spot_img
Home Blog Page 780

ଅନ୍ଧବିଶ୍ଵାସର ନଗ୍ନ ଚିତ୍ର, ଗର୍ଭବତୀଙ୍କ ମୃତ୍ୟୁ ପରେ ପେଟରୁ ବାହାର କଲେ ଭୃଣ

କଟକ : ଆଧୁନିକ ଯୁଗରେ ବି ଲୋକଙ୍କ ମନରୁ ଲିଭିନି ଅନ୍ଧ ବିଶ୍ଵାସ । ଆଜି ବି କୁପ୍ରଥାରୁ ବାହାରିପାରୁନାହାଁନ୍ତି ଲୋକେ । ଏପରି କିଛି ଘୃଣ୍ଯ ଦୃଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ । ଯାହା ଦେଖିଲେ ଯେକେହି ଚକିତ ହୋଇଯିବେ । ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟ ଚିରି ଭୃଣକୁ ବାହାର କରାଯାଇ ଗଛରେ ଡେରି ଦିଆଯାଇଛି । ଅନ୍ଧବିଶ୍ଵାସ ରହିଛି, ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେଲେ ସେ ଚିରୁଗୁଣୀ ହୋଇଯାଆନ୍ତି। ସେଇ ଅନ୍ଧବିଶ୍ବାସରେ ମହିଳାଙ୍କର ଶବ ଶତ୍କାର କରିବା ବଦଳରେ ଗଛରେ ଡେରି ଦିଆଯାଇଥିଲା । ସୂଚନା ମୁତାବକ ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ । ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା । କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ। ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସୋମବାର ଦିନ ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ପଦ୍ମିନୀଙ୍କ ପେଟ ଚିରି ଭୃଣକୁ ବାହାର କରି ନଦୀ କୂଳରେ ଏକ ଗଛ ମୂଳରେ ଡେରି ବସାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝାସୁଝା କରିଥିଲେ। ପରେ ସେମାନେ ମୃତଦେହଟିକୁ ବସାଯାଇଥିବା ସ୍ଥାନରୁ ଆଣି ମାଟି ଖୋଳି ପୋତାଯାଇଥିଲା । ତେବେ ଏପରି କୁସଂସ୍କାରକୁ ଆଜିର ସମାଜରୁ ଦୁରେଇ ଦେବାକୁ ହେଲେ ଅଧିକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହେତୁବାଦୀ। ଘଟଣାରେ କିଛି ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ବୁଝାସୁଝା ପରେ ମୃତ ଦେହକୁ ପୋତାଯାଇଥିଲା ।

ହାଇକୋର୍ଟରେ ଜାମିନ ଆବେଦନ କଲେ ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥୀବାବା

ନନ୍ଦିଘୋଷ ବ୍ୟୁରୋ: ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ହାଇକୋର୍ଟରେ ଜାମିନ ଆବେଦନ। ୨୦୧୬ରେ ତାଙ୍କ ବିରୋଧରେ ହୋଇଥିବା ଏକ ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସାରଥି। ୨୦୧୬ ମସିହାରେ ପ୍ରଦ୍ୟୁମ୍ନ ପାତ୍ର ସାରଥି ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରିଥିଲେ। ଏହି ଆଧାରରେ ଅଭିଯୁକ୍ତ ମଙ୍ଗୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦେବେନ୍ଦ୍ର ରାଉଳ, ବିଶ୍ଵପ୍ରକାସ ପାତ୍ରଙ୍କୁ ଜାମିନ ମିଳିଥିଲା ।ହେଲେ ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଜାମିନ ମିଳିନଥିଲା। ସାରଥି ଓରଫ ସନ୍ତୋଷ ରାଉଳ ଜେଲରେ ଥାଇ ଷଡଯନ୍ତ୍ର କରୁଥିବା କାରଣରୁ ସାରଥୀଙ୍କ ସମେତ ତାଙ୍କର ଅନ୍ୟ ୩ ଜଣ ସହଯୋଗୀଙ୍କ ନାମରେ ଏତଲା ହୋଇଥିଲା। ସେଥିରୁ ଦୁଇ ଜଣଙ୍କୁ ଜାମିନ ମିଳିଥିବା ବେଳେ ଆଜି ସାରଥି ଓରଫ ସନ୍ତୋଷ ରାଉଳ ଜାମିନ ପାଇଁ ହାଇ କୋର୍ଟରେ ଆବେଦନ କରିଛନ୍ତି।.

ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ଆରଆଇ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ଆରଆଇ । ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅଧିନସ୍ଥ ଗଣ୍ଡାନାଳୀ ଆରଆଇ ଶଶି ଭୂଷଣ ବେହେରା ଜମିବାଡ଼ିର କିସନ ପରିବର୍ତ୍ତନ ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।ଏହା ସହିତ ତାଙ୍କ ପ୍ରାଇଭେଟ ପିଅନ ବିଷ୍ଣୁ ଭୁଷଣ ଖଟୁଆଙ୍କୁ ମଧ୍ୟ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ଆରଆଇ ଶଶି ଭୂଷଣ ବେହେରାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଗଣ୍ଡାନାଳି ଅଫିସ ସହିତ ହିନ୍ଦୋଳ ତହସିଲ ଅଫିସ, ଢେଙ୍କାନାଳ ବାସଭବନ ଓ ଯୋରନ୍ଦା ସ୍ଥିତ ପୈତୃକ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ଆରଆଇଙ୍କୁ ଢେଙ୍କାନାଳ ସ୍ଥିତ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ହିନ୍ଦୋଳ ତହସିଲଦାରଙ୍କ ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ….

ନକଲି ଡାକ୍ତର ଗରିଫ, ବିପୁଳ ମେଡିସିନ ଜବତ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରୁ ନକଲି ଡାକ୍ତର ଗିରଫ । ଦୀର୍ଘ ଦେଢ଼ ବର୍ଷ ଧରି ଏଭଳି ରୋଗୀଙ୍କ ଚିକିତ୍ସା କରିବା ପରେ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ । ଗିରଫ ନକଲି ଡାକ୍ତର ଜଣକ ହେଲେ ପ୍ରସନ୍ନଜିତ୍ ସରକାର । ଗତ କିଛି ମାସ ହେଲା ନକଲି ଡାକ୍ତର ଆର୍ଯ୍ୟପଲ୍ଲୀରେ ବୁଲୁଥିବା ନେଇ ଅଭିଯୋଗ ହୋଇଥିଲା । ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଗାନ୍ଧୀ ଛକ ଠାରେ ପ୍ରସନ୍ନଜିତ୍ ସରକାର ନାମକ ଜଣେ ଯୁବକଙ୍କ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରିଥିଲା । ସମ୍ପୃକ୍ତ ଡାକ୍ତର ଜଣକ ବିନା ଲାଇସେନ୍ସରେ କ୍ଲିନିକ କରିଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ ବୋଲି ଜଣାପଡ଼ିଛି । ସେ ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗରୁ ଆସି ଆର୍ଯ୍ୟପଲ୍ଲୀରେ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିଲେ । ପୋଲିସ ପ୍ରସନ୍ନଜିତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବିପୁଳ ପରିମାଣର ମେଡିସିନ ଜବତ କରିଛି ।

ମାଲବାହୀ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ: ରେଳ ଧାରଣାରୁ ଖସିଲା ଟ୍ରେନ । ମାଲ ବୋଝେଇ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ଆରୁକୁ – କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । KOKG ନାମକ ମାଲ ବୋଝେଇ ଟ୍ରେନ ଟିରେ ପ୍ରାୟ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା । ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ବିଶାଖାପାଟଣାରୁ କିରଣ୍ଡୁଲକୁ ରାୟଗଡ଼ା ଦେଇ ଗାଡ଼ି ଚଳାଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବା ସମ୍ଭାବନା ରହିଛି ।

ପ୍ରେମିକକୁ ଘରକୁ ଡାକୁଥିଲା ମାଆ, ଝିଅ ଖୋଲି ଦେଲା ଗୁମର..

ନନ୍ଦିଘୋଷ ବ୍ୟୁରୋ: ଜଟଣୀ ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା । ମାଆର କଳା କାରନାମା ଦେଖି ଦେବାରୁ ନାବାଳିକା ଝିଅକୁ ଦଲାଲକୁ ବିକିଦେଲା ମାଆ। ସମସ୍ତେ ଶୋଇବା ପରେ ପ୍ରେମିକକୁ ଘରକୁ ଡାକୁଥିଲା। ଝିଅ ଦେଖିଦେବାରୁ ପ୍ରେମିକ ସହ ମିଶି ଝିଅକୁ ମାଡ଼ ମାରିବା ସହ ମାସେ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲା ମାଆ। ପରେ ନାବାଳିକା ଝିଅକୁ ଜଣେ ଦଲାଲକୁ କିଛି ପଇସାରେ ବିକ୍ରି କରି ଦେଇଥିଲା। ନାବାଳିକା ଝିଅ କୌଶଳ କ୍ରମେ ସେଠାରୁ ଖସି ଆସି ଜଟଣୀ ଥାନାରେ ଘଟଣା ସଂପର୍କରେ ଜଣାଇଥିଲା। ଘଟଣାକୁ ଗୁରତର ସହ ନେଇଛନ୍ତି ଜଟଣୀ ଭାରପ୍ରାପ୍ତ ଅଧିକାରୀ। ନାବାଳିକାର ବାପା ମାଙ୍କୁ ଥାନାକୁ ଡାକି ପଚରାଉଚରା କରିଛନ୍ତି। ନାବାଳିକା ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଘଟଣାର ଅଧିକ ଛାନବିନ ଜାରି ରହିଛି।

ରାଜ୍ୟରେ ୫ କରୋନା ପଜିଟିଭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଏମାନଙ୍କ ମଧ୍ଯରେ ଜଣେ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜଟଣୀର ହୋଇଥିବାବେଳେ ଅନ୍ଯ ତିନି ଜଣ ରାଜଧାନୀ ଭୁବନେଶ୍ବରର ବୋଲି ସୂଚନା ରହିଛି । ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷାରୁ କୋଭିଡ ବୋଲି ସ୍ପଷ୍ଟ ହୋଇଛି।

କରୋନା ଚିହ୍ନଟ ହୋଇଥିବା ଲୋକଙ୍କର ସେମାନଙ୍କର RTPCR ଟେଷ୍ଟ କରାଯିବ। ଏହା ପରେ ସ୍ପଷ୍ଟ ହେବ ଯେ ଏହା କୋଭିଡ ନା ନୁହେଁ। RTPCR ରିପୋର୍ଟ ଆସିବା ପରେ ରୋଗୀଙ୍କ ସମ୍ପର୍କରେ ସ୍ପଷ୍ଟ କରିବ ସ୍ୱାସ୍ଥ୍ୟ ବିଭାଗ। ଆଣ୍ଟିଜେନ କିଟ୍ କେତେ କାମ କରୁଛି, ତାହାର ଯାଞ୍ଚ ପାଇଁ RMRCକୁ ପଠାଯାଇଛି। ପୂର୍ବରୁ ଓଡ଼ିଶାର ପ୍ରଥମ କୋଭିଡ ପଜିଟିଭ ଆକ୍ରାନ୍ତ ବ୍ୟକ୍ତି ଓମିକ୍ରନ୍ JN-1 ସବ ଭାରିଆଣ୍ଟରେ ହୋଇଥିଲେ ଆକ୍ରାନ୍ତ । ଜିନମ୍ ସିକ୍ଵେନ୍ସିଂ ପରେ ଏହା ସ୍ପଷ୍ଟ କରିଛି ILS । ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜରୁରୀ ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସହ ଭିଡିଓ କନଫରେନସିଂ ଜରିଆରେ କୋଭିଡ ସ୍ଥିତିର ସମୀକ୍ଷା କରିବେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ପରି ରାଜ୍ୟରେ ଯେପରି କୋଭିଡ ପିକରେ ରହୁଛି, ଏପରି ସ୍ଥିତିରେ କେନ୍ଦ୍ର ସରକାର ବୈଠକ ପରେ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିପାରନ୍ତି । ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀ ସରକାର ପୂର୍ବରୁ ହିଁ ମାର୍ଗଦର୍ଶିକା ଜାରି କରି ସାରିଛନ୍ତି । କର୍ଣ୍ଣାଟକରେ ମାମଲା ବଢୁଥିବା ଦେଖି ଇଣ୍ଡିଆନ ମେଡିକାଲ ଆସୋସିଏସନର ରାଜ୍ୟ ଶାଖା ବି ମାର୍ଗଦର୍ଶିକା ଜାରି କରିଛି ।

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ। ଆଜୀବନ ସଜା ସହ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି କୋର୍ଟ। ଦୀର୍ଘ ୭ ବର୍ଷ ପରେ ରାୟ ପ୍ରକାଶ ପାଇବା ସହ ଦୋଷୀକୁ ଦଣ୍ଡାଦେଶ ହୋଇଛି।

୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ରିସେପସନ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା। ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ । ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଂଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଂଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଂଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ଏଡିଜେ କୋର୍ଟ।

ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ: ଗର୍ଭବତୀଙ୍କ ମୃତ୍ୟୁ ପରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି

କେନ୍ଦ୍ରାପଡ଼ା: ଆଗକୁ ବଢୁଛି ବିଜ୍ଞାନ, ହେଲେ ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତ ଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି। ଅନ୍ଧ ବିଶ୍ଵାସ ରହିଛି, ଗର୍ଭବତୀଟି ମରିଗଲେ ସେ ଚିରୁଗୁଣୀ ହେବ। ମହିଳା ଜଣକ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରେ ମୃତ ମହିଳାର ପେଟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚିରି ମୃତଦେହକୁ ନଦୀ କୁଳ ନିର୍ଜନ ସ୍ଥାନରେ ଏକ ଗଛକୁ ଡେରି ବସାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ। ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା। କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ତାଙ୍କୁ ଏଭଳି ଭାବେ ଗଛ ମୂଳରେ ଡେରିକି ବସାଇ ଦିଆଯାଇଥିଲା। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝା ସୁଝା କରିଥିଲେ। ପରେ ମୃତଦେହକୁ ମାଟି ଖୋଳି ପୋତି ଦିଆଯାଇଥିଲା।

ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ବର: ଚଳିତ ବର୍ଷ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଲିଙ୍ଗରାଜରେ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ। ମେ’ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା କରାଯିବ । ଭୁବନେଶ୍ୱରରେ ଶୀତଳଷଷ୍ଠୀ କମିଟିର ସାମ୍ବାଦିକ ସମ୍ମିଳନୀରେ ଦିଆଗଲା ସୂଚନା। ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।

ଚଳିତ ବର୍ଷ ଶୀତଳଷଷ୍ଠୀ ପ୍ରସ୍ତୁତି ଜୋରସୋର କରାଯାଇଛି । ଦୁଇ ଦିନିଆ ରୋଷଣୀରେ ୪୦ ପ୍ରକାର ନୃତ୍ୟ ପରିବେଷଣ କରାଯିବ। ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଘଣ୍ଟ, ବାରିପଦା ଛଉ, ସମ୍ବଲପୁରୀ, ଦୁଲ୍‌ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୂରୀ, କଣ୍ଢେଇ, ଘୋଡ଼ାନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ ପରିବେଷଣ କରି ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବ । ଶୀତଳଷଷ୍ଠୀ ଯାତ୍ରା ନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି କମିଟି । ଏହାସହ ରାଜ୍ୟ ସରକାର, ବିଏମସି ଓ ପୋଲିସର ସହଯୋଗ କାମନା କରିଛି।