାଯାଇଛି । ଯେଉଁ ଯୋଗ୍ୟ ନେତା ଟିମରେ ସ୍ଥାନ ପାଇନାହାନ୍ତି ସେମାନେ ଧୈର୍ଯ୍ୟ ଧରିବା ଦରକାର । ଏକମାସ ମଧ୍ୟରେ ପିସିସି ଟିମର ସମ୍ପ୍ରସାରଣ କରାଯାଇ ଯୋଗ୍ୟ ନେତାଙ୍କୁ  ଟିମରେ ସାମିଲ କରାଯିବ ବୋଲି ପିସିସି ସଭାପତି ଆଶ୍ବାସନା ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ କହିଛନ୍ତି, ପିସିସି ଟିମକୁ ନେଇ ଅସନ୍ତୋଷ କିଛି ନୂଆ କଥା ନୁହେଁ । ଆଗକୁ ପିସିସି ସଭାପତି ସବୁ ଅସନ୍ତୋଷର ସାମଧାନ କରିବେ ବୋଲି ଆଶା କରାଯାଉଛି ।

ଭକ୍ତଙ୍କ ନୂଆ ଟିମରେ ୭ ଜଣ ଉପସଭାପତି, ୧୨ ଜଣ ସମ୍ପାଦକ, ୧୦ ଜଣ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହାକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ପିସିସି ସଭାପତି ନିଜକୁ ସୁହାଇଲା ପରି ଟିମ ଗଠନ କରିଛନ୍ତି । ଆଗକୁ ଟିମ ସମ୍ପ୍ରସାରଣ କରିବା କଷ୍ଟ ହେବ । ସେପଟେ ବିଧାୟକମାନେ ଏକଜୁଟ ହୋଇ କାମ କରିବେ ବୋଲି ଆଶା କରିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ବିଧାୟକମାନେ ଏକ ହୋଇ ବିଧାନସଭାରେ କାମ କରିଥିଲେ । ଆଗକୁ ଦଳକୁ ଅଧିକ ମଜଭୁତ କରିବା ପାଇଁ କୌଣସି ନେତା ପଛଘୁଞ୍ଚା ଦେବେ ନାହିଁ ।

ପିସିସି ସଭାପତି ହେବାର ଅଢେଇ ମାସ ପରେ ଭକ୍ତ ତାଙ୍କର ନୂଆ ଟିମ ଗଠନ କଲେ । ଟିମ ଗଠନର ୪୮ ଘଣ୍ଟା ଭିତରେ ଟିମକୁ ନେଇ ଅସନ୍ତୋଷ କୁହୁଳୁଛି । ଏଯାଏଁ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ବି ଘୋଷଣା କରିନାହାନ୍ତି ପିସିସି ସଭାପତି । ଆଗକୁ ଜିଲ୍ଲାକୁ ଜିଲ୍ଲା ବୁଲି ଜିଲ୍ଲାସ୍ତରୀୟ ସଂଗଠନର ନବକଳେବର କରିବାକୁ ଯୋଜନା କରିଛନ୍ତି ପିସିସି ସଭାପତି ।

ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଅଧିକାର ଲାଗି ରାଜରାସ୍ତାରେ ବିଜେଡି, ନିଯୁକ୍ତିଭିତ୍ତିକ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି

ନନ୍ଦିଘୋଷ ବ୍ୟୁରୋ: ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ରାଜଭବନ ଆଗରେ ବିଜେଡି ରଣହୁଙ୍କାର । ନିଯୁକ୍ତିଭିତ୍ତିକ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ । ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇ ପଛୁଆ ବର୍ଗଙ୍କ ଅଧିକାରକୁ ଦଳି ଦିଆଯାଇଥିବା ଅଭିଯୋଗ । ଦାବି ପୂରଣ ନ ହେଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ତୀବ୍ର କରିବାକୁ ବିଜେଡିର ଚେତାବନୀ ।

ବିଧାନସଭା ଓ ସଂସଦରେ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ସ୍ବର ଶାଣିତ କରିଥିବା ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଛି । ରାଜଭବନ ଆଗରେ ଦେଇଛି ରଣହୁଙ୍କାର । ସଂଖ୍ୟା ଯାହାର ଯେତେ, ତା’ ଭାଗିଦାରୀ ସେତେ ହେବା ନ୍ୟାୟକୁ ବିଜେଡି ଦୋହରାଇଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲା । ଗତବର୍ଷ ଜୁନ ଜୁଲାଇରେ ନାମଲେଖା ସରିଗଲା । ହେଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲାନି । ତଫସିଲଭୁକ୍ତ ଜାତି, ତାଫସିଲଭୁକ୍ତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର ୯୪ ପ୍ରତିଶତ । ବର୍ତ୍ତମାନ ଏସସି ଓ ଏସଟିଙ୍କ ସଂଖ୍ୟା ୩୮.୭୫ ପ୍ରତିଶତ । ହେଲେ ନିଯୁକ୍ତିଭତ୍ତିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । ୧୨ ପ୍ରତିଶତ ଏସଟି  ଓ ୮ ପ୍ରତିଶତ ଏସସିଙ୍କ ପାଇଁ ସଂରକ୍ଷଣ ରହୁଛି । ହିସାବ ଅନୁସାରେ ୫୪ ପ୍ରତିଶତ ଓବିସି ଅଛନ୍ତି । ହେଲେ ଉଚ୍ଚଶିକ୍ଷାରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ମେଡିକାଲ ଓ ଇଞ୍ଜିନିୟରିଂ ସଂଖ୍ୟାନୁପାତ ସଂରକ୍ଷଣ ଲାଗୁ ନ ହେବାରୁ ୫୧୦୦ ଏସଟି ଓ ଏସସି ଛାତ୍ରଛାତ୍ରୀ ଡାକ୍ତର ଓ ଇଞ୍ଜିନିୟର ହେବା ସ୍ବପ୍ନ ପୂରଣ ହୋଇ ପାରୁନି ।

ସେହିପରି ଓବିସି ଓ ଏସଇବିସି ବର୍ଗର ୭୦୦୦ ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହେଉଛନ୍ତି । ବିଜେପି କ୍ଷମତାକୁ ଆସିଲା । କେନ୍ଦ୍ରରେ ଏନଡିଏ ଶାସନ । ହେଲେ ସବକା ସାଥ ସବକା ବିକାଶ କହୁଥିବା ଡବଲ ଇଂଜିନ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଉଛି । ୧୧.୨୫ ପ୍ରତିଶତ ସଂରକ୍ଷଣର ଲଲିପପ୍ ଧରାଇ ବିଜେପି ଭୋଟ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି । ଏସସି ଓ ଏସଟିଙ୍କ ପାଇଁ ୩୮.୭୫ ପ୍ରତିଶତ ଓ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ବିରାଟ ପଟୁଆରରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ବିଜେଡି ।

ଓବିସିଙ୍କ ଅଧିକାର ପାଇଁ ଆନ୍ଦୋଳନରେ ବିଜେପି ସରକାରର ମୁଖା ଖୋଲି ଦେଇଛି ବିଜେଡି । ୧୯୯୦ ମସିହାରେ ଭି.ପି. ସିଂହଙ୍କ ନେତୃତ୍ବରେ ଗଠିତ ସରକାରରେ ବିଜେପି ମଧ୍ୟ ଅଂଶୀଦାର ଥିଲା । ଭି.ପି.ସିଂହ ସରକାର ୨୭ ପ୍ରତିଶତ ସଂରକ୍ଷଣ ପ୍ରଥମ ଥର ପାଇଁ ଦେଶ ପଛୁଆ ବର୍ଗମାନଙ୍କ ପାଇଁ ଘୋଷଣା କରିବା ପରେ ଏହାକୁ ଭଣ୍ଡୁର କରିବା ପାଇଁ ରଥଯାତ୍ରା କରି, ଦେଶରେ ସାଂପ୍ରଦାୟିକ ବିଷ ବୁଣି ସରକାରଙ୍କୁ ପତନ କରିଇବାରେ ବିଜେପିର ଭୂମିକା କ’ଣ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଜେଡି ପ୍ରଶ୍ନ କରିଛି । ପଛୁଆବର୍ଗ ଆୟୋଗ ଗଠନ ଓ ପଛୁଆବର୍ଗ ଚିହ୍ନଟ ପ୍ରକ୍ରିୟାକୁ ସମ୍ବିଧାନ ସଂଶୋଧନ କରି ବିଜେପି ସରକାର ସାମାଜିକ ନ୍ୟାୟର ପରିପନ୍ଥୀ ବ୍ୟବହାର କରିଥିବାରୁ ବିଜେଡି ଆପତ୍ତି ଉଠାଇଛି ।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓବିସି କମିଶନ ଗଠନ କରିଥିଲେ । ଜାତିଭିତ୍ତିକ ଜନଗଣନା ପାଇଁ ବିଧାନସଭାରୁ ସଂସଦ ଯାଏଁ ସ୍ବର ଉଠାଇଥିଲେ । ବର୍ତ୍ତମାନ ଯେଉଁ ଜାତିଭିତ୍ତିକ ଜନଗଣନା କଥା ଉଠାଇଛନ୍ତି କେନ୍ଦ୍ର ସରକାର, ତାହା ବିହାର ନିର୍ବାଚନକୁ ଆଖି ଆଗରେ ରଖି କରିଥିବା ନେଇ କଟାକ୍ଷ ହୋଇଛି ।

ସେପଟେ ବିଜେଡି ରାସ୍ତାରେ କଂଗ୍ରେସ । କାଲିଠୁ ଆନ୍ଦୋଳନ କରିବ ଦଳ । ୧୧.୨୫ ପ୍ରତିଶତ ନୁହେଁ ଉଚ୍ଚଶିକ୍ଷା ସହ ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କଂଗ୍ରେସ ଦାବି କରିଛି । ଚାପରେ ପଡି ବିଜେପି ସରକାର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ଯେପର୍ଯ୍ୟନ୍ତ ଓବସସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିନି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ପିସିସି ସଭାପତି । ଆସନ୍ତାକାଲିଠୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେବେ କଂଗ୍ରେସ ନେତା ।

ନୌସେନାରେ ସାମିଲ ହେଲା INSV କୌଣ୍ଡିନ୍ୟ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ନୌସେନା ଇତିହାସରେ ନୂଆ ଫର୍ଦ୍ଦ । ନୌସେନାରେ ସାମିଲ ହେଲା INSV କୌଣ୍ଡିନ୍ୟ । କର୍ଣ୍ଣାଟକର କରୱାରରେ ଭାରତୀୟ ନୌସେନାରେ ସାମିଲ ହୋଇଛି INSV କୌଣ୍ଡିନ୍ୟ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହାକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ଥିଲେ ଭାଇସ ଆଡମିରାଲ ରାଜାରାମ ସ୍ବାମୀନାଥନ । ପ୍ରାଚୀନ କାରିଗରୀରେ ଏହା ନିର୍ମିତ ହୋଇଛି । ନୌସେନାର ସାମିଲ ଏହି ଜାହାଜର ନାମ ରହିଛି ଇଣ୍ଡିଆନ ନାଭାଲ ସେଇଲିଂ ଭେସଲ ବା INSV । ଏହି ଜାହାଜରେ ବହୁ ପ୍ରାଚୀନ କୀର୍ତ୍ତିର ନମୁନା ସ୍ଥାନ ପାଇଛି । ଗୁଜରାଟରୁ ଓମାନକୁ ଥିବା ପ୍ରାଚୀନ ରୁଟ ଅନୁସାରେ ଏହି ଜାହାଜ ଯିବ ବୋଲି ସୂଚନା ମିଳିଛି । ଚଳିତବର୍ଷ ଶେଷ ଭାଗରେ ଏହି ଜାହାଜ ଯାତ୍ରା କରିବ ।

ପାଣିପାଗର ଆଳରେ ଉପନିର୍ବାଚନ ସ୍ଥଗିତ ରଖିବା ଲଜ୍ଜାଜନକ ଘଟଣା: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ସକାଳେ ନୋଟିଫିକେସନ ବାହାରିଲା, ଆଉ ସନ୍ଧ୍ୟାରେ ବଦଳିଗଲା । ପାଗ କଥା କହି ଉପ ନିର୍ବାଚନ ବାତିଲ କରିବା ଏକ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେଡି । ପୂର୍ବରୁ କ’ଣ ସେ ପାଗ ବାବଦରେ ଜାଣି ପାରୁ ନଥିଲେ କି ବୋଲି ପ୍ରଶ୍ନ କରିଛି ବିଜେଡି ।

କାହା ଚାପରେ ନିଷ୍ପତ୍ତି ବଦଳିଲା, ନିର୍ବାଚନ କମିଶନ ସ୍ପଷ୍ଟ କରିବା ଉଚିତ । ବିଜେପି ଚାପ ପକାଇ ନିର୍ବାଚନ ସ୍ଥଗିତ କରୁଛି କି ? ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେବାରେ ସିଦ୍ଧହସ୍ତ ।  ପୂର୍ବରୁ ବିଜେପି ଚଞ୍ଚକତା କରି ଜିତିଥିଲେ । ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଗୋଟିଏ ବର୍ଷରେ ସବୁ କ୍ଷେତ୍ରରେ ଫେଲ ହୋଇଛି ବିଜେପି । ସେମାନେ ଡରୁଛନ୍ତି, ଗାଁକୁ ଗଲେ ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସେପଟେ ବିଜେଡି ସହିତ ସ୍ବର ମିଳିଳାଇଛି କଂଗ୍ରେସ । ରାଜ୍ୟ ସରକାର ପରାଜୟ ଭୟରେ ୨୪ ଘଣ୍ଟା ପରେ ନିଷ୍ପତ୍ତି ବଦଳାଇଥିବା ଅଭିଯୋଗ କରିଛି କଂଗ୍ରେସ ।

ବେଦାନ୍ତ ଆଲୁମିନିୟମର ସଙ୍ଗମ ଜଳ ବିଭାଜିକା ପ୍ରକଳ୍ପ ଦୂର କଲା ୪୧ ଗାଁର ଜଳକଷ୍ଟ

ନନ୍ଦିଘୋଷ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ବେଦାନ୍ତର ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଖପାଖର ୪୧ଟି ଗାଁରେ ସଥାୟୀ ଜଳ ବ୍ୟବସ୍ଥା ସହ ପାନୀୟ ଜଳ ଓ କୃଷି ପାଇଁ ‘ସଙ୍ଗମ ଜଳବିଭାଜିକା ପ୍ରକଳ୍ପ’ କାର୍ଯ୍ୟକାରୀ କରାଯାଇଛି ।

ପ୍ରକଳ୍ପ ମାଧ୍ୟମରେ ୩୫୦୦ରୁ ଅଧିକ ଏକର ଚାଷ ଜମିକୁ ଜଳସେଚନ ପାଇଁ ଜଳ ଯୋଗାଉଛି । ଏହା ଜଳ ସଂରକ୍ଷଣ କ୍ଷମତା ଓ ଭୂତଳ ଜଳ ରିଚାର୍ଜ ହାରକୁ ବୃଦ୍ଧି କରୁଛି । ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ, ଏଥିରୁ ୨୨ ହଜାର ଲୋକ ସିଧାସଳଖ ଉପକୃତ ହେବେ । ଗତ ଆର୍ଥିକ ବର୍ଷରେ, ୨୫୦୦ରୁ ଅଧିକ ବ୍ୟକ୍ତି ଗୋଷ୍ଠୀ ଭିତ୍ତିକ ଓ ଚାଷ ପୋଖରୀ ବିକାଶରୁ ସିଧାସଳଖ ଲାଭ ପାଇଛନ୍ତି । ଯାହା ସାମୂହିକ ଭାବରେ ୨.୮୨ ଲକ୍ଷ ଘନ ମିଟର ରିଚାର୍ଜ କ୍ଷମତାକୁ ବୃଦ୍ଧି କରିଛି ।

ସଙ୍ଗମ ଜଳ ବିଭାଜିକା ପ୍ରକଳ୍ପ ଯୋଗୁଁ ବଳଭଦ୍ରପୁର ଗାଁରେ କୃଷି ଉତ୍ପାଦକତାରେ ବୃଦ୍ଧି ଘଟିଛି । ପ୍ରଳ୍ପ ଯୋଗୁଁ ଆଖୁ ଉତ୍ପାଦନ ୨୫ ପ୍ରତିଶତ ବୃଦ୍ଧି ପାଇଛି । ସାମଗ୍ରିକ ପଦ୍ଧତି ମାଧ୍ୟମରେ ଜଳ ସୁରକ୍ଷା, ଉଚ୍ଚମାନର ବିହନ, ସାର ଉପଲବ୍ଧତା, ଫସଲ ସୁରକ୍ଷା, ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ, ବୁନ୍ଦା ଜଳସେଚନ, ଜାଲି ମାଧ୍ୟମରେ ପନିପରିବା ଏବଂ ଷ୍ଟ୍ରବେରୀ ଚାଷ ଭଳି ସ୍ମାର୍ଟ କୃଷି ପଦ୍ଧତିର ପ୍ରୋତ୍ସାହନ ରହିଛି । ପ୍ରକଳ୍ପ ଏନଏଡିଇପି କମ୍ପୋଷ୍ଟିଂ ମାଧ୍ୟମରେ ୭୨ ଏକର ଜମିରେ ଜୈବିକ କୃଷିକୁ ମଧ୍ୟ ସମର୍ଥନ କରୁଛି । ଯାନ୍ତ୍ରିକ କୃଷିକୁ ଆଗକୁ ବଢ଼ାଇବା ପାଇଁ ପାଞ୍ଚଟି କିଷାନ ସେବା କେନ୍ଦ୍ର ସ୍ଥାପନ କରାଯାଇଛି । ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ସ୍ଥାୟୀ ଜୀବିକା, ସ୍ୱଦେଶୀ କଳା ପୁନରୁଦ୍ଧାର, ବର୍ଜ୍ୟରୁ ସମ୍ପଦ ପଦକ୍ଷେପ, ସ୍ୱାସ୍ଥ୍ୟ, ଶିକ୍ଷାରେ ଉନ୍ନତିରେ ସହଯୋଗ କରୁଛି ।

ବେଦାନ୍ତ ଆଲୁମିନିୟମ ସିଇଓ ରାଜୀବ କୁମାର କହିଛନ୍ତି, ‘କଳାହାଣ୍ଡିରେ ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ ତାହା ସହଭାଗୀତା ଏବଂ ନବସୃଜନର ଶକ୍ତିର ପ୍ରମାଣ। ସଙ୍ଗମ ଜଳବିଭାଜିକା ପ୍ରକଳ୍ପ ଏବଂ ଆମର ସମନ୍ୱିତ ବିକାଶ ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ କେବଳ ଜଳ ସୁରକ୍ଷା ଏବଂ କୃଷି ଉତ୍ପାଦକତାକୁ ବୃଦ୍ଧି କରିନାହିଁ ବରଂ ହଜାର ହଜାର ଗ୍ରାମୀଣ ପରିବାରକୁ ସ୍ଥାୟୀ ଜୀବିକା ସହିତ ସଶକ୍ତ କରିଛି । କଳାହାଣ୍ଡିର ଲୋକଙ୍କ ପାଇଁ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଓ ଦୀର୍ଘକାଳୀନ ସମୃଦ୍ଧିକୁ ଆଗେଇ ନେବା ପାଇଁ ଆମେ ପ୍ରଯୁକ୍ତିବିଦ୍ୟା, ଗୋଷ୍ଠୀ ସହଭାଗିତା ଓ ରଣନୈତିକ ମଞ୍ଚକୁ ଉପଯୋଗ କରିବାକୁ ପ୍ରତିବଦ୍ଧ ।’

ଏହି ପ୍ରକଳ୍ପ ବ୍ୟତୀତ, ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ସାମାଜିକ ଭିତ୍ତିଭୂମିରେ ବଡ ଧରଣର ନିବେଶ କରିଛି । ଲାଞ୍ଜିଗଡ଼ରେ ଏହାର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ମାଧ୍ୟମରେ, କମ୍ପାନୀ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦରେ ପ୍ରାୟ ୩ ପ୍ରତିଶ ଅବଦାନ ରଖିଛି । ଏହା ୨୧ଟି ସ୍କୁଲରେ ଭିତ୍ତିଭୂମିକୁ ସମର୍ଥନ କରିଛି । ଡିଏଭି-ବେଦାନ୍ତ ସ୍କୁଲ ପ୍ରତିଷ୍ଠା କରି ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିଛି । ଶିକ୍ଷା ସୁବିଧା ବୃଦ୍ଧି କରିବା ସହଛି ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିଛି । ଏହା ଦକ୍ଷତା ତାଲିମ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜଳବିଭାଜିକା ବିକାଶ, ସ୍ମାର୍ଟ କୃଷି ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ଭଳି ସ୍ଥାୟୀ ଜୀବିକା ସୁଯୋଗକୁ ମଧ୍ୟ ସମର୍ଥନ କରେ । ଯାହା ସବୁ ଜମିର ଗୁଣବତ୍ତା ଉନ୍ନତି କରିଛି । କୃଷି ଆୟ ବୃଦ୍ଧି କରିବା ସହ ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି ।

ଅପରେସନ ସିନ୍ଦୂର: ପାକିସ୍ତାନଠୁ ଅଧିକ ଚିନ୍ତିତ ଚୀନ, ଭାରତ ବିରୋଧରେ ରଚିଲା ୪ଟି ଷଡଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର । ୪ ଦିନରେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହୋଇଗଲା ପାକିସ୍ତାନ । ଭାରତର ଟୁ ଦି ପଏଣ୍ଟ ଆଟାକରେ ଭୁଶୁଡ଼ି ପଡ଼ିଲା ପାକିସ୍ତାନର ସୁରକ୍ଷା କବଜ । ଆଉ ଏହି ସୁରକ୍ଷା କବଜ ପାକିସ୍ତାନକୁ ଯୋଗାଇ ଥିଲା ଚୀନ । ଅର୍ଥାତ ଭାରତର ଆକ୍ରମଣ ଓ ବ୍ରହ୍ମୋସ ଆଟାକର ସାମାନ୍ୟତମ ଟେର ଲଗାଇ ପାରି ନଥିଲା ଚୀନର ଏୟାର ଡିଫେନ୍ସ ସିଷ୍ଟମ୍ । ଏମିତି ସ୍ଥିତିରେ ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ଯେତିକି ଚିନ୍ତିତ ନୁହେଁ, ତା’ଠୁ ଅଧିକ ଟେନସନ ଚୀନର ବଢ଼ି ଯାଇଛି । ଆଉ ଏମିତି ସ୍ଥିତିରେ ପୁଣି ଥରେ ପାକିସ୍ତାନକୁ ବଳ ଦେବାକୁ ଚାଲ ଚଲାଇବା ଆରମ୍ଭ କରି ଦେଇଛି ବେଞ୍ଜିଂ । କାରଣ ଚୀନ ଜାଣିଛି, ଯଦି ପାକିସ୍ତାନ ଶକ୍ତିହୀନ ହୋଇଯିବ ତେବେ ଭାରତ ଆଗରେ ଚୀନ ବି ଦୃର୍ବଳ ହୋଇଯିବ । ଏଥିପାଇଁ ଭାରତ ଅପରେସନ ସିନ୍ଦୂର ସ୍ଥଗିତ ରଖିବା ପରେ ଚୀନ ପାକିସ୍ତାନ ଓ ତାଲିବାନ ବିଦେଶ ମନ୍ତ୍ରୀଙ୍କୁ ବେଞ୍ଜିଂ ଡକାଇଛି । ଏହାସହ ଭାରତକୁ ଦୁର୍ବଳ କରିବାକୁ ୪ଟି ଷଡଯନ୍ତ୍ର ରଚିଛି । ଆସନ୍ତୁ ଜାଣିବା ଚୀନ ଭାରତ ବିରୋଧରେ କି ଷଡଯନ୍ତ୍ର କରୁଛି…

୧. ବେଞ୍ଜିଂରେ ଚୀନ ଏକ ବଡ଼ ବୈଠକ କରୁଛି । ଏଥିରେ ଆଫଗାନିସ୍ତାନ ଓ ପାକିସ୍ତାନକୁ ଏକାଠି ବସାଇବ । ଉଦ୍ଦେଶ୍ୟ ହେଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ।

୨. ଭାରତର ଓ୍ବାଟର ଷ୍ଟ୍ରାଇକରୁ ପାକିସ୍ତାନକୁ ବଞ୍ଚାଇବାକୁ ଲାଗି ପଡ଼ିଛି ଚୀନ ପାକିସ୍ତାନର ଖୈବରଫକ୍ତୁନରେ ଜୀନ ନିର୍ମାଣ କରୁଥିବା ମହମ୍ମଦ ଡ୍ୟାମକୁ ଶୀଘ୍ର ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ଡ୍ୟାମ ନିର୍ମାଣ ହୋଇଗଲେ, ପାକିସ୍ତାନ ବିଦ୍ୟୁତ ଉତ୍ପାଦନ କରିବା ସହ ପେଶାଓ୍ବର ସହରକୁ ଜଳଯୋଗାଣ ହୋଇପାରିବ ।

୩.  ଭାରତ ବିରୋଧରେ ଚୀନର ତୃତୀୟ ଚାଲ ହେଲା ପାକିସ୍ତାନକୁ J-35A ଶୀଘ୍ର ଦେବା । J-35A ଚୀନର ଷ୍ଟେଲ୍ଥ ଫାଇଟର ଜେଟ୍ । ଅପରେସନ ସିନ୍ଦୂରରେ ପାକିସ୍ତାନ ସେନା ଯେମିତି ମାଟି କାମୁଡ଼ିଲା ତାହା ଚୀନକୁ ବିଚଳିତ କରି ଦେଇଛି । ଏବେ ଚୀନ ଚାହୁଁଛି ପାକିସ୍ତାନକୁ ତା’ର ସବୁଠାରୁ ଶକ୍ତିଶାଳୀ ବିମାନ ଶୀଘ୍ର ଦେବାକୁ ।

୪. ଭାରତକୁ ଚାରିପଟୁ ଘେରିବାକୁ ଚୀନ ଯୋଜନା କରୁଛି । ଏହି କ୍ରମରେ ବାଂଲାଦୋରେ ଏୟାରଫିଲ୍ଡ ନିର୍ମାଣ କରୁଛି । ପାକିସ୍ତାନ ପରି ମହୋହମ୍ମଦ ୟୁନୁସ ମଧ୍ୟ ଚୀନ ଇସାରାରେ ନାଚୁଛନ୍ତି । ଭାରତ ସୀମା ନକଟ ଲାଲମୋନିହରାଟ ଏୟାରବେସକୁ ବିକଶିତ କରୁଛି । ଯାହା ଚିକନ ନେକର ବହୁତ ପାଖରେ ରହିଛି ।

ସ୍ଥଗିତ ରହିଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ସ୍ଥଗିତ ରହିଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ । ଜୁନ ୨୩ରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି । ସଅଳ ମୌସୁମୀ ଆସୁଥିବାରୁ ବର୍ଷା ଆଶଂକାରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ମୋଟ ୧୧୩୧ଟି ପଦବୀ ପାଇଁ ଭୋଟିଂ ହୋଇଥାନ୍ତା । ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ବର୍ଷା ଋତୁ ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ତାରିଖ ସମୟ ଦେଖି ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ,ପୁଣି ବାଜି ମାରିଲେ ଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଉଛି । ତିନି ବିଭାଗ କଳା, ବିଜ୍ଞାନ ଓ ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷର ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଫଳ ଏକା ସଙ୍ଗରେ ପ୍ରକାଶ ପାଇଛି । ବିଭାଗୀୟ ମନ୍ତ୍ରୀ ପରୀକ୍ଷା ପୁସ୍ତକ ଉନ୍ମୋଚନ କରିଥିଲେ ।

ମୋଟ ୮୨.୭୬ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ପୁଣି କମାଲ କରିଛନ୍ତି ଛାତ୍ରୀ । ୮୭.୨୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୭୭.୮୮ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି । କଳାରେ ୮୦.୫୧ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୮୧.୭୧ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଧନ୍ଦାମୂକଳ ପରୀକ୍ଷାରେ ୬୦.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଛି । ସେହିପରି କଳାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ନବରଙ୍ଗପୁରରେ ପାସହାର ସର୍ବନିମ୍ନ ରହିଛି । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସହାର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ରହିଛି । ବିଜ୍ଞାନରେ ବୌଦ୍ଧ ଜିଲ୍ଲାର ପାସହାର ସର୍ବନିମ୍ନ ହୋଇଥିବା ବେଳେ କାଣିଜ୍ୟରେ ବଲାଙ୍ଗୀର ଜିଲ୍ଲାର ପାସ ହାର ସର୍ବନିମ୍ନ ରହିଛି ।

ବିଜ୍ଞାନରେ ପାସ ହାର ୮୭. ୫୦ ପ୍ରତିଶତ ରହିଛି । ବିଜ୍ଞାନରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୯୦୬ ଜଣ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୫୪ ହଜାର ୯୪୭ ଜଣ ପାସ କରିଛନ୍ତି । ସେହିପରି ଦ୍ଵିତୀୟ ଶ୍ରେଣୀରେ ୨୬ ହଜାର ୪୨୪ ଓ ତୃତୀୟ ଶ୍ରେଣୀରେ ୧୪ ଗହାର ୯୫୪ ଜଣ ପାସ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ବିଜ୍ଞାନରେ ସର୍ବାଧିକ ୯୭.୫୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

କଳାରେ ପାସ ହାର ୮୦. ୫୧ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧୭୧ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୪୦ ହଜାର ୩୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଦ୍ଵିତୀୟ ଶ୍ରେଣୀରେ ୩୬ ହଜାର ୮୬୬ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ୧୯ ହଜାର ୧୬୮ ଜଣ ପାସ କରିଛନ୍ତି । କଳାରେ ବରଗଡ଼ରେ ସର୍ବାଧିକ ୮୭.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ବାଣିଜ୍ୟରେ ପାସ ହାର ୮୩.୨୦ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୨୦୪ ଜଣ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୬ ହଜାର୯୩୦, ଦ୍ଵିତୀୟ ଶ୍ରେଣୀରେ ୪ ହଜାର ୫୨୫, ତୃତୀୟ ଶ୍ରେଣୀରେ ୯ ହଜାର ୨୧୬ ଜଣ ପାସ କରିଛନ୍ତି । ବାଣିଜ୍ୟରେ ନୟାଗଡ଼ରେ ସର୍ବାଧିକ ୯୩. ୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୬୦.୫୭ ପ୍ରତିଶତ ରହିଛି । ଜଣେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୬୭୮, ଦ୍ଵିତୀୟ ଶ୍ରେଣୀରେ ୧୭୫୮ ଓ ତୃତୀୟ ଶ୍ରେଣୀରେ ୭୮୧ ଜଣ ପାସ କରିଛନ୍ତି । ବାଲେଶ୍ଵରରେ ସର୍ବାଧିକ ୮୩.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

chseodisha.nic.in ଓ odisharesults.nic.in ୱେବସାଇଟରେ ରେଜଲ୍ଡ ଦେଖି ପାରିବେ ।

ପୂଜାରୀ ବେଶରେ ଲୁଚିଥିବା ସିରିୟଲ କିଲର ‘ଡକ୍ଟର ଡେଥ୍’ ଗିରଫ

ନନ୍ଦିଘୋଷ ବ୍ୟୁରୋ: ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରି କୁମ୍ଭୀରଙ୍କୁ ଖୁଆଉ ଥିବା ସିରିୟଲ କିଲର ଦେବେନ୍ଦ୍ର ଶର୍ମା (୬୭) ଓରଫ ଡକ୍ଟର ଡେଥ୍ ଗିରଫ । ରାଜସ୍ଥାନର ଏକ ଆଶ୍ରମରେ ପୂଜାରୀ ବେଶରେ ଲୁଚିଥିବା ବେଳେ ସୋମବାର ସନ୍ଧ୍ୟାରେ ପୋଲିସ ଗିରଫ କରିଛି । ଆୟୁର୍ବଦ ଡକ୍ଟରରୁ ସିରିୟଲ କିଲର ବନିଥିବା ଦେବେନ୍ଦ୍ର ପରୋଲରେ ଯାଇଥିବା ବେଳେ ଫେରାର ହୋଇଯାଇଥିଲା । ତା’ ବିରୋଧରେ ଏକାଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାମଲା ରହିଛି । ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାରେ ଭିନ୍ନ ଭିନ୍ନ ମାମଲାରେ ତାକୁ ଆଜୀବନ ଜଲ ଦଣ୍ଡାଦେଶ ହୋଇଛି । ଗୁରୁଗ୍ରାମର ଏକ କୋର୍ଟରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ୫୦ରୁ ଅଧିକ ଲୋକଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

ଅଟୋ ଓ ଟ୍ରକ ଡ୍ରାଇଭର ଥିଲେ ଟାର୍ଗେଟରେ

ଡେପୁଟି କମିଶନ ଅଫ ପୋଲିସ ଆଦିତ୍ୟ ଗୌତମ କହିଛନ୍ତି ୨୦୦୨ରୁ ୨୦୦୪ ମଧ୍ୟରେ ଏକାଧିକ ଟ୍ରକ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ତିହାର ଜେଲରେ ଆଜୀବନ କାରା ଦଣ୍ଡାଦେଶ କାଟୁଥିଲା । ୨୦୨୩ ଅଗଷ୍ଟରେ ପରୋଲରେ ବାହାରକୁ ଆସିଥିଲା । ଦେବେନ୍ଦ୍ର ଏବଂ ତା’ର ସହଯୋଗୀମାନେ ଡ୍ରାଇଭରଙ୍କୁ ଭଡ଼ାରେ ଯିବା ପାଇଁ ଡକାଉଥିଲେ । ଏହାପରେ ସେମାନଙ୍କୁ ହତ୍ୟା କରିବା ପରେ ଗାଡ଼ିକୁ ବ୍ଲାକ ମାର୍କେଟରେ ବିକ୍ରି କରି ଦେଉଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଉତ୍ତର ପ୍ରଦେଶର କାସଗଞ୍ଜରେ ହଜାରା ନାଳରେ କୁମ୍ଭୀରଙ୍କୁ ଖାଇବାକୁ ଫିଙ୍ଗି ଦେଉଥିଲେ ।

ପ୍ରଥମେ ଚଲାଉଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟ୍

ଆଦିତ୍ୟ ଗୌତମଙ୍କ ଅନୁସାରେ ଦେବେନ୍ଦ୍ରର ଲମ୍ବା ଅପରାଧିକ ଇତିହାସ ରହିଛି । ଯେଉଁଥିରେ ହତ୍ୟା, ଅପହରଣ ଓ ଡକାୟତି ଭଳି ୨୭ରୁ ଅଧିକ ମାମଲା ରହିଛି । ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ କିଡନୀ ପ୍ରତ୍ୟାରୋପଣ ରାକେଟ୍ ଚଲାଇବା ପାଇଁ କୁଖ୍ୟାତ ଥିଲା । ବିଏଏମଏସ (ଆୟୁର୍ବେଦକ ଚିକିତ୍ସା ଓ ସର୍ଜରୀ)ରେ ସ୍ନାତ ଡିଗ୍ରୀଧାରୀ ଦେବେନ୍ଦ୍ର ୧୯୮୪ରେ ରାଜସ୍ଥାନରେ ଏକ କ୍ଲିନୀକ ଖୋଲିଥିଲା । ରାଜ୍ୟା ଏକାଧିକ ଡାକ୍ତର ଓ ମଧ୍ୟସ୍ଥିଙ୍କ ଜରିଆାରେ ୧୨୫ରୁ ଅଧିକ ଅବୈଧ କିଡନୀ ପ୍ରତ୍ୟାରୋପଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା ।

ଲୁଟ ଓ ହତ୍ୟା ପାଇଁ ଗଢ଼ିଥିଲା ଗ୍ୟାଙ୍ଗ

ପୋଲିସ ସୂଚନା ଅନୁସାରେ, ୧୯୯୫ରୁ ୨୦୦୪ ମଧ୍ୟରେ ଏକ ଗ୍ୟାଙ୍ଗ ଗଢ଼ିଥିଲା । ଯେଉଁମାନେ ଏଲପିଜି ସିଲିଣ୍ଡର ନେଉଥିବା ଗାଡିକୁ ଅଟକାଉ ଚାଳକଙ୍କୁ ମାରିବା ପରେ ସିଲିଣ୍ଡର ସହ ଗାଡ଼ି ଲୁଟି ନେଉଥିଲେ । ଟ୍ରକ ଲୁଟ ପରେ ଗ୍ୟାଙ୍ଗର ସଦସ୍ୟମାନେ ଟ୍ରକକୁ କବାଡ ବଜାରରେ ବିକ୍ରି କରି ଦେଉଥିଲେ । ସେହିପରି ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିଲା । ତା’ ଉପରେ ଦୁଇ ଡର୍ଜନରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପଚରାଉଚରା ବେଳେ ସେ ଏକ ଗ୍ୟାଙ୍ଗର ସଦସ୍ୟ ଥିବା ମଧ୍ୟ ସ୍ବୀକାର କରିଥିଲା । ପ୍ରତି ମାମଲା ପାଇଁ ୭ ଲକ୍ଷ ଟଙ୍କା ନେଉଥିଲା ।

୬ ମାସ ଧରି ଖୋଜୁଥିଲା ପୋଲିସ

ଦେବେନ୍ଦ୍ର କିଡନୀ ରାକେଟ ଓ ସିରିୟଲ ହତ୍ୟା ମାମଲାରେ ୨୦୦୪ରେ ଗିରଫ ହୋଇଥିଲା । ତିହାର ଜେଲରେ ଥିବା ବେଳେ ୨୦୨୩ରେ ପରୋଲରେ ଆସି ଫେରାର ହୋଇଯାଇଥିଲା । ଅପରାଧ ଶାଖାକୁ ତା’ର ସନ୍ଦାନ କାମ ଦିଆଯାଇଥିଲା । ଅଲିଗଡ଼, ଜୟପୁର, ଦିଲ୍ଲୀ, ଆଗରା ଓ ପ୍ରୟାଗରାଜ ସମେତ ଅନ୍ୟ ସହରରେ ପ୍ରାୟ ୬ ମାସ ଯାଞ୍ଚ ପରେ ଦୌସାର ଏକ ଆଶ୍ରମରେ ଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲା । ନକଲି ପରିଚୟ ପତ୍ର କରି ସେଠାରେ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ରହୁଥିଲା ।

ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ, ପରୋଲରେ ଆସିବା ପରେ ଦେବେନ୍ଦ୍ର ଫେରାର ହେବା । ୨୦୨୦ ଜାନୁଆରୀ ୨୮ରେ ୨୦ ଦିନିଆ ପରୋଲରେ ଯାଇ ଫେରାର ହୋଇଯାଇଥିଲା । ୭ ମାସ ଫେରାର ରହିବା ପରେ ଅପରାଧ ଶାଖା ତାକୁ ଦିଲ୍ଲୀରୁ ଫିରଫ କରିଥିଲା ।