spot_img
Home Blog Page 7682

ରାଜଧାନୀରେ ଆରମ୍ଭ ହେଲା ଜାତୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା

0

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟରୁ ୫୪୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ୨୬୦ ଜଣ ବାଳିକା ଅଛନ୍ତି । ରେଲୱେ ଷ୍ଟାଡିୟମ୍ ସହ ସହିଦନଗର ଇନଡୋର ହଲରେ ଖେଳାଯାଉଛି ।ଉଦଘାଟନୀ ଉତ୍ସବରେ OSBA ସଭାପତି ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଇଏଏସ ରାଜେଶ ପାଟିଲ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟିତ କରିଛନ୍ତି । ୧୦ ଲକ୍ଷ ଟଙ୍କା ପ୍ରାଇଜ୍ ମନି ରହିଛି । ଉଦୀୟମାନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ଏହା ବଡ଼ ପ୍ଲାଟଫର୍ମ । ଏଥିରେ ଅନେକ ଶୀର୍ଷ ମାନ୍ୟତା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଚାମ୍ପିଅନସିପରେ ୧୫ ବର୍ଷରୁ କମ୍ ସିଙ୍ଗଲ୍ସ ଶୀର୍ଷ ରାଙ୍କିଂ ଖେଳାଳି ତସ୍ମିନ୍ ମିର୍ ଓ ରନର୍ସ ଅପ୍ ତାରା ଶାହ ମଧ୍ୟ ସାମିଲ ହୋଇଛନ୍ତି ।କ୍ୱାର୍ଟର ଫାଇନାଲିଷ୍ଟ ମଧ୍ୟ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଅଣ୍ଡର-୧୫ ସିଙ୍ଗଲ୍ସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ । ଆୟୋଜକ ଓଡ଼ିଶା ୨୨ ଜଣ ଖେଳାଳିଙ୍କ ସହ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡ଼ିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳିଙ୍କୁ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।

ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର-ଆଲିଆଙ୍କ ‘ଗଲି ବୟ’

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଓ ରଣବୀର ସିଂହ ଅଭିନିତ ଫୁଲ୍ମ ଗଲି ବୟଓସ୍କାର ଦୌଡ଼ରୁ ବାଦ୍‌ ପଡ଼ିଛି। ଭାରତ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆୱାର୍ଡ ପାଇଁ ପଠାଯାଇଥିଲା। ଗଲି ବୟର ଏଣ୍ଟ୍ରି ବେଷ୍ଟ୍ ଇଣ୍ଟରନ୍ୟାନାଲ ଫିଚର ଫିଲ୍ମ କାଟାଗୋରୀରେ କରାଯାଇଥିଲା।

ସୋମବାର ଏକାଡେମୀ ଅଫ୍‌ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସ ପକ୍ଷରୁ ୨୦୨୦ପାଇଁ ଯେଉଁ ୯ଟି କାଟାଗୋରୀରେ ସର୍ଟ ଲିଷ୍ଟେଡ ନୋମିନେଶନ କରାଯାଇଛି ସେଥିରେ ଗଲି ବୟବୁ ବାଦ୍‌ ଦିଆଯାଇଛି। ଏଥିରେ ୧୦ଟି ଚଳଚ୍ଚିତ୍ରକୁ ସ୍ଥାନ ଦିଆଯାଇଛି। ଜାନୁୟାରୀ ୩,୨୦୨୦ରେ ଏହାର ଚୁଡାନ୍ତ ତାଲିକା ପ୍ରକାଶ ପାଇବ ଓ ଫେବୃୟାରୀ ୯, ୨୦୨୦ରେ ହଲିଉଡ୍‌ର ଡଲବି ଥିଲଏଟରରେ ଏହି ପୁରସ୍କାର ପ୍ରଦାନ କରାଯିବ।

ନବମ ଶ୍ରେଣୀ ପିଲାଙ୍କୁ ଗଣିତ ପଢ଼ାଇଲେ ବିଡିଓ

0

ଉମରକୋଟ: ସରକାରୀ କର୍ମଚାରୀ ହୁଅନ୍ତୁ କି ରାଜନେତା, ବିଭିନ୍ନ ସମୟରେ ବିଭିନ୍ନ କାମ କିରି ଚର୍ଚ୍ଚା ରେ ଆସିଥାନ୍ତି । ସେହିଭଳି ସ୍କୁଲ ଭିତରେ ପିଲାଙ୍କୁ ଗଣିତ ପଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ତାରକନାଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରିଛନ୍ତି । ପରିଦର୍ଶନରେ ଯାଇ ସେଠାରେ ପିଲାଙ୍କୁ ଗଣିତ ପଢ଼ାଇ ଥିଲେ ବିଡ଼ିଓ । ବ୍ଲାକବୋର୍ଡ ରେ ପିଲାଙ୍କୁ ନବମ ଶ୍ରେଣୀର ସେଟ୍‌ ଗଣିତ ବୁଝାଇଥିଲେ । ପିଲାମାନଙ୍କ ସହ ଗଣିତ ବିଷୟକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।

ଖାଲି ସେତିକି ନୁହେଁ, ସ୍କୁଲରେ କିପରି ପାଠ ପଢା ଯାଉଛି ତାହା ପଚାରି ବୁଝିଥିଲେ । ସେପଟେ ସ୍କୁଲ ଖୋଲିବାର ପ୍ରାୟ ୯ ମାସ ପରେ ପିଲାଙ୍କୁ ପଢ଼ିବା ପାଇଁ ବହି ଦିଆଯାଇଥିବା ନେଇ ବିଡିଓ ସ୍କୁଲ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ବିଡ଼ିଓ ଦେବେନ୍ଦ୍ରଙ୍କ ଏଭଳି କାର୍ଯ୍ୟ ପାଇଁ ଜନସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

 

ଏ ଖବର ପଢ଼ିଲେ ଧୈର୍ଯ୍ୟ ରହିବନି, ତିନି ବର୍ଷ ହନ୍ତସନ୍ତ ହେବା ପରେ ଶେଷରେ…..

0

ମୁଜାଫରପୁର: ଶାରୀରିକ ସମ୍ବନ୍ଧ ପାଇଁ ମନା କରିବାରୁ ଯୁବତୀଙ୍କୁ ଜାଳିଦେଲା ବର୍ବର ଯୁବକ। ବିହାରର ମୁଜାଫରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁଜାଫରପୁରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ପାଟଣାସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲେ ।

ପୋଲିସର କହିବା ମୁତାବକ, ଯୁବତୀ ଜଣଙ୍କୁ ଅଭିଯୁକ୍ତ ଯୁବକ ଏକ ପାଖିଆ ପ୍ରେମ କରୁଥିଲେ ଆଉ ଦୀର୍ଘ ଦିନ ଧରି ତାଙ୍କ ପଛରେ ପଡ଼ିଥିଲେ । ଏଇ କିଛି ଦିନ ତଳେ ସେ ତାଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଯୁବତୀ  ଜଣକ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ତାଙ୍କ ଉପରେ କିରୋସିନ ଢ଼ାଳି  ନିଆଁ  ଲଗାଇଦେଇଥିଲା । ଏହାପରେ ଅଭିଯୁକ୍ତ ନିଜେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

ଗତ ୩ ବର୍ଷ ହେଲା ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ହଇରାଣ କରୁଥିବା ପୀଡ଼ିତାଙ୍କ ମା’ କହିଛନ୍ତି । ଏହି ଘଟଣା ପ୍ରାୟ ଦଶ ଦିନ  ତଳର । ଦୀର୍ଘ ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଡକାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି । ପରିବାର ଲୋକଙ୍କ କହିବା କଥା ହେଲା, ଯେତେବେଳେ ଯାଏଁ ମୁଖ୍ୟମନ୍ତ୍ରୀ ନ ଆସିବେ ମୃତକଙ୍କ ଅନ୍ତିମ ସଂସ୍କାର ହେବନାହିଁ । ପରିବାରଲୋକ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯାଉବୋଲି ମୃତ୍ୟୁ ପୂର୍ବରୁ ପୀଡ଼ିତା କହିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ପାଟଣା ପୁରୁଣା ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ମୁଜାଫରପୁର ପୋଲିସ ଉପରେ ସେମାନଙ୍କ ଭରସା ନାହିଁ ବୋଲି ଆନ୍ଦୋଳନାକାରୀ କହିଛନ୍ତି ।