ଦାରିଙ୍ଗବାଡ଼ିରେ ୭ ଡିଗ୍ରୀକୁ ଖସିଲା ପାରଦ

ବାଲିଗୁଡ଼ା: ବିଳମ୍ବରେ ଶୀତ ଆସିଛି, ଖୁବ୍ ଆଣିଛି । ନଭେମ୍ବରରେ ହାଡ଼ ଭାଙ୍ଗୁଥିବା ଜାଡ଼ ଏଥର ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଭୂତ ହୋଇଛି । ଏକାଥରକେ ମାଡ଼ି ଆସିଛି । ହାଡ଼ଭଙ୍ଗା ଜାଡ଼ରେ ଥରୁଛି ପୂରା କନ୍ଧମାଳ ଜିଲ୍ଲା । ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼, ଫିରଙ୍ଗିଆରେ ବି ଶୀତ ହାଡ଼ ଥରାଉଛି । ଶୀତରୁ ରକ୍ଷା ପାଇବା ପାଇଁ ସହରବାସୀ ମର୍ଣ୍ଣିଂ ୱାକ୍ କରିବା ସହ ଚା’ର ମଜା ନେଉଛନ୍ତି । ଗାଁରେ ନଡ଼ା ନିଆଁ ଆଗରେ ଜମୁଛି ଲୋକଙ୍କ ଭିଡ଼ ।

କେବଳ କନ୍ଧମାଳ କାହିଁକି କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ସୋନପୁରରେ ପାରଦ ୮ ଡିଗ୍ରୀ, ଟିଟିଲାଗଡ଼ରେ ୯.୫ ଡିଗ୍ରୀ, ଅନୁଗୁଳ ୮.୬ ଡିଗ୍ରୀ ରହିଛି । ରାତିରେ ତାପମାତ୍ରା ଧିରେ ଧିରେ କମିବାରେ ଲାଗିଛି ।

Leave a Reply