ନୂଆଦିଲ୍ଲୀ: ଦେଶର ୨୭ ବିମାନବନ୍ଦର ବନ୍ଦ। ଜାମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ୨୭ ବିମାନବନ୍ଦର ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ପାକିସ୍ତାନ ସହିତ ଉତ୍ତେଜନାକୁ ଦେଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ସବୁ ଏୟାରପୋର୍ଟକୁ ବନ୍ଦ କରାଯାଇଛି। ସେଗୁଡ଼ିକ ହେଲା ଲେହ, ଥୋଇସେ, ଶ୍ରୀନଗର, ଜାମ୍ମୁ, ଅମୃତସର, ପଠାନକୋଟ,ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଜାମନଗର, ଭଟିଣ୍ଡା,ଭୁଜ, ଧର୍ମଶାଳା, ସିମଳା, ରାଜକୋଟ, ପୋରବନ୍ଦର ବିମାନବନ୍ଦର। ସାଧାରଣ ଲୋକଙ୍କ ଯାତାୟତ ପାଇଁ ଏହି ସବୁ ଏୟାରପୋର୍ଟ ବନ୍ଦ ରହିବ। ସେହିପରି ୪୩୦ ଫ୍ଲାଇଟ ବାତିଲ କରାଯାଇଛି ।
ନକ୍ସଲଙ୍କ IED ଆକ୍ରମଣ: ତିନି ଯବାନ ସହିଦ
ମୁଲୁଗୁ: ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ନକ୍ସଲମାନେ ଆଇଡି ବ୍ଲାଷ୍ଟ କରିଛନ୍ତି । ଏହି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଥିଲା, ତାହା ଛତିଶଗଡ଼ର ସୁକୁମା ବର୍ଡରର ନିକଟରେ ରହିଛି । ନକ୍ସଲମାନେ ପୋଲିସକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ । ଯାହାଦ୍ବାରା କି ୩ ଯବାନ ସହିଦ ହୋଇଥିଲେ । ପୋଳିସ ରୁଟିମ କମ୍ବିଂ କରୁଥିବା ସମୟରେ ନକ୍ସଲମାନେ ବ୍ଲାଷ୍ଟ କରିଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଛତିଶଗଡ଼-ତେଲେଙ୍ଗାନା ସୀମାର ବୀଜାପୁର ଜିଲ୍ଲାର ଜଙ୍ଗଲରେ ସୁରକ୍ଷାବଳଙ୍କ ସହ ନକ୍ସଲଙ୍କର ମୁହଁମୁହିଁ ହୋଇଥିଲା । ସେହି ସମୟରେ ୨୨ରୁ ଅଧିକ ନକ୍ସଲ ନିପାତ ହୋଇଥିଲେ । ନକ୍ସଲଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିଛି । ଏହି ଅପରେସନରେ ଡିଆରଜି, ଏସଟିଏଫ, ସିଆରପିଏଫ ଆଦି ପାଖାପାଖି ୨୪ ହଜାର ସୁରକ୍ଷାକର୍ମୀ ସାମିଲ ରହିଛନ୍ତି ।
ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ: ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟ ସମୟରେ ଏବଂ ପରେ ଜରୁରୀ ସେବା ଯେପରି ବାଧା ସୃଷ୍ଟି ନହୁଏ ତାହା ସୁନିଶ୍ଚିତ କରିବାକୁ ଏହି ଯୋଜନାକୁ ମଂଜୁରୀ ମିଳିଛି । ଏହା ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଜୀବନରେଖା ଭାବେ କାମ କରିବ । ୨୦୨୫-୨୬ରୁ ୨୦୨୯-୩୦ ଏହି ଚାରି ବର୍ଷରେ ୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ସବୁ ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କରିବା ଏବଂ ସଡକ ଉନ୍ନତିକରଣ ପାଇଁ ନିର୍ବାଚନମଣ୍ଡଳୀୱାରୀ ଅର୍ଥ ବ୍ୟବସ୍ଥା ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି। ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୬-୨୭ ଏହି ତିନି ବର୍ଷରେ ୪୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ହିଭଳି ମୁଖ୍ୟମନ୍ତ୍ରୀ ଆମ ବସ ସେବାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ଗ୍ରାମାଞ୍ଚଳର ଲୋକଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ, ସୁଲଭ ପରିବହନ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ତଦାରଖ ଓ ନିୟନ୍ତ୍ରଣ ଦାୟିତ୍ବ ଓଏସଆରଟିସିକୁ ଦିଆଯିବ ।ସବୁ ବସରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ସହ ପାନିକ ବଟନ ବି ରହିବ । ମହିଳା, ଛାତ୍ରଛାତ୍ରୀ, ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ବସ ଭଡାରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଯୋଜନାକୁ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟରେ ମଂଜୁରୀ ମିଳିଛି । ଏଥିସହିତ ସରକାରୀ ଡାକ୍ତରଖାନାରେ ମାଗଣା ଡାଇଗ୍ନୋଷ୍ଟିକ ଓ ଡାଏଲିସିସ ସେବା ଯୋଗାଇଦେବାକୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିଦାନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨୪୫୯ କୋଟି ୫୧ ଲକ୍ଷ ଟଙ୍କାକୁ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିଭଳି ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିର୍ମଳ ଦ୍ବିତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ମଂଜୁରୀ ମିଳିଛି । ଏହାଦ୍ବାରା ସରକାରୀ ଡାକ୍ତରଖାନାରେ ସ୍ବଚ୍ଛତା, ସୁରକ୍ଷା, ଆଟେଣ୍ଡାଣ୍ଟ ଭଳି ଆନୁସଙ୍ଗୀକ ସେବାକୁ ସୁନିଶ୍ଚିତ କରାଯାଇପାରିବ । ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ୫୧୭୪ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଂଜୁରୀ ମିଳିଛି।
ଅପରେସନ ସିନ୍ଦୂରକୁ ନେଇ ସର୍ବଦଳୀୟ ବୈଠକ: ଦିନ ୧୧ଟାରେ ବସିବ ଏହି ବୈଠକ
ନୂଆଦିଲ୍ଲୀ: ପହଲଗାଓଁ ଆକ୍ରମଣକୁ ନେଇ ଅପରେସନ ସିନ୍ଦୂର ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ଆଦି ଦିନ ୧୧ଟାରେ ବସୁଛି ସର୍ବଦଳୀୟ ବୈଠକ। ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା କରାଯାଇଥିବା ଅପରେସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୂରର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାମରିକ ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ସଂସଦରେ ଅପରେସନ୍ ସିନ୍ଦୂର ବିଷୟରେ ସମସ୍ତ ରାଜନୈତିକ ଦଳକୁ ସୂଚନା ଦେବା ପାଇଁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି।
ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୪ ତାରିଖରେ ଡକାଯାଇଥିବା ଶେଷ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ବିରୋଧୀ ଆଶା କରିଥିଲେ। କିନ୍ତୁ କୌଣସି କାରଣରୁ ସେ ଯୋଗ ଦେଇପାରିନଥିଲେ। ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ସର୍ବଦଳୀୟ ବୈଠକ। ରାଜ୍ୟସଭା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ଉଭୟ ଏହି ବୈଠକରେ ଯୋଗଦେବେ। ଏଥିରେ କୂଟନୈତିକ ଏବଂ ସୁରକ୍ଷା ରଣନୀତି ଉପରେ ଆଲୋଚନା କରାଯିବା ସମ୍ଭାବନା ରହିଛି।
ଉତ୍ତରକାଶୀରେ ହେଲିକପ୍ଟର କ୍ରାସ: ୫ ଜଣଙ୍କ ମୃତ୍ୟୁ, ୨ ଆହତ
ଉତ୍ତରକାଶୀ: ଉତ୍ତରକାଶୀରେ ଏକ ବଡ଼ ଅଘଟଣ ଘଟିଯାଇଛି । ହେଲିକପ୍ଟର କ୍ରାସରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଦୁଇଜଣ ଆହତ ହୋଇଛନ୍ତି । ହେଲିକପ୍ଟରଟି ଗଙ୍ଗୋତ୍ରୀ ଅଭିମୂଖେ ଯାତ୍ରା କରୁଥିଲା । ହେଲିକପ୍ଟରଟି କୌଣସି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି । ସକାଳ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବ ପାଇ ଘଟଣାସ୍ଥଳରେ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଗଢଓ୍ବାଲ ଡିଭିଜନାଲ କମିଶନର ଏ ବାବଦରେ ସୂଚନା ଦେଇଛନ୍ତି ।
ପାକିସ୍ତାନରେ ଭାରତର ମିସାଇଲ ଷ୍ଟ୍ରାଇକ୍ ପରେ ବଦଳିଲା ଚୀନର ସ୍ବର
ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଚୀନର ସ୍ବର ବଦଳିଛି । ଭାରତ ଓ ପାକିସ୍ତାନକୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଚାପକୁ କମ୍ କରିବା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଅନ୍ତରାଷ୍ଟ୍ରୀୟ ସମୁଦାୟ ସହ କାମ କରି ଚାପକୁ କମ୍ କରାଯାଇପାରେ ବୋଲି ଚୀନ କହିଛି । ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପଡ଼ୋଶୀ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଚୀନ କ୍ରମାଗତ ଭାବେ ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ମାତ୍ର ଭାରତର ଅପରେସନ ସିନ୍ଦୂର ପରେ ଚୀର ସ୍ବର ଏବେ ବଦଳି ଯାଇଛି ।
ଚୀନର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନର ସ୍ଥିତିକୁ ନେଇ ଆମେ ଚିନ୍ତିତ । ଭାରତ ଓ ପାକିସ୍ତାନ ସର୍ବଦା ପରସ୍ପରର ପଡ଼ୋଶୀ ହୋଇ ରହିବେ । ଏହି ଦୁଇ ଦେଶ ଚୀନର ମଧ୍ୟ ପଡ଼ୋଶୀ ଅଟନ୍ତି । ଚୀନ ଆତଙ୍କବାଦକୁ ସବୁକ୍ଷେତ୍ରରେ ବିରୋଧ କରେ । ଉଭୟ ପକ୍ଷଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଶାନ୍ତି ବଜାୟ ରଖିବା ଓ କୌଣସି ପ୍ରକାରର ଉତ୍ତେଜନା ପରିସ୍ଥିତି ଠାରୁ ଦୂରେଇ ରହିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେର ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିଲା ।
ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ରୋହିତ ଶର୍ମା
କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ହିଟମ୍ୟାନ ରୋହିତ ଶର୍ମା ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି । ଏହା ପୂର୍ବରୁ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ମଧ୍ୟ ସନ୍ନ୍ୟାସ ନେଇ ସାରିଥିଲେ । ଆଗକୁ ସେ ଦିନିକିଆରେ ଖେଳ ଜାରି ରଖିବେ । ଏନେଇ ରୋହିତ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ରୋହିତ ଲେଖିଛନ୍ତି, ’ମୁଁ ଏହା କହିବାକୁ ଚାହୁଁଛି ଯେ, ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେଉଛି । ଭଲ ପାଇବା ଓ ସହଯୋଗ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଦିନିକିଆରେ ଭାରତ ପାଇଁ ଖେଳିବା ଜାରି ରଖିବି ।’
୧୧ ବର୍ଷର ନିଜ ଟେଷ୍ଟ କ୍ୟାରିୟରରେ ରୋହିତ ୬୭ଟି ମ୍ୟାଚ ଖେଳିଥିଲେ । ସେଥିମଧ୍ୟରୁ ସେ ୨୪ଟି ମ୍ୟାଚରେ ଅଧିନାୟକତ୍ବ କରିଥିଲେ । ସେ ଟେଷ୍ଟରେ ୪୩୦୧ ରନ ସଂଗ୍ରହ କରିବା ସହ ସେଥିରେ ୧୨ଟି ଶତକ ସାମିଲ ଅଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ଖୁବଶୀଘ୍ର ଟିମ୍ ପାଇଁ ଜଣେ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯିବ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରୋହିତ ଦୁର୍ବଳ ପ୍ରଦର୍ଶନ କରିଥିଲେ ।
ପାକିସ୍ତାନର ଏକାଧିକ ସହରରେ ବ୍ଲାକଆଉଟ୍
ନନ୍ଦିଘୋଷ ବ୍ୟୁରୋ: ଭାରତର ଏୟାରଷ୍ଟ୍ରାଇକରେ ଛାନିଆ ପାକିସ୍ଥାନ। ଦ୍ଵିତୀୟ ଦିନ ଲାଗି ଆକ୍ରମଣ ଭୟରେ ଇସଲାମାବାଦ, ରାୱଲପିଣ୍ଡି, ଲାହୋର, କରାଚି ସମେତ ଏକାଧିକ ସହରରେ ବ୍ଲାକଆଉଟ କରିଥିଲା ପାକିସ୍ତାନ। ପାକିସ୍ତାନରେ ଭାରତୀୟ ସେନାର ଭୟ ଏତେଯେ ସେମାନେ ଇସଲାମାବାଦ, ରାୱଲପିଣ୍ଡି, ଲାହୋର ଏବଂ କରାଚୀ ସମେତ ଅନେକ ବଡ଼ ସହରରେ ବ୍ଲାକଆଉଟ୍ କରିଥିଲେ। ଭାରତୀୟ ସେନାର ଅପରେସନ ସିନ୍ଦୂର ଯୋଗୁଁ ପାକିସ୍ତାନରେ ଭୟର ବାତାବରଣ ଜାରି ରହିଛି। ଗତକାଲି ଭାରତୀୟ ଯୋଦ୍ଧାମାନେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷା କରି ସମଗ୍ର ପାକିସ୍ତାନର ନିଦ ଭାଙ୍ଗି ଦେଇଛନ୍ତି।
ବଜାରଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି।ଭାରତୀୟ ସେନା ପୁନର୍ବାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ସନ୍ଦେହ କରୁଛି। ପୁରା ପାକିସ୍ତାନ ଭୟରେ ଛାନିଆ ହୋଇଯାଇଛି। ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀମାନଙ୍କୁ ଭାରତୀୟ ସେନା କଡ଼ା ଜବାବ ଦେଇଛି। ଭାରତ ଯେତେବେଳେ ଚାହିଁବ ପାକିସ୍ତାନରେ ପ୍ରବେଶ କରି ସେମାନଙ୍କର କବର ଖୋଳିପାରିବ ଏବଂ ପାକିସ୍ତାନୀ ସେନା ଏହାର ଟିକେ ବି ଟେର ପାଇପାରିବେନି।ପାକିସ୍ତାନ ସେନା ଏବଂ ISIର ନିର୍ଦ୍ଦେଶରେ ଆତଙ୍କବାଦୀମାନେ ଇସଲାମାବାଦର ରାସ୍ତାରେ ମୁକ୍ତ ଭାବରେ ବୁଲୁଛନ୍ତି।
ଭାରତ ବିରୋଧରେ ଘୃଣ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଷଡଯନ୍ତ୍ର କରିଥାନ୍ତି। ଭାରତୀୟ ସେନାର ଭୟରେ ପାକିସ୍ତାନର ରାସ୍ତାଗୁଡ଼ିକ ଶୂନ୍ୟ ହୋଇପଡ଼ିଛି।ଆକ୍ରମଣରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଆଡ୍ଡା ଧ୍ୱଂସ କରାଯାଇଛି।ଭାରତର ଏହି ଅପରେସନରେ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ମୁଖ୍ୟାଳୟ ଧ୍ୱଂସ କରାଯାଇଛି। ଲସ୍କରର ଗଡ଼ ମରକଜ-ଏ-ତୋଇବା ଯେଉଁଠାରେ ୨୬/୧୧ ଆତଙ୍କବାଦୀ ଅଜମଲ କସାବ ତାଲିମ ନେଇଥିଲା। ତାହା ଏବେ ଧ୍ୱଂସସ୍ଥଳୀରେ ପରିଣତ ହୋଇଛି। ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ମସଜିଦ ଜୈଶ-ସୁଭାନାଲ୍ଲାହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଏହା ବ୍ୟତୀତ ହିଜବୁଲର ଅନେକ ତାଲିମ ଶିବିରକୁ ମଧ୍ୟ ଟାର୍ଗେଟ କରାଯାଇଛି।
ରାଜଧାନୀ ଦିଲ୍ଲୀରେ ବ୍ଲାକ ଆଉଟ୍ ମକଡ୍ରିଲ୍
ନନ୍ଦିଘୋଷ ବ୍ୟୁରୋ: ଅନ୍ଧାରରେ ଡୁବିଲା ଭାରତର ରାଜଧାନୀ ଦିଲ୍ଲୀ। ଯୁଦ୍ଧ ପ୍ରସ୍ତୁତି ନେଇ କରାଗଲା ବ୍ଲାକ୍ ଆଉଟ୍ ମକଡ୍ରିଲ । ଗତକାଲି ରାତି ୮ ଟାରୁ ୮ଟା ୧୫ ଯାଏଁ ସମ୍ପୂର୍ଣ୍ଣ ଦିଲ୍ଲୀ ହୋଇଥିଲା ବ୍ଲାକ ଆଉଟ୍ । ୧୫ ମିନିଟ ପାଇଁ ଲିଭିଲା ରାଷ୍ଟ୍ରପତି ଭବନ, ଅକ୍ଷରଧାମ ସମେତ ରାଜଧାନୀର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ସହର ରେ ବିଦ୍ୟୁତ ବ୍ୟବସ୍ଥା ବିଚ୍ଛିନ୍ନ କରାଯାଇଥିଲା । ରାତିର ଘନ ଅନ୍ଧାରରେ ହେଲା ମକ ଡ୍ରିଲ୍ । ପୂର୍ବରୁ ଫିରୋଜପୁରରେ କରାଯାଇଥିଲା ଏପରି ବ୍ଲାକ୍ ଆଉଟ୍ ମକ୍ ଡ୍ରିଲ।
‘ଅପରେସନ ସିନ୍ଦୂର’ ଆଜି ବସିବ ସର୍ବଦଳୀୟ ବୈଠକ
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣକୁ ନେଇ ଅପରେସନ ସିନ୍ଦୂର ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ଆଦି ଦିନ ୧୧ଟାରେ ବସୁଛି ସର୍ବଦଳୀୟ ବୈଠକ। ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା କରାଯାଇଥିବା ଅପରେସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୂରର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାମରିକ ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ସଂସଦରେ ଅପରେସନ୍ ସିନ୍ଦୂର ବିଷୟରେ ସମସ୍ତ ରାଜନୈତିକ ଦଳକୁ ସୂଚନା ଦେବା ପାଇଁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୪ ତାରିଖରେ ଡକାଯାଇଥିବା ଶେଷ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ବିରୋଧୀ ଆଶା କରିଥିଲେ। କିନ୍ତୁ କୌଣସି କାରଣରୁ ସେ ଯୋଗ ଦେଇପାରିନଥିଲେ। ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ସର୍ବଦଳୀୟ ବୈଠକ। ରାଜ୍ୟସଭା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ଉଭୟ ଏହି ବୈଠକରେ ଯୋଗଦେବେ। ଏଥିରେ କୂଟନୈତିକ ଏବଂ ସୁରକ୍ଷା ରଣନୀତି ଉପରେ ଆଲୋଚନା କରାଯିବା ସମ୍ଭାବନା ରହିଛି।

