ନନ୍ଦିଘୋଷ ବ୍ୟୁରୋ : ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା। କ୍ୟାପିଟାଲ ଜିଉସ୍ ମ୍ୟୁଜିୟମ ନିକଟରେ ଘଟିଛି ଗୁଳିକାଣ୍ଡ। ଇହୁଦିଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କର୍ମଚାରୀଙ୍କ ଉପରେ ହୋଇଛି ଗୁଳିମାଡ। ଅତି ନିକଟରୁ ୨ ଷ୍ଟାଫଙ୍କୁ ଗୁଳି କରାଯାଇଥିବା ସୂଚନା। ଗୁଳିମାଡରେ ଜଣେ ମହିଳା ଓ ଜଣେ ପୁରୁଷ ନିହତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ହୋମଲ୍ୟାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ କ୍ରିସ୍ତି ନୋଏମ। ଗୁଳିକାଣ୍ଡ ଘଟଣା ନେଇ ପୋଲିସର ତଦନ୍ତ ଜାରି ରହିଛି। ଅପରାଧୀଙ୍କୁ ଧରିବା ଲାଗି ପୋଲିସର ତନାଘନା କରିଛି। ଘଟଣାର ସମୀକ୍ଷା କରିଛନ୍ତି ଏଫବିଆଇ ନିର୍ଦ୍ଦେଶକ କାସ ପଟେଲ। ୱାଶିଂଟନରେ ଇହୁଦି ବିରୋଧୀ ଆତଙ୍କବାଦକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାବେଳେ ସେଠାରେ ଇସ୍ରାଏଲ ରାଷ୍ଟ୍ରଦୂତ ନଥିଲେ।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅପରେସନ ସିନ୍ଦୂରର ଝଲକ, ସିନ୍ଦୂର ପିନ୍ଧି ପହଞ୍ଚିଲେ ଅଭିନେତ୍ରୀ
ନନ୍ଦିଘୋଷ ବ୍ୟୁରୋ : ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଫରାସୀ ସହର କାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରାଯାଇଛି। ଏହି ଉତ୍ସବ ୧୩ ମଇରେ ଆରମ୍ଭ ହୋଇଥିଲା ଏବଂ ୨୪ ମଇ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବରେ ସାରା ବିଶ୍ୱର ଷ୍ଟାରମାନେ ଅଂଶଗ୍ରହଣ କରୁଛନ୍ତି। ଏହି ଫେଷ୍ଟିଭାଲରେ ଏପରି କିଛି ଦେଖିବାକୁ ମିଳିଛି, ଯାହାକୁ ଅପରେସନ ସିନ୍ଦୂର ସହିତ ଯୋଡାଯାଉଛି। କୁହାଯାଉଛି ଯେ ଦୁଇଜଣ ବଲିଉଡ୍ ଅଭିନେତ୍ରୀ ଅନ୍ତର୍ଜାତୀୟ ସ୍ତରରେ ଅପରେସନ ସିନ୍ଦୂରକୁ ପ୍ରତିନ୍ୱଧିତ କରିଛନ୍ତି । ଜଣେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଆଉଜଣେ ଅଦିତି ରାଓ ହାଇଦରୀ।

ପ୍ରକୃତରେ, ମେ ୨୨ ତାରିଖରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ। ଅନେକ ମହିଳାଙ୍କ କପାଳରୁ ସିନ୍ଦୁର ଲିଭିଯାଇଥିଲା। ୭ ମଇରେ, ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ।
ନିକଟରେ ଐଶ୍ୱର୍ଯ୍ୟା ରାୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଐଶ୍ୱର୍ଯ୍ୟା ଏକ ସୁନ୍ଦର ବନାରସୀ ଶାଢ଼ିରେ ଦେଖିବାକୁ ମିଳିଥିଲା। ସେ ମଧ୍ୟ ଅଳଙ୍କାର ପିନ୍ଧିଥିଲେ। ତଥାପି, ଅଧିକାଂଶ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜିନିଷଟି ଥିଲା ସିନ୍ଦୂର। ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବା ମାତ୍ରେ, ତାଙ୍କ ଲୁକକୁ ଅପରେସନ ସିନ୍ଦୂର ସହିତ ଯୋଡିବା ନେଇ ଆଲୋଚନା ଆରମ୍ଭ ହୋଇଗଲା। କେବଳ ଐଶ୍ୱର୍ଯ୍ୟା ନୁହେଁ, ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏହି ଅନ୍ତର୍ଜାତୀୟ ମହୋତ୍ସବରେ ସିନ୍ଦୂର ପିନ୍ଧି ଯୋଗ ଦେଇଥିଲେ। ସେହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଅଦିତି ରାଓ ହାଇଦରୀ। ଅଦିତି ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ତାଙ୍କର କାନ୍ସ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଲାଲ ଶାଢ଼ି ପିନ୍ଧିଥିବାର ଦେଖାଯାଉଛି। ସେ ତାଙ୍କ କପାଳରେ ବିନ୍ଦି ମଧ୍ୟ ପିନ୍ଧିଛନ୍ତି।

ଅଦିତି ସିନ୍ଦୁର ଲଗାଇ ତାଙ୍କ ଲୁକକୁ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଲୁକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଲୁକକୁ ପ୍ରଶଂସା କରୁଛନ୍ତି। ଅଦିତିଙ୍କ ବିଷୟରେ ଏହା ମଧ୍ୟ କୁହାଯାଉଛି ଯେ ସେ ଅପରେସନ ସିନ୍ଦୂର ଯୋଗୁଁ ସିନ୍ଦୂର ପିନ୍ଧି ଏହି ଉତ୍ସବରେ ଯୋଗ ଦେଇଥିଲେ।
ପୁଣି ରାଜଧାନୀରେ ମର୍ଡର, ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଠାବ
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗୀ ସ୍ଥିତ ଖଣ୍ଡୁଆଳ ସାହିରେ । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ସନାତନଙ୍କ ଭାଇ ରବୀନ୍ଦ୍ର ବେହେରା । ମୃତକଙ୍କ ବୟସ ୩୩ ବୟସ। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଛିଡା ହୋଇ ଶ୍ରମିକ ଭାବେ କାମ କରନ୍ତି ।
ଅନେକ ସମୟରେ ନିଶା ସେବନ କରି ଘରେ ଓ ବାହାରେ ମାରପିଟ କରନ୍ତି ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି । ସେପଟେ ଲିଙ୍ଗରାଜ ଷ୍ଟେସନ ରୋଡ଼ ନିକଟରେ ବାହାରୁ ଆସି ଲୋକେ ଶ୍ରମିକ ଭାବେ କାମ କରୁଥିବାରୁ ଷ୍ଟେସନ ନିକଟରେ ନିଶା କାରବାର ବଢୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ସିସିଟିଭିକୁ ଯାଞ୍ଚ କରାଯାଇଛି । ଲିଙ୍ଗରାଜ ଷ୍ଟେସନ ନିକଟ ଜନଗହଳି ପୂର୍ଣ୍ଣ ସ୍ଥାନରେ କିଭଳି ଅଭାବନୀୟ ଘଟଣା ଘଟିଲା ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ ।
ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ
ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମରେ ପୁଣି ଫୁଟିଲା ଗୁଳି । କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ ହୋଇଛି। ଗୁଳି ମାଡର ଶିକାର ହୋଇଥିବା ମହିଳା ଜଣକ ହେଲେ ୪୦ବର୍ଷୀୟ ଭାବିନୀ ରାଉତ । ଭାବିନୀଙ୍କ ସଂପର୍କୀୟ ଭଣଜା ସୁରେଶ ପ୍ରଧାନ ଗୁଳି କରିଛନ୍ତି । ସୂଚନା ଅନୁସାରେ ଭଣଜା ସୁରେଶ ସୁଶାନ୍ତ ରାଉତ ଟାର୍ଗେଟ୍ କରିଥିଲେ । ତେବେ ସାମ୍ନାକୁ ଆସି ଯାଇଥିଲେ ସୁରେଶଙ୍କ ସ୍ତ୍ରୀ ଭାବିନୀ । ଭବାନୀଙ୍କୁ ଗୁରୁତର ଅବସ୍ଥାରେ ଗତ ବିଳମ୍ବିତ ରାତିରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଖବର ପାଇ କୋଦଳା ପୋଲିସ ଗତ ରାତିରୁ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।
ଜାମୁ ଓ କାଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ
ନନ୍ଦିଘୋଷ ବ୍ୟୁରୋ : ଜାମୁ ଓ କାଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ। ସିଙ୍ଗପୁରାର ଚେଟରୁରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ। ୩ରୁ ୪ ଜଣ ଆତଙ୍କୀଙ୍କୁ ଘେରାବନ୍ଦୀ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି। ସନ୍ଦିଗ୍ଧ ସ୍ଥଳଗୁଡିକରେ ଯବାନଙ୍କ ଅପରେସନ ଚାଲିଥିବା ସୂଚନା ମିଳିଛି। ଅପରେସନରେ ଜାମୁ ଓ କାଶ୍ମୀର ପୋଲିସ ବି ସାମିଲ ଅଛି। ସେଠାରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଛି ଅପରେସନ।
ମରଣାନ୍ତକ ଆକ୍ରମଣ କରି ଲୁଟିଲେ ସୁନା ଗହଣା
ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ସୋର ଦୟାନିଧିପୁର ଗାଁରେ ରାତି ଅଧରେ ଗୁଳି ଫୁଟାଇ ଲୁଟ୍ । ମରଣାନ୍ତକ ଆକ୍ରମଣ କରି ଲୁଟିଲେ ସୁନା ଗହଣା । ୨ ରାଉଣ୍ଡ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବଳରାମ ରାଉତଙ୍କ ଛାତିରେ ଓ ପ୍ରଶାନ୍ତ ରାଉତଙ୍କ କାନରେ ବାଜିଛି ଗୁଳି । ୫ ସଦସ୍ୟଙ୍କୁ ବାନ୍ଧି ନିସ୍ତୁକ ପିଟି ଲୁଟ୍ । ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା । ଆନୁମାନିକ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟ୍ ।
ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ। ଆଜି ସୁଦ୍ଧା ଭାରତ ଛାଡ଼ିବାକୁ ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଏହି ଅଧିକାରୀଙ୍କୁ ପର୍ସନ ନନ୍ ଗ୍ରାଟା ଘୋଷଣା କରାଯାଇଛି। ଅର୍ଥାତ ସେ ଆଉ ଭାରତରେ ରହିପାରିବେ ନାହିଁ। ନିଜ ପଦବୀ ବାହାରେ ସେ ଅନ୍ୟ କାମରେ ଲିପ୍ତ ଥିବାର ପ୍ରମାଣ ପାଇଥିଲା ଭାରତ। ତେଣୁ ତାଙ୍କୁ ପର୍ସନ ନନ୍ ଗ୍ରାଟା ଘୋଷଣା କରାଯାଇଛି। ୮ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଘଟଣା। ଆଗରୁ ପାକିସ୍ତାନର ଆଉ ଜଣେ ଅଧିକାରୀଙ୍କୁ ଏପରି ବହିଷ୍କାର କରିଥିଲା ଭାରତ।
OBCଙ୍କୁ ସଂରକ୍ଷଣ ଦାବିରେ ଆଜିଠୁ କଂଗ୍ରେସର ଆନ୍ଦୋଳନ
ନନ୍ଦିଘୋଷ ବ୍ୟୁରୋ : ବିଜେଡି ରାସ୍ତାରେ କଂଗ୍ରେସ । ଆଜିଠୁ ଆନ୍ଦୋଳନ କରିବ ଦଳ । ୧୧.୨୫ ପ୍ରତିଶତ ନୁହେଁ ଉଚ୍ଚଶିକ୍ଷା ସହ ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କଂଗ୍ରେସ ଦାବି କରିଛି । ଚାପରେ ପଡି ବିଜେପି ସରକାର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ଯେପର୍ଯ୍ୟନ୍ତ OBCଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ନମିଳିଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ପିସିସି ସଭାପତି । ଆଜିଠୁ ଅହୋରାତ୍ର ଧାରଣା ଦେବ କଂଗ୍ରେସ । ଲୋୟର ପିଏମଜିରେ ଧାରଣା ଦେବେ କଂଗ୍ରେସ ନେତା । ଉଚ୍ଚଶିକ୍ଷା ସହ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି ।
୩ ବର୍ଷ ପରେ ପୁଣି ଓଡ଼ିଶାକୁ ଫେରିଲା କରୋନା; ଭୁବନେଶ୍ଵରରେ ଜଣେ ଆକ୍ରାନ୍ତ ଚିହ୍ନଟ
ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ୩ ବର୍ଷ ପରେ ପୁଣି ଓଡ଼ିଶାକୁ ଫେରିଲା କରୋନା । ରାଜଧାନୀ ଭୁବନେଶ୍ଵରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିଲେ। କୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସମୃକ୍ତ ବ୍ୟକ୍ତି ଟେଷ୍ଟ କରିଥିଲେ। ତା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ସେ କ୍ୱାରେନଟାଇନରେ ରହିଥିବା କୁହାଯାଉଛି। କିନ୍ତୁ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ଅଫିସିଆଲି କୌଣସି ସୂଚନା ଦିଆଯାଇ ନାହିଁ।
ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ
ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଛତିଶ ନିଯୋଗ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ଚଳିତବର୍ଷ ରଥଯାତ୍ରା ଦିନ ସକାଳ ୬ଟାରୁ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ । ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯାଇ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବ । ଅପରାହ୍ନ ୪ଟାରେ ରଥ ଟଣା ନୀତି କରାଯିବାକୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି l
ସେହିପରି ଜୁନ ୧୧ ତାରିଖ ଦିନ ପଡୁଥିବା ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିର ହୋଇଛି । ଭୋର ୫ଟାରୁ ପହଣ୍ଡି ଆରମ୍ଭ କରାଯାଇ ଦିନ ୧୨ଟା ୨୦ରୁ ୧ଟା ୪୫ମଧ୍ୟରେ ଶ୍ରୀବିଗ୍ରହଙ୍କ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ l ଅପରାହ୍ନ ୪ଟା ୩୦ରେ ହାତୀବେଶ ଅନୁଷ୍ଠିତ ହେବ । ବାହୁଡା ଦିନ ଅପରାହ୍ନ ୪ଟା ସୁଦ୍ଧା ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଥିବାବେଳେ ଜୁଲାଇ ୬ ତାରିଖ ମହାପ୍ରଭୁଙ୍କର ରଥ ଉପରେ ସୁନାବେଶ ସନ୍ଧ୍ୟା ୫ଟାରୁ ୬ଟା ୩୦ମଧ୍ୟରେ କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି l
ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ସବୁ ନୀତି ନିର୍ଘଣ୍ଟ ଆଲୋଚନା କରାଯାଇ ସ୍ଥିର କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଆଗାମୀ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି l ଗତବର୍ଷ ଆଡପ ମଣ୍ଡପ ବିଜେ ସମୟରେ ଚାରମାଳ ଉପରେ ବଳଭଦ୍ର ମହାପ୍ରଭୁ ପଡିଯିବା ଘଟଣାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ ଅନେକ ପ୍ରସ୍ତାବ ପ୍ରଦାନ କରାଯାଇଥିଲା l ଏ ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଶୃଙ୍ଖଳିତ ରଥଯାତ୍ରା କରାଇବା ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି l
ଚଳିତବର୍ଷ ଛତିଶା ନିଯୋଗରେ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଥିବାବେଳେ ପରିଚାଳନା କମିଟି ଗଠନ ହୋଇ ନଥିବାରୁ ଏହି ନୀତି ନିର୍ଘଣ୍ଟକୁ ନେଇ ଏକ ସ୍ୱତନ୍ତ୍ର ବୈଠକରେ ଅନୁମୋଦନ କରାଯାଇ ରଥଯାତ୍ରା ସମାପନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି l ତେବେ ପରିଚାଳନା କମିଟି ଗଠନ ନେଇ ସରକାରଙ୍କର ଅନୁମୋଦନ ଅପେକ୍ଷାରେ ରହିଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିବାବେଳେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଆଶୀର୍ବାଦରେ ଶୃଙ୍ଖଳିତ ଭାବେ ରଥଯାତ୍ରା କରିବା ନେଇ ଲକ୍ଷ୍ୟ ରଖାଯାଇଛି l ଆଜିର ବୈଠକରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ନେଇ ସେବାୟତମାନେ ମତ ରଖିଥିଲେ l ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତା ଯୋଗ ଦେଇଥିଲେ ।

