ରାଜଧାନୀରେ ଆରମ୍ଭ ହେଲା ଜାତୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା

1 min read

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟରୁ ୫୪୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ୨୬୦ ଜଣ ବାଳିକା ଅଛନ୍ତି । ରେଲୱେ ଷ୍ଟାଡିୟମ୍ ସହ ସହିଦନଗର ଇନଡୋର ହଲରେ ଖେଳାଯାଉଛି ।ଉଦଘାଟନୀ ଉତ୍ସବରେ OSBA ସଭାପତି ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଇଏଏସ ରାଜେଶ ପାଟିଲ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟିତ କରିଛନ୍ତି । ୧୦ ଲକ୍ଷ ଟଙ୍କା ପ୍ରାଇଜ୍ ମନି ରହିଛି । ଉଦୀୟମାନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ଏହା ବଡ଼ ପ୍ଲାଟଫର୍ମ । ଏଥିରେ ଅନେକ ଶୀର୍ଷ ମାନ୍ୟତା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଚାମ୍ପିଅନସିପରେ ୧୫ ବର୍ଷରୁ କମ୍ ସିଙ୍ଗଲ୍ସ ଶୀର୍ଷ ରାଙ୍କିଂ ଖେଳାଳି ତସ୍ମିନ୍ ମିର୍ ଓ ରନର୍ସ ଅପ୍ ତାରା ଶାହ ମଧ୍ୟ ସାମିଲ ହୋଇଛନ୍ତି ।କ୍ୱାର୍ଟର ଫାଇନାଲିଷ୍ଟ ମଧ୍ୟ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଅଣ୍ଡର-୧୫ ସିଙ୍ଗଲ୍ସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ । ଆୟୋଜକ ଓଡ଼ିଶା ୨୨ ଜଣ ଖେଳାଳିଙ୍କ ସହ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡ଼ିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳିଙ୍କୁ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।

Leave a Reply